କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଓଡ଼ିଆ ଚିତ୍ରଶିଳ୍ପୀ ତୁନେନ୍ଦ୍ର ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ କଳାସାଧନା ପୁରସ୍କାର’ ସ୍ଥପତି ଚନ୍ଦନ ସାମଲ ପାଇଲେ ‘କଳା ଉତ୍କର୍ଷ ପୁରଷ୍କାର’

ଭୁବନେଶ୍ବର : ଭାରତ ସ୍ୱାଧୀନତାର ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ହାଇଦ୍ରାବାଦସ୍ଥିତ କଳାମିତ୍ର ଫାଉଣ୍ଡେସନ ତରଫରୁ ଭର୍ଚୁଆଲ୍ ଚିତ୍ରକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ରମେଶ ମୋଥୁକୁରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ରାଷ୍ଟ୍ରୀୟ ଲଳିତକଳା ଏକାଡେମିର ଭାରପ୍ରାପ୍ତ ସଚିବ ରାମକୃଷ୍ଣ ଭେଦାଲା ମୁଖ୍ୟ ଅତିଥି ଭାବେ ଏବଂ ଲଳିତକଳା ଏକାଡେମିର ପରିଚାଳନା ପରିଷଦ ସଦସ୍ୟ ଏମ୍.ଭି. ରମଣ ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଓଡ଼ିଶାର ପ୍ରଖ୍ୟାତ ବର୍ଷୀୟାନ ଚିତ୍ରଶିଳ୍ପୀ ତୁନେନ୍ଦ୍ର କୁମାର ପଟ୍ଟନାୟକ, ଗୁଜରାଟର ବର୍ଷୀୟାନ ଚିତ୍ରଶିଳ୍ପୀ ଡ. ଉଷା ଆର. ପାଠକ, ଚେନ୍ନାଇର ଡି. ଭେଙ୍କଟପତି, ହାଇଦ୍ରାବାଦର ବଇରୁ ରଘୁରାମଙ୍କୁ ‘ଜୀବନବ୍ୟାପି କଳାସାଧନା ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏଥିସହ ଓଡ଼ିଶାର ସ୍ଥପତି ଅଧ୍ୟାପକ ଚନ୍ଦନ ସାମଲ ଓ ଅର୍ନ୍ତଜାତୀୟ ଚିତ୍ରଶିଳ୍ପୀ ଶଶଧର ପତି, ଗୁଜରାଟର ଭାର୍ଗବୀ ଭଟ୍ଟ, ପୂର୍ବୀ ସୋଲାଙ୍କି, ପିନାଲ ଆର୍. ପାଞ୍ଚାଲ, ପୁଡୁଚେରୀର ମୌନିସାମି କେ, ଆନ୍ଧ୍ରପ୍ରଦେଶର ପଦ୍ମା କୁଚିବୋତଲା, କର୍ଣ୍ଣାଟକର ସନ୍ତୋଷ କୁମାର ପ୍ରମୁଖ ଚିତ୍ରଶିଳ୍ପୀଙ୍କୁ ‘କଳା ଉତ୍କର୍ଷ ପୁରଷ୍କାର’ ରେ ଅତିଥିମାନେ ପୁରସ୍କୃତ କରିଥିଲେ।

ଭର୍ଚୁଆଲ୍ ଚିତ୍ରକଳା ପ୍ରଦର୍ଶନୀ-୨୦୨୧ ରେ ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ପଞ୍ଚାନନ ସାମଲଙ୍କ ଚିତ୍ରକଳା, ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ରବୀନ୍ଦ୍ର କୁମାର ମହାରଣାଙ୍କ ପଟ୍ଟଚିତ୍ରରେ ପ୍ରସ୍ତୁତ ଅୟଂଶ୍ରୀ ଚିତ୍ରକଳା, ରମେଶ ମୋଥୁକୁରି, ବି.ଏନ୍. ହରିପ୍ରସାଦ, ରାମକୃଷ୍ଣ ଭି. ନାୟକ, ରଭି ଆର୍. କୁଳମଣି, ବିଶ୍ଵନାଥ ଟି. ହାଣ୍ଡି, ସୋନି ଏମ୍. ଖଦାର ପ୍ରମୁଖ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ଶୋଭା ବର୍ଦ୍ଧନ କରିଛି। ଉକ୍ତ ଚିତ୍ରକଳା ପ୍ରଦର୍ଶନୀ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଦର୍ଶକ ଦେଖିପାରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,