ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗଡ଼ିଲା; ପୁରୀ-ବିଶାଖାପାଟଣା ମଧ୍ୟରେ ଆରମ୍ଭ ହେଲା ସେବା

ଭୁବନେଶ୍ବର: ଓଡ଼ିଶାର ରେଳ ଭିତ୍ତିଭୂମି ଆଉ ଗୋଟିଏ ପାଦ ଆଗେଇଛି। ରାଜ୍ୟରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁରୀ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିକାଶ ପାଇଁ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ଅବସରରେ ଏହି ସେବା ଆରମ୍ଭ କରିଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଉଦ୍ଦେଶ୍ୟରେ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି।

୨୦୧୪ରୁ ୨୦୨୪ ମଧ୍ୟରେ ରେଳ ଭିତ୍ତିଭୂମିରେ ବିକାଶ ଆସିଛି। ବିକଶିତ ଭାରତରେ ଟେକ୍ନୋଲୋଜିର ଗୁରୁତ୍ବ ରହିଛି। ବନ୍ଦରଗୁଡ଼ିକୁ ଟ୍ରେନ୍‌ ସ‌ଂଯୋଗୀକରଣ କରାଯାଇପାରିଛି। 

-ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ରେଳମନ୍ତ୍ରୀ

Photo: Mint

ପୁରୀରୁ ଆରମ୍ଭ ହୋଇଥିବା ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ବିଶାଖାପଟନମ୍ ପର୍ଯ୍ୟନ୍ତ ଚାଲିବ। ପୁରୀ ଓ ବିଶାଖାପାଟଣା ମଧ୍ୟରେ ଖୋର୍ଦ୍ଧା, ବାଲୁଗାଁ ଓ ବ୍ରହ୍ମପୁର ଟ୍ରେନ୍‌ ରହଣୀ କରିବ। ଶନିବାର ବ୍ୟତୀତ ସପ୍ତାହର ୬ ଦିନ ଏହା ଚାଲିବ। ଗତବର୍ଷ ମେ’ ମାସରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା। ଏହା ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରୁଛି। ସେହିପରି ୨୦୨୩ ସେପ୍ଟେମ୍ବର ମାସରେ ପୁରୀ ଓ ରାଉଲକେଲା ମଧ୍ୟରେ ୨ୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲୁଛି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୧୬୨ଟି ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, ୪୧ଟି ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ  ଷ୍ଟଲ୍, ୫୦ଟି ସୋଲାର୍ ପାୱାର୍ ଷ୍ଟେସନ୍, ୫ଟି ଗୁଡ୍‌ସ ଶେଡ୍, ୯ଟି ନୂଆ ଲାଇନ ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, ୪ଟି ଅଟୋ ସିଗନାଲ୍ ସିଷ୍ଟମ୍, ଗୋଟିଏ ଗତି ଶକ୍ତି ଟର୍ମିନାଲ୍, ଗୋଟିଏ ଜନ ଔଷଧି କେନ୍ଦ୍ର ଏବଂ ଗୋଟିଏ ରେଳ କୋଚ୍ ରେଷ୍ଟୁରାଣ୍ଟ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।