ଅପରାଧ ରାଜ୍ୟ

ଓକିଲ ଆନ୍ଦୋଳନରେ ଗିରଫଦାରି ଜାରି, ୩୨ ଜଣ ଜେଲ୍‌ଗଲେ

ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ଘଟଣାରେ ଓକିଲ ଓ ସାଧାରଣ ଲୋକଙ୍କ ଗିରଫଦାରି ଜାରି ରହିଛି। ଗୁରୁବାର ସୁଦ୍ଧା ୧୨ ଆନ୍ଦୋଳନ ଓ ଭଙ୍ଗାରୁଜା ‌ଘଟଣାରେ ମୋଟ ଗିରଫଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ପୂର୍ବରୁ ୧୫ ଜଣ ଆଇନ୍‌ଜୀବୀଙ୍କୁ ଗିରଫ କରା ଯାଇଥିଲାବେଳେ ଗୁରୁବାର ଆଉ ୧୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହି ୧୭ ଜଣଙ୍କ ମଧ୍ୟରେ ୮ ଜଣ ଆଇନ୍‌ଜୀବୀ, ୮ ଜଣ କିନ୍ନର ଓ ଜଣେ ସାଧାରଣ ଲୋକ ଅଛନ୍ତି।

ଗୁରୁବାର କୋର୍ଟ ଚାଲାଣ ହୋଇଥିବା ଆଇନ୍‌ଜୀବୀଙ୍କ ମଧ୍ୟରେ ଅଛନ୍ତି, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ତଥା ବରିଷ୍ଠ କଂଗ୍ରେସ୍ ନେତା ସୁରେଶ୍ବର ମିଶ୍ର, ହାଇକୋର୍ଟ ବେଞ୍ଚ ଆକ୍‌ସନ କମିଟିର ଅଧ୍ୟକ୍ଷ ତଥା ବଜରଙ୍ଗ ଦଳର ବରିଷ୍ଠ ନେତା ପ୍ରଦୀପ ବହିଦାର, ବରିଷ୍ଠ ଆଇନ୍‌ଜୀବୀ ତଥା ବଡ଼ବଜାର ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ସୁରେନ୍ଦ୍ର ମହାନ୍ତି। ସେମାନଙ୍କ ବ୍ୟତୀତ ଆଇନଜୀବୀ ବିଘ୍ନେଶ୍ବର ସରାଫ, ସଚ୍ଚିନ୍ଦ୍ର ସାହୁ, ରାଜା ମହେନ୍ଦ୍ର କୁମାର ଶର୍ମା, ଶଶାଙ୍କ ପାଢ଼ୀ ଏବଂ ଶିବ କୁମାର ଦିୱାନ୍‌ଙ୍କୁ ମଧ୍ୟ କୋର୍ଟ ଚାଲାଣ କରା ଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ। ସେହିପରି, ଗୁରୁବାର ଗିରଫ ହୋଇ ଜେଲ୍ ଯାଇଥିବା କିନ୍ନରମାନେ ହେଲେ ଅଭିନାଶ ସେଠ୍‌, ବନ୍ତ ଶୁକ୍ଳା, ଦୀନେଶ ପ୍ରଧାନ, ବିନୋଦ ମାଝୀ, ସୀତାକାନ୍ତ ବଗର୍ତ୍ତୀ, ସଜ୍ଜନ ସେଠ୍, ଦୀପକ ଚୌଧୁରୀ ଏବଂ ସମୀର ଚକ୍ରବର୍ତ୍ତୀ। ‌ଏହାଛଡ଼ା କୋର୍ଟ ପରିସରରେ ହୋଇଥିବା ଗଣ୍ଡଗୋଳ ଓ ଭଙ୍ଗାରୁଜାରେ ସାମିଲ ଥିବା ଅଭିଯୋଗରେ କଏଁଟୁ ନାଏକ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗିରଫ ହୋଇଥିବା ଓକିଲ ଓ ଅନ୍ୟମାନଙ୍କ ବିରୋଧରେ ଟାଉନ୍‌ ଥାନାର ମାମଲା ନଂ ୪୬୦ ତା. ୩୦.୧୧.୨୦୨୨ ଓ ମାମଲା ନମ୍ବର ୪୭୯, ୪୮୦,୪୮୧ ତା. ୧୨.୧୨.୨୦୨୨ ରୁଜୁ ହୋଇଛି। ଏହି ଆଧାରରେ ଆଇନ୍‌ଜୀବୀ ଓ ଅନ୍ୟ ଅଭିଯୁକ୍ତଙ୍କ ଉପରେ ଧାରା ୧୪୭, ୩୪୧, ୧୮୬, ୧୮୮, ୨୯୪, ୫୦୬, ୩୫୩, ୩୩୨, ୧୪୯, ୩୨୩, ୪୨୭ରେ ମାମଲା ରୁଜୁ କରାଯାଇଛି। ଏଥିରେ ମୁଖ୍ୟତଃ ସର୍ବସାଧାରଣ ସମ୍ପତ୍ତି ସୁରକ୍ଷା ଆଇନ୍‌ ୧୯୮୪-୩, ଆପରାଧିକ ଆଇନ୍ (ସଂଶୋଧିତ) ୧୯୩୨-୭ରେ ମାମଲା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମ୍ କୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ଜିଲ୍ଲା ପୁଲିସ୍ ତୁହାକୁତୁହା ଆଇନ୍‌ଜୀବୀଙ୍କୁ ଗିରଫ କରି ଚାଲିଛି। ପ୍ରତିଦିନ ରାତି ୧୦ଟା ପରେ ଚଢ଼ଉ ଆରମ୍ଭ ହେଉଛି। ମଧ୍ୟରାତ୍ରିରେ ଓକିଲଙ୍କ ଘରକୁ ଯାଇ ଉଠାଇ ଆଣୁଥିବା ଦେଖିବାକୁ ମିଳୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।