ରାଜ୍ୟ

ଓଜେଇଇ କାଉନସେଲିଂ ଆଜିଠୁ: ୪ଟି ପର୍ଯ୍ୟାୟରେ ହେବ ‌ସିଟ୍‌ ଆଲଟ୍‌ମେଣ୍ଟ

ଭୁବନେଶ୍ବର: ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ୍‌, ବିଆର୍କିଟେକ୍‌, ବିପ୍ଲାନ୍‌, ବିକାଟ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମରେ ନାମଲେଖା ଲାଗି ଗୁରୁବାରଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୬ ପୂର୍ବାହ୍ନ ୧୧ଟାରୁ ରୢାଙ୍କକାର୍ଡଧାରୀ ପ୍ରାର୍ଥୀମାନେ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିପାରିବେ। ୧୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଚଏସ୍‌ ଫିଲିଂ କରିଥିବା ପ୍ରାର୍ଥୀଙ୍କ ପାଇଁ ୧୨ ତାରିଖ ଅପରାହ୍ଣରେ ମକ୍‌ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ। ୧୪ ତାରିଖରେ ପୂର୍ବାହ୍ନ ୧୧ଟା ୩୦ରୁ ପ୍ରାର୍ଥୀଙ୍କ ପାଇଁ ଚଏସ୍‌ ଲକିଂ ସୁବିଧା ଉପଲବ୍ଧ ହେବ। ୧୫ ତାରିଖ ରାତି ୧୧ଟା ୫୯ ସୁଦ୍ଧା ପଞ୍ଜୀକରଣ ଓ ଚଏସ୍‌ ଲକିଂ ଶେଷ ହେବ। ୧୬ରୁ ୧୮ ତାରିଖ ମଧ୍ୟରେ ତଥ୍ୟ ଯାଞ୍ଚ, ସିଟ୍‌ ବୈଧତା ଆଦି ଯାଞ୍ଚ କରାଯିବା ପରେ ୧୯ ତାରିଖରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୯ରୁ ୨୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ରିପୋଟିଂ, ୨୦ରୁ ୨୫ ତାରିଖ ମଧ୍ୟରେ ସିଟ୍‌ ଆଲଟମେଣ୍ଟ ପ୍ରକ୍ରିୟାରୁ ଓହରିପାରିବେ।

ଜୁଲାଇ ୩୧ରେ ଦ୍ବିତୀୟ ରାଉଣ୍ଡ୍‌ ସିଟ୍‌ ଆଲଟ୍‌ମେଣ୍ଟ ହେବ। ଏଥିସହ ଅଗଷ୍ଟ ୧ରୁ ୫ ମଧ୍ୟରେ ଦ୍ବିତୀୟ ଓଜେଇଇର ଯୋଗ୍ୟ ଛାତ୍ରଛାତ୍ରୀ, ବିଟେକ୍‌ ରୢାଙ୍କଧାରୀ, ପୂର୍ବରୁ ନାମ ପଞ୍ଜୀକରଣ କରି ନ ଥିବା ଜେଇଇ ମେନ୍‌ ରୢାଙ୍କଧାରୀ ନାମ ପଞ୍ଜୀକରଣ, ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ଜୁଲାଇ ୩୧ରୁ ଅଗଷ୍ଟ ୨ ମଧ୍ୟରେ ଅନ୍‌ଲାଇନ୍‌ ରିପୋର୍ଟିଂ ହେବ ଏବଂ ଜୁଲାଇ ୩୧ରୁ ଅଗଷ୍ଟ ୩ ମଧ୍ୟରେ ପ୍ରାର୍ଥୀ ସିଟ୍‌ ଆଲୋକେସନ ପ୍ରକ୍ରିୟାରୁ ଓହରିପାରିବେ। ଅଗଷ୍ଟ ୩ରେ ତୃତୀୟ ରାଉଣ୍ଡ୍‌ ସିଟ୍‌ ଆଲଟ୍‌ମେଣ୍ଟ ହେବ ଏବଂ ୮ରୁ ୧୦ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ରିପୋର୍ଟିଂ ଓ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟାରୁ ଓହରିପାରିବେ। ଅଗଷ୍ଟ ୧୪ରେ ଚୂଡ଼ାନ୍ତ ଆଲଟ୍‌ମେଣ୍ଟ ହେବା ସହ ୧୪ ଓ ୧୫ ତାରିଖରେ ଅନ୍‌ଲାଇନ୍‌ ରିପୋର୍ଟିଂ ଅନୁଷ୍ଠିତ ହେବ ବୋଲି ଓଜେଇଇ ପକ୍ଷରୁ ଆଜି ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଓଜେଇଇ ଫଳ ପ୍ରକାଶକୁ ମାସେ ପୂରିଥିଲେ ମଧ୍ୟ କାଉନସେଲିଂ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଥିଲେ। ଏନେଇ ମଙ୍ଗଳବାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଆଜି ଓଜେଇଇ ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବା ନେଇ ବିଜ୍ଞପ୍ତି ଜାରି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।