ଲାଇଫ୍ ଷ୍ଟାଇଲ

ଓଜନ କମାଇବାକୁ ଚାହାନ୍ତି କି? ଖାଇବା ପୂର୍ବରୁ ପିଅନ୍ତୁ ଏହି ସୁପ୍

କିଛି ଲୋକଙ୍କ କହିବା ମୁତାବକ କିଛି ଖାଇବା ମାତ୍ରେ ତୁରନ୍ତ ସେମାନଙ୍କ ଓଜନ ବଢ଼ିଯାଏ। ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରି ହେବ, କେତେ ଦିନ ବା ଖାଇବା ଉପରେ ଆୟତ୍ତ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍ ହେତୁ ମୋଟାପଣ ବଢ଼ିଥାଏ। ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା କରିବା ନିହାତି ଭୁଲ୍ ନିଷ୍ପତ୍ତି। ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି ତ ଖାଇବା କମ୍ କରନ୍ତିୁ ନାହିଁ, ବରଂ ନିମ୍ନରେ ଯେଉଁ ସୁପ୍ ବିଷୟରେ ଲେଖାଯାଇଛି ତାହାକୁ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ।
ପ୍ରଥମେ ୩ଟି ବିଲାତି ବାଇଗଣ, ୩ଟି ଗାଜର, ଏକ ଫୁଲକୋବି, ୬ଟି ପିଆଜ ନିଅନ୍ତୁ। ତାହାକୁ ଖୁବ୍ ସାନ ସାନ କରି କାଟିଦିଅନ୍ତୁ। ଏହା ସହିତ ୩ ବିଡ଼ା ଧନିଆ ପତ୍ର ବି କାଟିକି ରଖନ୍ତୁ। ପାରୁଛନ୍ତି ଯଦି ଅଧା ଗିନା ବିନ୍ସ କଟା ବି ନିଅନ୍ତୁ। ସବୁକୁ ମିଶାଇ ପାଣି ଦେଇ ସିଝେଇ ଦିଅନ୍ତୁ। ସେଥିରେ ଆବଶ୍ୟକ ପରିମାଣର ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଦିଅନ୍ତୁ। ନିଜର ରୁଚି ଅନୁସାରେ ପାଣି ମାରିପାରନ୍ତି କିମ୍ବା ଅଧିକ ବି ଦେଇପାରନ୍ତି। ଏହି ସୁପ୍କୁ ଖାଦ୍ୟ ଖାଇବାର ୧୦ ମିନିଟ୍ ପୂର୍ବରୁ ପିଅନ୍ତୁ। ପାରୁଛନ୍ତି ଯଦି ରାତିରେ ଆଉ କିଛି ନଖାଇ ଏହାକୁ ପିଇକି ଶୋଇପାରନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ