ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଜନ କମ୍ କରିବାରେ ବହୁତ ପ୍ରଭାବଶାଳୀ ଏହି ଜଡିବୁଟି

ଭୁବନେଶ୍ୱର ୧୭/୧୨ : ଓଜନ ବଢିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆୟୁର୍ବେଦରେ ଓଜନ ବଢିବା ଏକ ଚକ୍ରୀୟ ପ୍ରକ୍ରିୟା। ଜୀବନଶୈଳୀ ଓ ଆହାର ସମ୍ବନ୍ଧୀୟ ଭୁଲ ଅଭ୍ୟାସ ଯୋଗୁଁ ପାଚନ ଅଗ୍ନି ଦୁର୍ବଳ ହୋଇପଡେ। ଯାହାଫଳରେ ଶରୀରରେ ବିଷାକ୍ତ ପଦାର୍ଥ ବଢ଼ିବାରେ ଲାଗିଥାଏ। ଫ୍ୟାଟ୍ ଏବଂ ମେଟାବୋଲିଜିମ୍ ଟିସୁ ସମସ୍ୟା ସୃଷ୍ଟି କରେ। ପାଚନ ପ୍ରଣାଳୀରେ ଅସନ୍ତୁଳନ ଦେଖାଦେଲେ ଟିସୁରେ କିଛି କିଛି ପରିବର୍ତ୍ତନ ହୋଇଥାଏ ଯାହାଫଳରେ ଓଜନ ମନକୁ ବଢ଼ିବାରେ ଲାଗିଥାଏ। କଫ ଦୋଷ, ବାତ ଓ ମେଦ ଧାତୁରେ ଅସନ୍ତୁଳନ ଦେଖାଦେଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଆୟୁର୍ବେଦ ଶରୀରକୁ ବିଷାକ୍ତ ପଦାର୍ଥରୁ ବାହାର କରିବାରେ, ଭୋଜନ ଅଭ୍ୟାସରେ ସୁଧାର ଆଣିବା, ପାଚନ ତନ୍ତ୍ର ମଜବୁତ କରିବା, ମେଟାବୋଲିଜିମକୁ ମଜବୁତ କରିବା ଏବଂ ଅବସାଦ କମ୍ କରିବାରେ ବିଭିନ୍ନ ଜଡିବୁଟି ସହାୟକ ପ୍ରମାଣିତ ହୋଇଥାଏ। ଏହିସବୁ ଜଡିବୁଟି ବ୍ୟବହାର କରି ଓଜନ କମ୍ କରିବା ସହ ପେଟଜନିତ ସମସ୍ୟା ମଧ୍ୟ ଦୂର କରାଯାଇପାରିବ।


୧. ଡାଲଚିନି – ଡାଲଚିନିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରହିଛି। ସେଥିପାଇଁ ଶୀତ ଦିନରେ ଏହାକୁ ଜଡିବୁଟି ଭଳି ବ୍ୟବହାର କରାଯାଇଥାଏ। ଓଜନ କମ୍ କରିବାରେ ଡାଲଚିନି ବହୁତ ପ୍ରଭାବଶାଳୀ। ଏହା ମେଟାବୋଲିଜିମ୍ ଉନ୍ନତି କରିବାରେ ସାହାଯ୍ୟ କରିଥାଏ। ଏହି ଭାରତୀୟ ମସଲା ଭୋକ କମ କରିବାରେ ସାହାଯ୍ୟ କରିଥାଏ। ଏହା କୋଲେଷ୍ଟ୍ରୋଲ୍ କମ୍ କରିଥାଏ। ଏହା ପେଟଫୁଲା ସମସ୍ୟା ମଧ୍ୟ ଦୂର କରିଥାଏ। ଡାଲଚିନି ପାଉଡରକୁ ପାଣିରେ ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ ଏବଂ ଟିକେ ଥଣ୍ଡା ହେବାପରେ ଛାଣି ସେବନ କରନ୍ତୁ।


୨. ଡାଣ୍ଡେଲିଅନ୍ – ଗୋଟିଏ କପ୍ ପାଣିରେ ଏକ ଚାମଚ୍ ଡାଣ୍ଡେଲିଅନ୍ ମିଶାଇ ଫୁଟେଇ ଦିଅନ୍ତୁ। ଫୁଟିଯିବା ପରେ ଏହି ପନିକି ଛାଣି ଦିଅନ୍ତୁ ଏବଂ ସେବନ କରନ୍ତୁ। ଡାଣ୍ଡେଲିଅନ୍ ପାଚନ କ୍ରିୟା କମ୍ କରିଥାଏ ଯେଉଁଥିପାଇଁ ବହୁତ ସମୟ ଯାଏଁ ଭୋକ ଲାଗିନଥାଏ। ଡାଣ୍ଡେଲିଅନରେ ଭରପୁର ମାତ୍ରାରେ ଫାଇବର୍ ରହିଛି ଯାହା ଚର୍ବି ଅଣୁଗୁଡିକୁ ଅବଶୋଷିତ ହେବାକୁ ରୋକିଥାଏ। ହାନିକାରକ ଅମ୍ଳଜାନ ରେଡିକାଲ୍ ସଫା କରିବାରେ ସାହାଯ୍ୟ କରେ ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ।


୩. ନିମ୍ବ – ଓଜନ କମ୍ କରିବାରେ ନିମ୍ବ ମଧ୍ୟ ବ୍ୟବହାର କରାଯାଇଥାଏ। ନିମ୍ବରେ ଔଷଧୀୟ ଗୁଣ ରହିଛି। ଗୋଟିଏ କପ୍ ପାଣିରେ ୪-୫ଟି ନିମ୍ବ ପତ୍ରକୁ ଭଲ ଭାବେ ଚକଟି ପାଣିରେ ମିଶାଇ ଦିଅନ୍ତୁ ଅଥବା ଫୁଟାଇ ଦିଅନ୍ତୁ। ତାପରେ ଏହି ପାଣିକୁ ସେବନ କରନ୍ତୁ। ନିମ୍ବ ଶରୀରର ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ସଞ୍ଚାଳନ ସୁଧରିଥାଏ। ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।


୪. ଗୋଲମରିଚ – ଗୋଲମରିଚରେ ଭରପୁର ମାତ୍ରାରେ ପିପରିନ୍ ରହିଛି। ଏହି ଉପାଦାନ ଚର୍ବି କୋଷ ଗଠନକୁ ରୋକିଥାଏ। ଗୋଟିଏ କପ୍ ଗରମ ପାଣିରେ ୧/୪ ଚାମଚ ଗୋଲମରିଚ ଓ ଗୋଟିଏ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହା ଚର୍ବି କୋଷକୁ ବିସ୍ତାର କରିବାରେ ରୋକିଥାଏ ଏବଂ ପେଟକୁ ସୁସ୍ଥ କରିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରିଥାଏ। ନିୟମିତ ଏହି ପାଣି ସେବନ କଲେ ଶରୀର ସୁସ୍ଥ ରହେ।

୫. ଗ୍ରୀନ୍ ଟି – ପ୍ରତ୍ୟେକ ବ୍ୟକ୍ତିଙ୍କ ମେଟାବୋଲିଜିମ୍ ସିଷ୍ଟମ୍ ଭିନ୍ନ ଭାବରେ କାମ କରେ। କିଛି ଲୋକଙ୍କ ମଧ୍ୟରେ ଏହା ଦ୍ରୁତ ଗତିରେ କାମ କରେ ଯାହା ଚର୍ବିକୁ ଶରୀରରେ ଜମା ହେବାକୁ ଦିଏନାହିଁ। କିଛି ଲୋକଙ୍କ ମଧ୍ୟରେ ମନ୍ଥର ଗତିରେ କାମ କରେ ଯାହା ଓଜନ ବଢାଇଥାଏ। ଗ୍ରୀନରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ମେଟାବୋଲିଜିମ୍ ବଢାଇଥାଏ ଏବଂ ଚର୍ବି ତରଲାଇବାରେ ସାହାଯ୍ୟ କରିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ