ଅପରାଧ ଦେଶ ବିଦେଶ

ଏହି ୬ଟି ରେଳ ଷ୍ଟେସନକୁ ବୋମାରେ ଉଡାଇଦେବାକୁ ଧମକ, ଜୈସ୍-ଇ-ମହମ୍ମଦ ନାଁରେ ଆସିଛି ଚିଠି

ନୂଆଦିଲ୍ଲୀ ୯।୫: ଉତ୍ତରାଖଣ୍ଡର ଅନେକ ରେଲଓ୍ବେ ଷ୍ଟେସନକୁ ବୋମା ପକାଇ ଉଡାଇଦେବାକୁ ଧମକ ଦିଆଯାଇଛି । ଏହାପରେ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ରୁଡକି ରେଲଓ୍ବେ ଷ୍ଟେସନର ଅଧୀକ୍ଷକଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଯେଉଁଥିରେ ଲସ୍କର, ନଜିବାବାଦ, ଡେରାଡୁନ, ରୁଡକି, ଋଷିକେଶ, ହରିଦ୍ବାର ରେଳ ଷ୍ଟେସନ ସମେତ ଅନେକ ଧାର୍ମିକ ସ୍ଥଳକୁ ମଧ୍ୟ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି ।

ଅସ୍ପଷ୍ଟ ହିନ୍ଦୀରେ ଲେଖାଯାଇଥିବା ଏହି ଚିଠିକୁ ପଠାଇଥିବା ଲୋକ ନିଜକୁ ଆତଙ୍କୀ ସଂଗଠନ ଜୈସ୍-ଇ-ମହମ୍ମଦର ଏରିଆ କମାଣ୍ଡର ସଲିମ ଅନସାରୀ କହିଛି । ଚିଠି ମିଳିବା ପରେ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦିଆଯାଇଥିଲା । ତଦନ୍ତ ବେଳେ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି ।

ନିଜେ ପୋଲିସ ମହାନିର୍ଦ୍ଦେଶକ ଏହି ମାମଲାର ତଦନ୍ତ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ସେ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଚିଠି ପଠାଇଥିବା ବ୍ୟକ୍ତି ଜଣେ ମାନସିକ ରୋଗୀ । ଯିଏକି ଗତ ୨୦ ବର୍ଷ ହେବ ଏଭଳି ଧମକ ଦେଉଛି । ଏହା ସତ୍ତ୍ବେ ଉତ୍ତରାଖଣ୍ଡ ପୋଲିସ ଏହି ଚିଠିକୁ ଗୁରୁତ୍ବର ସହ ନେଇ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଛନ୍ତି । ଚିଠିରେ ଦିଆଯାଇଥିବା ଏହି ରେଲଓ୍ବେ ଷ୍ଟେସନ ବ୍ୟତୀତ ରାଜ୍ୟର ପ୍ରମୁଖ ମନ୍ଦିର ଏବଂ ଜନଗହଳିପୂର୍ଣ୍ଣ ଆୟୋଜନ ଉପରେ ଫୋକସ୍ କରିବାକୁ କୁହାଯାଇଛି । ସୂତ୍ର ଅନୁସାରେ ପୋଲିସ ପୂର୍ବରୁ ମିଳିଥିବା ଚିଠିର ଲେଖା ସହ ଏବେର ଚିଠିକୁ ମିଳାଉଛି ।

ଉଲ୍ଲେଖଯୋଗ୍ୟ ଯେ, ରୁଡକି ରେଲଓ୍ବେ ଷ୍ଟେସନ ଅଧୀକ୍ଷକଙ୍କ ନିକଟକୁ ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୯ରେ ଏହିପରି ଧମକପୂର୍ଣ୍ଣ ଚିଠି ଆସିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ