ରାଜ୍ୟ

ଓଡ଼ିଶାକୁ ସୁହାଉନି, ଜାତୀୟ ହକିରେ ନିର୍ଣ୍ଣାୟକ ସାଜିଲା ସୁଟ୍‌ଆଉଟ୍‌

ରାଉରକେଲା: ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ‌ରେ ପ୍ରଥମଥର ପାଇଁ ୪ଟି ଜାତୀୟ ହକି ପ୍ରତିଯୋଗିତା ଖେଳାଯାଇଥିଲା। ମେ’ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତା ଖେଳାଯାଇଥିବାବେଳେ ମେ’ ୧୮ରୁ ୨୮ ଯାଏ ଜାତୀୟ ଉପକନିଷ୍ଠ ବାଳକ ହକି, ଜୁନ୍‌ ୧୨ରୁ ୨୨ ଯାଏ ଜାତୀୟ କନିଷ୍ଠ ବାଳକ ଏବଂ ଜୁନ ୨୭ରୁ ଜୁଲାଇ ୭ ତାରିଖ ଯାଏ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କେବଳ ଉପକନିଷ୍ଠ ବାଳକ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଦର୍ଶନ ଉତ୍କୃଷ୍ଟମାନର ରହିଥିଲା। ତେବେ ଅନ୍ୟ ସବୁ ପ୍ରତିଯୋଗିତାରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ବାସ୍ତବରେ ଏହି ପ୍ରତିଯୋଗିତାରେ ସୁଟ୍‌ଆଉଟ୍‌ ଓଡ଼ିଶା ପାଇଁ କାଳ ସାଜିଥିଲା। ଦଳ ମ୍ୟାଚ୍‌ରେ ଉତ୍ତମ ପ୍ରଦର୍ଶନ କରି ଅମୀମାଂସିତ ରଖିଥିଲା ସତ; କିନ୍ତୁ ସୁଟ୍‌ଆଉଟ୍‌ରେ ମାତ୍‌ ଖାଇଥିଲା।

ଓଡ଼ିଶା ଖେଳିଥିବା ଉପକନିଷ୍ଠ ବାଳକ ଓ ବାଳିକା ଏବଂ କନିଷ୍ଠ ବାଳକ ଓ ବାଳିକା ପ୍ରତିଯୋଗିତା ମଧ୍ୟରୁ ଓଡ଼ିଶା କେବଳ ଉପକନିଷ୍ଠ ବାଳକ ପ୍ରତିଯୋଗିତାରେ ସୁଟ୍‌ଆଉଟ୍‌ର ସମ୍ମୁଖୀନ ହୋଇନଥିଲା। ଏଥିରେ ଓଡ଼ିଶା କ୍ବାର୍ଟର ଫାଇନାଲରେ ଦାଦ୍ରା ନଗର ହଭେଳି ଓ ଡାମନ ଡିଉକୁ ୭-୦ ଗୋଲ୍‌ରେ ଓ ସେମିଫାଇନାଲରେ ମଧ୍ୟପ୍ରଦେଶକୁ ୩-୧ ଗୋଲ୍‌ରେ ପରାସ୍ତ କରିଥିଲା। ଫାଇନାଲରେ କିନ୍ତୁ ଉତ୍ତରପ୍ରଦେଶ ଠାରୁ ୧-୭ ଗୋଲ୍‌ରେ ପରାସ୍ତ ହୋଇ ଉପବିଜେତା ହୋଇଥିଲା। କେବଳ ଏହି ପ୍ରତିଯୋଗିତାରେ ଓଡ଼ିଶାର ପ୍ରଦର୍ଶନ ଉଚ୍ଚକୋଟୀର ଥିବାବେଳେ ଅବଶିଷ୍ଟ ତିନି ପ୍ରତିଯୋଗିତାରେ ସୁଟ୍‌ଆଉଟ୍‌ ହିଁ କାଳ ସାଜିଥିଲା। ଉପକନିଷ୍ଠ ବାଳିକା ପ୍ରତିଯୋଗିତାରେ ପୁଲ୍‌ ପର୍ଯ୍ୟାୟ ଓ କ୍ବାର୍ଟର ଫାଇନାଲରେ ଉନ୍ନତ ପ୍ରଦର୍ଶନକରି ଦଳ ସେମିଫାଇନାଲ ପ୍ରବେଶ କରିଥିଲା।

କିନ୍ତୁ ହରିୟାଣା ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ଝୁଣ୍ଟିପଡ଼ିଥିଲା। ସେମିଫାଇନାଲ ମ୍ୟାଚ୍‌ଟି ୧-୧‌ ଗୋଲ୍‌ରେ ଅମୀମାଂସିତ ରହିବାରୁ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ଓଡ଼ିଶା ୧-୩ ଗୋଲ୍‌ରେ ପରାସ୍ତ ହୋଇଥିଲା। ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌କୁ କିନ୍ତୁ ଓଡ଼ିଶା ଜିତି ନେଇଥିଲା। ଉତ୍ତରପ୍ରଦେଶ ବିପକ୍ଷ ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିବାବେଳେ ସୁଟ୍‌ଆଉଟ୍‌ରେ କିନ୍ତୁ ଦଳ ୪-୩ ଗୋଲ୍‌ରେ ବିଜୟୀ ହୋଇଥିଲା। କନିଷ୍ଠ ବାଳକ ପ୍ରତିଯୋଗିତାରେ ଓଡ଼ିଶା ସେମିଫାଇନାଲ ଯାଏ ପହଞ୍ଚିଥିଲା। ତେବେ ମଧ୍ୟପ୍ରଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ୪-୪ ଗୋଲ୍‌ରେ ଅମୀମାଂସିତ ରହିବାରୁ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ମଧ୍ୟପ୍ରଦେଶ ୧୨-୧୧ ଗୋଲ୍‌ରେ ଜିତି ନେଇଥିଲା।

ପରେ ଦଳ ତୃତୀୟ ସ୍ଥାନ ପାଇଁ ହରିୟାଣାଠାରୁ ୧-୩ ଗୋଲ୍‌ରେ ପରାସ୍ତ ହୋଇ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା। ସୁଟ୍‌ଆଉଟ୍‌ରେ ଆଶାନୁରୂପ ପ୍ରଦର୍ଶନ କରିନପାରିବାରୁ ଓଡ଼ିଶା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା କ୍ବାର୍ଟର ଫାଇନାଲ ପର୍ଯ୍ୟାୟରୁ ଦୁଃଖଦ ବିଦାୟ ନେଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ମଣିପୁରକୁ ୧୪-୦ ଗୋଲ୍‌ ଓ ଦ୍ବିତୀୟ ମ୍ୟାଚ୍‌ରେ ୪-୦ ଗୋଲ୍‌ରେ ତାମିଲନାଡ଼ୁକୁ ପରାସ୍ତକରି କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲା। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚ୍‌ ୩-୩ ଗୋଲ୍‌ରେ ଡ୍ର’ ରହିଥିଲା। ତେବେ ସୁଟ୍‌ଆଉଟ୍‌ରେ ଓଡ଼ିଶା ୨-୪ ଗୋଲ୍‌ରେ ପରାସ୍ତ ହୋଇ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।