ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ

ଭୁବନେଶ୍ବର : ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ ଲାଗି ହାଇକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଭିତରେ ସାର୍ଟିଫିକେଟ୍‌ ଯାଞ୍ଚର ଧାର୍ଯ୍ୟ ସମୟ ଶେଷ ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଜର ପଞ୍ଜୀକରଣ ଓ ସାର୍ଟିଫିକେଟ୍‌ର ନବୀକରଣ କରିଥିବା ଡାକ୍ତରଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ମାତ୍ର ନକଲି ଡାକ୍ତର ବା କ୍ବାକ୍‌ ଚିହ୍ନଟ ହୋଇ ନ ଥିବା ସୂଚନା ମିଳିଛି। ବାହାରେ ମାଳ ମାଳ କ୍ବାକ୍ ବୁଲୁଥିଲେ ବି ସେମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ୍ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏଭଳି ସ୍ଥିତି ଉପୁଜୁଛି।

ଚଳିତବର୍ଷ ଜାନୁଆରି ମାସରେ ହାଇକୋର୍ଟ ଡାକ୍ତରୀ ପେସାରେ ଥିବା ସମସ୍ତଙ୍କର ସାର୍ଟିଫିକେଟ୍‌ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଥିଲେ। ଯେଉଁ ଡାକ୍ତର ନିଜକୁ ନିର୍ଦ୍ଦିଷ୍ଟ ବିଭାଗର ବିଶେଷଜ୍ଞ ବୋଲି ଦର୍ଶାଇ ରୋଗୀ ଚିକିତ୍ସା କରୁଛନ୍ତି ସେମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରିବାକୁ କହିଥିଲେ। ଏହାସହ ସବୁ ଡାକ୍ତରଙ୍କ ତଥ୍ୟ ଅନ୍‌ଲାଇନରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏହିଭିତ୍ତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଏଲୋପ୍ୟାଥି ଡାକ୍ତରଙ୍କୁ ନିଜର ବୈଧ ମେଡିକାଲ ପଞ୍ଜୀକରଣ ସାର୍ଟିଫିକେଟ୍‌ ସହିତ ଡିଗ୍ରି-ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ କୁହାଯାଇଥିଲା। ୩୦ ଶଯ୍ୟାରୁ କମ୍ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କ ତାଲିକା ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଓ ୩୦ରୁ ଅଧିକ ଶଯ୍ୟା ଥିବା ହସ୍ପିଟାଲରେ କାମ କରୁଥିବା ଡାକ୍ତରଙ୍କ ତାଲିକା ଡିଏମ୍‌ଇଟିଙ୍କୁ ପଠାଇବାକୁ ନିର୍ଦେଶ ଦିଆଯାଇଥିଲା। ମେ’ ମାସ ୩୧ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରି ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ୱେବସାଇଟ୍‌ରେ ଏହାକୁ ଅପଲୋଡ୍‌ କରିବା ଲାଗି ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର ଏବେ ସୁଦ୍ଧା ବିଭାଗର କୌଣସି ନିର୍ଦେଶକଙ୍କ ୱେବସାଇଟ୍‌ରେ ଏହି ତାଲିକା ଉପଲବ୍ଧ ହୋଇନାହିଁ।

ସାର୍ଟିଫିକେଟ୍‌ ନବୀକରଣ ସଂଖ୍ୟା ବଢ଼ିଲା, ଖସିଗଲେ କ୍ବାକ୍
ସ୍ବାସ୍ଥ୍ୟ ବିଭାଗର ୱେବ୍‌ସାଇଟ୍‌ରେ ଦିଆଯାଇନି ପଞ୍ଜୀକୃତ ଡାକ୍ତରଙ୍କ ତାଲିକା

ET HealthWorld

ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩୦ ଶଯ୍ୟାରୁ କମ୍ ଓ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରଙ୍କୁ ମିଶାଇ ସମୁଦାୟ ସାଢ଼େ ୪ହଜାର ଡାକ୍ତର ଓଡ଼ିଶା ମେଡିକାଲ ରେଜିଷ୍ଟ୍ରେସନ୍ କାଉନ୍‌ସିଲ୍‌ରେ ନିଜର ପଞ୍ଜୀକରଣ କରିଛନ୍ତି। ଏହାସହ ମେଡିକାଲ କଲେଜ ଓ ୩୦ଶଯ୍ୟାରୁ ଅଧିକ ହସ୍ପିଟାଲଗୁଡ଼ିକ ସେମାନଙ୍କ ଡାକ୍ତରଙ୍କ ତାଲିକା ଡିଏମ୍‌ଇଟିଙ୍କୁ ପଠାଇଛନ୍ତି। ତେବେ ବର୍ଷ ବର୍ଷ ଧରି ନିଜର ସାର୍ଟିଫିକେଟ୍‌ ପଞ୍ଜୀକରଣ କରି ନ ଥିବା ଡାକ୍ତର ଏହି ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ତାଲିକା ବୃଦ୍ଧି ପାଇଛି। ମାତ୍ର ଏଥିରେ କ୍ବାକ୍ ବା ନକଲି ଡାକ୍ତର ଚିହ୍ନଟ ହୋଇ ନ ଥିବା ସୂଚନା ମିଳିଛି। ଅପରପକ୍ଷରେ ଗଞ୍ଜାମ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ମାଲକାନଗିରି, ଚାନ୍ଦବାଲି, ବାଲିପାଟଣା ସମେତ ରାଜ୍ୟର ବହୁ ସ୍ଥାନରେ କ୍ବାକ୍ ଚିକିତ୍ସା କରୁଛନ୍ତି। ଅର୍ଶ, ମଳକଣ୍ଟକଠାରୁ ବିଭିନ୍ନ ପ୍ରକାର ଚିକିତ୍ସା ପ୍ରକ୍ରିୟାରେ ନିଜକୁ ସାମିଲ୍ କରୁଛନ୍ତି। ମାତ୍ର ସେମାନଙ୍କ ସାର୍ଟିଫିକେଟ୍‌କୁ କିଏ ଯାଞ୍ଚ କରିବ। ଯଦି ପୁଲିସ ପକ୍ଷରୁ ‌ଧରପଗଡ଼ ଆରମ୍ଭ ହୋଇଥାନ୍ତା, ତାହାଲେ ସେମାନଙ୍କର ପ୍ରକୃତରେ କୌଣସି ଡାକ୍ତରୀ ଡିଗ୍ରି ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇଥାନ୍ତା। ମାତ୍ର କେବଳ ସରକାରୀ ଓ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ସାର୍ଟିଫିକେଟ୍‌ର ଯାଞ୍ଚ ‌କରାଯାଇଥିବାରୁ ସେମାନେ ଏଥିରୁ ଖସି ଯାଇଥିବା କୁହାଯାଉଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କ୍ବାକ୍‌ଙ୍କୁ ଧରିବା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ ନୁହେଁ। ଯଦି ଲୋକମାନେ କୌଣସି ଡାକ୍ତରଙ୍କୁ ନେଇ ଅଭିଯୋଗ ଆଣନ୍ତି ଓ ପୁଲିସର ଯାଞ୍ଚ ବେଳେ ତାଙ୍କ ସାର୍ଟିଫିକେଟ୍‌ ଖୋଜାପଡ଼େ ତାହାଲେ ତାଙ୍କର ରେଜିଷ୍ଟ୍ରେସନ୍‌ ଅଛି କି ନାହିଁ ତାହା ସ୍ବାସ୍ଥ୍ୟ ବିଭାଗ କହିପାରିବ। ଅପରପକ୍ଷରେ କାଉନ୍‌ସିଲ୍‌ ନିକଟ‌ରେ ଯେଉଁ ଡାକ୍ତରମାନେ ପଞ୍ଜୀକରଣ କିମ୍ବା ନିଜର ସାର୍ଟିଫିକେଟ୍‌ର ନବୀକରଣ କରିଛନ୍ତି ତାହାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଏହା ହାଇକୋର୍ଟଙ୍କୁ ପ୍ରଦାନ କରିବେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।