ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ୧୦ଟି ଜିନିଷରେ ଲୁଚି ରହିଛି ପ୍ରୋଟିନ୍-ଫାଇବର୍ : ପ୍ରତିଦିନ ଖାଆନ୍ତୁ ସକାଳ ଜଳଖିଆରେ

ସକାଳ ଖାଦ୍ୟରେ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ବଦଳରେ ଜଳଖିଆରେ କିଛି ନଖାଇବା ଆହୁରି ଭଲ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଳଖିଆରେ ଡାଇଟ୍ ବାଲାନ୍ସ ରଖିବା ଦ୍ବାରା କେବଳ ଶରୀରକୁ ଶକ୍ତି ମିଳିନଥାଏ ବରଂ ଏହା ପୂରା ଦିନର ଭୋକକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ। ଆସନ୍ତୁ ଜାଣିବା ୧୦ଟି ଉପଯୁକ୍ତ ଜଳଖିଆ ବିଷୟରେ
୧.ଅଣ୍ଡା : ଅଣ୍ଡାକୁ ପ୍ରୋଟିନ୍ ର ରାଜା କୁହାଯାଏ। କମ୍ କ୍ୟାଲୋରୀ ଯୁକ୍ତ ଅଣ୍ଡା ଦ୍ବାରା ଶରୀରକୁ କେବଳ ପର୍ଯ୍ୟାପ୍ତ ପ୍ରୋଟିନ୍ ମିଳିନଥାଏ ବରଂ ଏଥିରୁ ରକ୍ତରେ ଶର୍କରାର ମାତ୍ରା ଏବଂ ଇନସୁଲିନ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଅଣ୍ଡାର ଧଳା ଭାଗରେ ପ୍ରୋଟିନ୍ ହୋଇଥାଏ ଏବଂ ଭିତରର ହଳଦିଆ ଭାଗରେ ଲ୍ୟୁଟିନ୍ ଏବଂ ଜିକ୍ସାନଥିନ ରହିଥାଏ। ଏହି ଆଣ୍ଟି ଅକ୍ସିଡାଣ୍ଟ ଆଖି ସହ ଜଡ଼ିତ ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

୨. ଦହି : ବଜାରରେ ଅନେକ ପ୍ରକାରର ଦହି ଉପଲବ୍ଧ ହୋଇଥାଏ। ଏଥିରେ ଗ୍ରୀକ୍ ୟୋଗର୍ଟ ସାଧାରଣ ଅଟେ। ଡାଇଟିସିଆନ ନିଜେ ଏହାକୁ ନେବାକୁ ପରାମର୍ଶ ଦେଇଥାନ୍ତି। ଏହି ୟୋଗର୍ଟ ବ୍ୟାୟାମ ପରେ ଶରୀରକୁ ଦୁଇ ଗୁଣ ମାତ୍ରାରେ ପ୍ରୋଟିନ୍ ଦେଇଥାଏ। ଏହା ବ୍ରେଷ୍ଟ କ୍ୟାନସର ଆଶଙ୍କାକୁ ମଧ୍ୟ କମ୍ କରିଥାଏ।

୩. କଫି : କଫିରେ ଥିବା ହାଇ କ୍ୟାଫିନକୁ ମନୁଷ୍ୟର ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ କୁହାଯାଇଥାଏ। ଓଜନ କମ୍ କରିବାଠୁ ନେଇ ମେଟାବଲିଜମ ସିଷ୍ଟମକୁ ସୁସ୍ଥ ରଖିବା ପାଇଁ କଫି ଉପଯୁକ୍ତ ହୋଇଥାଏ। ପ୍ରତିଦିନ ୩୮ରୁ ୪୦୦ଗ୍ରାମ୍ କଫି ସେବନ କରିବା ଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ। ଏହାଦ୍ବାରା ମଧୁମେହ ନିୟନ୍ତ୍ରଣ,ପେଟ ସମସ୍ୟା ପାଇଁ କଫି ଲାଭଦାୟକ ହୋଇଥାଏ।

୪.ଓଟସମିଲ୍ : ଜଳଖିଆ ପାଇଁ ଓଟସମିଲ୍ ଏକ ଉପଯୁକ୍ତ ଖାଦ୍ୟ। ଫାଇବରରେ ଭରପୂର ଓଟସମିଲ୍ ଶରୀରରେ କୋଲେଷ୍ଟୋଲର ମାତ୍ରା କମ୍ କରିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ହୃଦୟ ପାଇଁ ଉପଯୁକ୍ତ ଅଟେ ଏବଂ ରକ୍ତଚାପର ଆଶଙ୍କାକୁ ମଧ୍ୟ କମ୍ କରିଥାଏ।

୫. ଚିଆ ମଞ୍ଜି : ପୋଷକ ତତ୍ତ୍ବରେ ଭରପୂର ଚିଆ ମଞ୍ଜି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ୧୦୦ଗ୍ରାମ୍ ଚିଆ ମଞ୍ଜିରେ ୪୮୬କିଲୋ କ୍ୟାଲୋରୀ ରହିଥାଏ। ଏହା ବ୍ୟତୀତ ଏଥିରେ ୪୨.୧ଗ୍ରାମ୍ କାର୍ବୋହାଇଡ୍ରେଟ୍ ଏବଂ ୩୪.୪ଗ୍ରାମ୍ ଫାଇବର ଥାଏ।

୬. କୋଳି : ସ୍ବାଦିଷ୍ଟ ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ବିଭିନ୍ନ ପ୍ରକାରର କୋଳି ରହିଥାଏ। ନିଜ ସକାଳ ଜଳଖିଆରେ ବ୍ଲୁବେରି,ରାସ୍ପବେରି,ଷ୍ଟ୍ରବେରି ଏବଂ ବ୍ଲାକବେରି ସାମିଲ କରି ପାରିବେ। ଅନ୍ୟ ଫଳ ତୁଳନାରେ ଏଥିରେ ଅନେକ କମ୍ ସୁଗାର ରହିଥାଏ ଏବଂ ଫାଇବରର ମାତ୍ରା ଅଧିକ ରହିଥାଏ। ଏଥିରେ ଥିବା ଏନ୍ଥୋସାୟାନିନ ଆଣ୍ଟି ଅକ୍ସିଡାଣ୍ଟ ହୃଦୟର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ।

୭. ଡ୍ରାଇ ଫୃଟସ୍ : ସକାଳ ଜଳଖିଆରେଡ୍ରାଇ ଫୃଟସ୍ ଖାଇବା ଉଚିତ୍। ଏଥିରେ ମ୍ୟାଗ୍ନେସିୟମ,ପୋଟାସିୟମ ଏବଂ ହୃଦୟର ସ୍ବାସ୍ଥ୍ୟ ପାଇଁ ଜରୁରୀ ମୋନୋଅନସ୍ୟାଚୁରେଟେଡ ଫ୍ୟାଟ୍ ବହୁତ ଅଧିକ ରହିଥାଏ। ଆପଣଙ୍କୁ ଓର୍ଗାନିକ୍ ବାଦାମ କିଣିବା ଉଚିତ୍।

୮. ଗ୍ରୀନ୍ ଟି : ଗ୍ରିନ୍ ଟିକୁ ବିଶ୍ବର ସବୁଠୁ ସ୍ବାସ୍ଥ୍ୟକର ପାନୀୟ ବୋଲି କୁହାଯାଇଛି। ଏହା କେବଳ ଆପଣଙ୍କ ମେଟାବଲିଜମ ସିଷ୍ଟମକୁ ଉନ୍ନତ କରିନଥାଏ ବରଂ ଓଜନ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ। ଗ୍ରିନ୍ ଟି ଶରୀରରେ ଶର୍କରା ସ୍ତର ଏବଂ ଇନସୁଲିନ୍ ସ୍ତର ନିୟନ୍ତ୍ରଣରେ ରଖିଥାଏ।

୯. ପ୍ରୋଟିନ୍ ସେକ୍ : ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିନର ଆରମ୍ଭ ପ୍ରୋଟିନ୍ ସେକରୁ କରିବା ଉଚିତ୍। ଆପଣ ହ୍ବେ,ଅଣ୍ଡା,ସୋୟା କିମ୍ବା ମଟରର ପ୍ରୋଟିନ୍ ନେଇ ପାରନ୍ତି। ଏଗୁଡ଼ିକ ମଧ୍ୟରେ ହ୍ବେ ପ୍ରୋଟିନକୁ ସବୁଠୁ ଭଲ ବୋଲି କୁହାଯାଇଥାଏ। ଏହାର ଅନେକ ଫାଇଦା ମଧ୍ୟ କୁହାଯାଇଛି। ଏହା ଭୋକକୁ ନିୟନ୍ତ୍ରଣ କରିବା ସହ ମାଂସପେଶୀକୁ ମଜବୁତ କରିଥାଏ।

୧୦. ଫଳ : ଜଳଖିଆରେ ଯେକୌଣସି ଫଳ ଖାଇବା ନିହାତି ଜରୁରୀ। ସବୁ ପ୍ରକାରର ଫଳ ଭିଟାମିନ୍,ପୋଟାସିୟମ,ଫାଇବର ଏବଂ ଲୋ କ୍ୟାଲୋରୀ ଯୁକ୍ତ ହୋଇଥାଏ। ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ସିର ଅଭାବ ରହିଛି ତେବେ ଆପଣଙ୍କୁ ସକାଳେ ଫଳ ନିଶ୍ଚୟ ଖାଇବା ଉଚିତ୍। ଫଳ ଶରୀରରେ ପାଣିର ଅଭାବକୁ ପୂରା କରି ଡିହାଇଡ୍ରେସନ ସମସ୍ୟା ହେବାକୁ ଦେଇନଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ