ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଏସ୍‌ଏସ୍‌ସି ଅଫିସ ସମ୍ମୁଖରେ ଆଶାୟୀଙ୍କ ଧାରଣା: ‘ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ଇସ୍ତଫା ଦିଅନ୍ତୁ’

ଭୁବନେଶ୍ବର: ପିଇଓ ପଦବି ପାଇଁ ୧୦ ଲକ୍ଷ… ଏଏସ୍ଓ ପାଇଁ ୧୮ ଲକ୍ଷ… ଟଙ୍କା ଦିଅ ଚାକିରି ନିଅ। ଏହିଭଳି ନାରା ଦେଇ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଓଡ଼ିଶାର ବେକାରୀ ଯୁବ ସମୂହ ଓ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରାର୍ଥୀସମୂହ। ଆଜି ପୂର୍ବାହ୍ନରେ ଶହ ଶହ ସଂଖ୍ୟାରେ ପ୍ରାର୍ଥୀ ଉପସ୍ଥିତ ହୋଇ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ୨୦୨୦-୨୩ ମସିହାରେ ସମସ୍ତ ପରୀକ୍ଷାକୁ ‌ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ଅନଲ‌ାଇନ୍ ମାଧ୍ୟମରେ କରାଯାଉ ବୋଲି ଦାବି କରିଥିଲେ। ପ୍ରାର୍ଥୀମାନେ କହିଛନ୍ତି ଯେ ନିକଟରେ ଯେଉଁ ଜେଇ (ସିଭିଲ୍) ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା ସେଥିରେ ଓଡ଼ିଶା ତଥା ଓଡ଼ିଶା ବାହାର ଦଲାଲମାନଙ୍କ ସଂପୃକ୍ତି ରହିଛି। କେବଳ ଜେଇ ସିଭିଲ୍ ପରୀକ୍ଷା ନୁ‌ହେଁ ପୂର୍ବରୁ ହୋଇଥିବା ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଛି।

ଯଦି ଟଙ୍କା ଦେଇ ଚାକିରି ମିଳି ପାରୁଛି ତେ‌ବେ ପ୍ରାର୍ଥୀମାନେ ପାଠ ପଢ଼ିବେ କାହିଁକି? ତା’ହେଲେ ଗରିବ ମେଧାବୀ ଛାତ୍ରମାନେ କ’ଣ କରିବେ? ଦଲାଲ ପ୍ରଶ୍ନପତ୍ର ବିକ୍ରି କରି ସୌଖିନ ଗାଡ଼ି ଚଢ଼ିବେ କିନ୍ତୁ ଗରିବ ମେଧାବୀ ଛାତ୍ରଟିଏ ବର୍ଷ ବର୍ଷ ଧରି ଦିନ ରାତି ଏକ କରି ପାଠ ପଢ଼ି ଶେଷରେ ଚାକିରି ନ ପାଇ ସାମାଜିକ ଓ ‌ମୌଳିକ ଅଧିକାରରୁ ବଞ୍ଚି‌ତ ହେବେ। ଏହା କେଉଁ ପ୍ରକାର ନ୍ୟାୟ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆଉ ଏଭଳି ଦୁର୍ନୀତିରେ ଓଏସ୍‌ଏସ୍‌ସିର ଅଧିକାରୀ ଓ କର୍ମଚାରୀମାନେ ସଂପୃକ୍ତ ରହିଛନ୍ତି। ତେଣୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ସମସ୍ତ ‌ଦୋଷୀଙ୍କ ବି‌ରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ନୈତିକତା ଦୃଷ୍ଟିରୁ ଓଏସ୍‌ଏସ୍‌ସି ଅଧ୍ୟକ୍ଷ ନିଜ ପଦବିରୁ ଇସ୍ତଫା ଦେବାକୁ ପ୍ରାର୍ଥୀସମୂହ ଦାବି କରିଛନ୍ତି। ଆଜିର ଧାରଣାରେ ସୁନୀଲ କୁମାର ମିଶ୍ର, ଶୁଭ୍ରଜିତ୍ ସାହୁ, ରବିନାରାୟଣ ରାଉତରାୟ, ଚେତନ ବରାଳ, ମୁକ୍ତି ରଞ୍ଜନ ପ୍ରମୁଖ ନେତୃତ୍ବ ନେଇଥି‌ଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।