କଳା ଓ ସଂସ୍କୃତି ଧର୍ମ

ଓଜନ ନିୟନ୍ତ୍ରଣ ପାଇଁ ଖାଆନ୍ତୁ ପନିର-ଟମାଟୋ ସାଲାଡ: ଏହିଭଳି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ସାଲାଡ…

ଭୁବନେଶ୍ୱର ୨୯/୦୯ : ଆମ ନୀତି ଦିନିଆ ଜୀବନରେ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ସବୁଦିନ ଖାଇବା ସମୟରେ ସାଲାଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରି ସାବ୍ୟସ୍ଥ ହୋଇଥାଏ। ଯଦି ଆପଣଙ୍କର କେବେ ଖାଦ୍ୟ ଖାଇବା ପାଇଁ ମନ ହେଉନି ତେବେ ଆପଣ ସାଲାଡ ଖାଇପାରନ୍ତି। ଏହାଦ୍ୱାରା ଆପଣଙ୍କ ଶରୀରକୁ ଭରପୁର ମାତ୍ରାରେ ପୋଷକ ତତ୍ୱ ମିଳିଥାଏ। ସାଲାଡ ଖାଇଲେ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବା ସହ ତ୍ୱଚାରେ ଚମକ ଆସିଥାଏ।

ସାଲାଡ ଖାଇବାର ସବୁଠାରୁ ଭଲ ସମୟ ହେଉଛି ସକାଳ ଓ ଦ୍ୱିପ୍ରହର:

ଖାଦ୍ୟାଭ୍ୟାସ ଅନୁଯାୟୀ ରାତିରେ ଫ୍ରୁଟ୍ ସାଲାଡ ଖାଇବା ଅନୁଚିତ। ଏହା ଦ୍ୱାରା ଆପଣଙ୍କୁ ହଜମ ସମସ୍ୟା ଦେଖାଦେବା ସହ ଥଣ୍ଡା-କାଶ ମଧ୍ୟ ହୋଇପାରେ। ତେଣୁ ଯଦି ଆପଣଙ୍କୁ ରାତିରେ ସାଲାଡ ଖାଇବାକୁ ଇଚ୍ଛା ହେଉଛି ତେବେ ପନିର-ଟମାଟୋ ସାଲାଡ ଖାଇପାରିବେ।

ଆବଶ୍ୟକ ସାମଗ୍ରୀ

୧. ଗୋଟିଏ ବଡ଼ ଟମାଟୋ

(ଛୋଟଛୋଟ କରି କଟାଯାଇଥିବା)

୨. ଶହେ ଗ୍ରାମ୍ ପନିର ଓ ଗୋଟେ ପିଆଜ

(ବଡ଼ ଆକାରରେ କଟାଯାଇଥିବା)

୩. କିଛି ଧଣିଆ ପତ୍ର

୪. ଏକ ଚାମଚ୍ ଲେମ୍ୱୁ ରସ

୫. ଅଳ୍ପ କଳାଲୁଣ(ସ୍ୱାଦ ଅନୁସାରେ)

୬. ଏକ ଚାମଚ ଓରେଗାନୋ

ପ୍ରସ୍ତୁତ କରିବା ପ୍ରଣାଳୀ

ସର୍ବ ପ୍ରଥମେ ପାତ୍ରରେ ଧଣିଆ ପତ୍ର କାଟି ରଖନ୍ତୁ। ଏହା ଉପରେ କଟା ହୋଇଥିବା ଟମାଟୋ ଓ ପିଆଜକୁ ପକାନ୍ତୁ। ଏହା ପରେ ପନିରକୁ ତ୍ରିଭୁଜ ଆକାରରେ କାଟି ରଖନ୍ତୁ। ଏହା ଉପରେ ଲେମ୍ୱୁରସ, କଳାଲୁଣ, ଓରେଗାନୋ ପକାନ୍ତୁ। ଶେଷରେ ଏହାକୁ ଚାମଚ ସାହାଯ୍ୟ ଗୋଳାଇ ଦିଅନ୍ତୁ ।

ଟମାଟୋ ଖାଇବାର ଲାଭ – ଟମାଟୋ ଖାଇବା ଦ୍ୱାରା ଭୋକ ବଢ଼ିଥାଏ। ଏହା ଛଡ଼ା ଟମାଟୋ ହଜମ ଶକ୍ତି ଓ ପେଟ ସମ୍ୱନ୍ଧିୟ ସମସ୍ୟାକୁ ଦୁରେଇ ଦେଇଥାଏ। ଏହା ଖାଇଲେ ପେଟ ପରିଷ୍କାର ହେବା ସହିତ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ପନିର ଖାଇବାର ଲାଭ – ପନିରରେ ପ୍ରୋଟିନ, କାର୍ବୋହାଇଟ୍ରେଟ, ଫୋଲେଟ୍ସ ଓ ପ୍ରୋଟିନ ଥାଏ। ଅଣ୍ଡା ଓ ପ୍ରୋଟିନ ଦୁଇଟିରୁ ପ୍ରାୟ ସମାନ ପ୍ରକାର ପୋଷକ ତତ୍ୱ ମିଳିଥାଏ। ପନିର ପ୍ରୋଟିନରେ ଭରପୁର। ଏହାଦ୍ୱାରା ଶରୀରର ହାଡ଼ ଶକ୍ତ ହୋଇଥାଏ। ଏହା ଛୋଟ ପିଲାମାନଙ୍କର ଶାରୀରିକ ଅଭିବୃଦ୍ଧି କରିବା ସହ ଦାନ୍ତର ବିକାଶ ମଧ୍ୟ କରାଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ