ଦେଶ ବିଦେଶ ମନୋରଞ୍ଜନ

ଏ ସପ୍ତାହରେ ବିଗ୍ ବସ୍ ଘରୁ ବାହାରିପାରନ୍ତି ଜସ୍ମିନ୍ ଭାସିନ୍ ଏବଂ ନିଶାନ୍ତ ମଲଖାନି

ମୁମ୍ବାଇ ୨/୧୧: ଟିଭି ରିୟଲିଟି ଶୋ ‘ବିଗ୍ ବସ୍ ୧୪’ର ଆଗାମୀ ଏପିସୋଡରେ ଏଥର ଡବଲ୍ ଏଭିକ୍ସନ୍ ଦେଖିବାକୁ ମିଳିବ। ନୋମିନେଟେଡ କଣ୍ଟେଷ୍ଟାଣ୍ଟ୍ ଏବେ ରେଡ ଜୋନରେ ଅଛନ୍ତି। ଏଥିରେ କବିତା କୌଶିକ,ରୁବିନା ଦିଲାଏକ,ଜସ୍ମିନ୍ ଭାସିନ ଏବଂ ନିଶାନ୍ତ ମଲଖାନିଙ୍କ ନାଁ ସାମିଲ ରହିଛି। ‘ଓ୍ବିକେଣ୍ଡ କା ଓ୍ବାର’ ଏପିସୋଡରେ ସଲମାନ୍ ଖାନ୍ କହିଥିଲେ ଯେ ଏ ସପ୍ତାହରେ ଡବଲ୍ ଏଭିକ୍ସନ ହେବ। ଏଥିରେ ଅଡିଏନ୍ସଙ୍କ ଭୋଟ୍ ସହ ଗ୍ରୀନ୍ ଜୋନରେ ଥିବା ସଦସ୍ୟଙ୍କ ଭୋଟ ସାମିଲ ରହିବ।

ଏଜାଜ ଖାନ ନିଶାନ୍ତ ଏବଂ କବିତା କୌଶିକଙ୍କ ନାଁ ନେଇଥିଲେ। ଏଜାଜ କହିଥିଲେ ଯେ ନିଶାନ୍ତ ନିଜ ରଙ୍ଗ ଘରେ ବହୁତ ଶୀଘ୍ର ବଦଳାଇ ଦେଇଥାନ୍ତି। କବିତା ସମସ୍ତଙ୍କ ବିଷୟରେ ଖରାପ କଥା କହୁଛନ୍ତି ଏବଂ ଅପପ୍ରଚାର କରୁଛନ୍ତି।

ରାହୁଲ ବୈଦ୍ୟ ନିଶାନ୍ତ ଏବଂ ଜସ୍ମିନଙ୍କ ନାଁ ନିଅନ୍ତି। ତାଙ୍କ କହିବା ଅନୁସାରେ ଜସ୍ମିନ୍ ବହୁତ ଅଭଦ୍ର। ସେ ସବୁ ଛୋଟ ଛୋଟ କଥାରେ ଓଭର ରିଆକ୍ଟ କରନ୍ତି। ତାଙ୍କୁ ଲାଗେ ଯେ ସେ ଠିକ୍ ଏବଂ ଅନ୍ୟମାନେ ଭୁଲ୍।

ନିକ୍କି ତମ୍ବୋଲି ମଧ୍ୟ ନିଶାନ୍ତ ଏବଂ ଜସ୍ମିନଙ୍କ ନାଁ ନେଉଛନ୍ତି। ତାଙ୍କ କହିବା ଅନୁସାରେ ନିଶାନ୍ତ ଘରେ ନଜର ଆସୁ ନାହାନ୍ତି ଏବଂ ସେ କାହାକୁ କାମରେ ମଧ୍ୟ ସାହାଯ୍ୟ କରୁ ନାହାନ୍ତି। ଜସ୍ମିନଙ୍କ ପାଇଁ ନିକ୍କି କହିଛନ୍ତି ଯେ ସେ ଖାଲି ଗାଳି ଦେଲେ ଲଢ଼ିଥାନ୍ତି।

ସବୁ ସଦସ୍ୟ ନାଁ ନେବା ପରେ ବିଗ୍ ବସ୍ ୨ଟି ନାଁ ନେଉଛନ୍ତି। ଏଥିରେ ନିଶାନ୍ତ ଏବଂ ଜସ୍ମିନଙ୍କ ନାଁ ସାମିଲ ରହିଛି। ଏମାନେ ୨ଜଣ ଏହି ସପ୍ତାହ​‌ରେ ଘରୁ ବାହାରିଯିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ