ଦେଶ ବିଦେଶ ମନୋରଞ୍ଜନ

ଏହି OTTରେ ରିଲିଜ୍‌ ହେଲା ‘କାନ୍ତାରା’, ଏବେ ବି ବକ୍ସଅଫିସ୍‌ରେ ଭାଙ୍ଗୁଛି ରେକର୍ଡ

ମୁମ୍ଵାଇ ୨୪।୧୧: ଋଷିଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ କାନ୍ତାରା ବକ୍ସ ଅଫିସରେ ଧମାଲ କରୁଛି। କନ୍ନଡ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ର ଏହାର ଡବଡ୍ ଭର୍ସନ ସହିତ ବିଶ୍ୱବ୍ୟାପୀରେ ବି ବହୁତ ଭଲ ବ୍ୟବସାୟ କଲାଣି। ‘କାନ୍ତାରା’ର OTT ରିଲିଜ୍ ପାଇଁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ଏହା ନିଶ୍ଚିତ ହୋଇସାରିଛି । ଏହି ଚଳଚ୍ଚିତ୍ର ଡିଜିଟାଲ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି।

ଦେଶ ବିଦେଶରେ ଫିଲ୍ମ କାନ୍ତାରା ଓଟିଟି ରିଲିଜ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି। ଏହା କେବଳ କନ୍ନଡ,ତେଲୁଗୁ, ତାମିଲ୍‌ ଏବଂ ମଲାୟାଲମ୍‌ ଭାଷାରେ ରିଲିଜ୍‌ ହୋଇଛି। ହେଲେ ହିନ୍ଦୀ ଭର୍ସନକୁ ନେଇ ଅପେକ୍ଷା କରିବାକୁ ପଡିବ। ତାହା କେବେ ଆସିବ ଜଣା ନାହିଁ। ନଭେମ୍ବର ୨୪ରେ, ଫିଲ୍ମ କେବଳ ଭାରତରେ ନୁହେଁ, ୨୪୦ ବିଭିନ୍ନ ଦେଶରେ ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହୋଇଛି। ହମ୍ବଲ୍ ଫିଲ୍ମର ବ୍ୟାନରରେ ନିର୍ମିତ ଏହି ଆଡଭେଞ୍ଚର ଫିଲ୍ମ ଋଷଭ ଶେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ।

ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା କାନ୍ତାରା ଏବେ ମଧ୍ୟ ଥିଏଟର ଗୁଡ଼ିକରେ ଚାଲିଛି । ପ୍ରାୟ ଆଠ ସପ୍ତାହ ରିଲିଜ୍ ହେବା ପରେ ଫିଲ୍ମ ସାରା ବିଶ୍ୱରେ ୪୦୨ କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି। ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ୩୦୦ କୋଟି ମାର୍କ ଅତିକ୍ରମ କରିଥିବା ବେଳେ କନ୍ନଡ ଭାଷାରେ ୧୬୦.୨୯ କୋଟି ବ୍ୟବସାୟ କରିଥିଲା ​​ଏବଂ ହିନ୍ଦୀ ବେଲ୍ଟରେ ଏହି ଚଳଚ୍ଚିତ୍ରଟି ମୋଟ ୮୧.୯୯ କୋଟି ରୋଜଗାର କରିଛି ​​।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ