ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏୟାରପୋର୍ଟରେ ବଡ଼ ଦୁର୍ଘଟଣା, ଉଡ଼ାଣ ଭରିବା ବେଳେ ଟ୍ରକ୍ ସହ ଧକ୍କା ବିମାନ

ପେରୁ, ୧୯/୧୧: ଉଡ଼ାଣ ଭରୁଥିବା ସମୟରେ ଘଟିଲା ଦୁର୍ଘଟଣା। ବିମାନରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ୧୦୦ ରୁ ଅଧିକ ଯାତ୍ରୀ। ପେରୁର ଲୀମା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଉଡ଼ାଣ ଭରୁଥିବା ଲେଟେମ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା।

ଶୁକ୍ରବାର ବିମାନ ରନଓ୍ବେରେ ଉଡ଼ାଣ ଭରୁଥିବା ସମୟରେ ଦମକଳ ଟ୍ରକ ସହ ଧକ୍କ୍କା ହୋଇଥିଲା। ଯାହାପରେ ସେଥରେ ନିଆଁ ଲାଗିଯାଇଥିଲା। ବିମାନରେ ଥିବା ଯାତ୍ରୀ ଏବଂ ପାଇଲଟ ସୁରକ୍ଷିତ ଥିବାବେଳେ ୨ ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି।

ଲୀମା ଏୟାରପୋର୍ଟ ତରଫରୁ ଟ୍ବିଟ କରି ଏହି ଘଟଣା ପରେ ଏୟାରପୋର୍ଟରେ ଅପରେସନ ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଏହି ଏୟାରବସ୍ ଏ୩୨୦ନିଓ ରେ ୧୦୨ ଯାତ୍ରୀ ଏବଂ ୬ କ୍ରୁ ମେମ୍ବର ରହିଥିଲେ। ଏହା ସହ ସମସ୍ତ ଜରୁରୀ ପଦକ୍ଷେପ ନିଆଯିବା ସହ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଥିବା ନେଇ କୁହାଯାଇଛି। ତେବେ କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ