କଳା ଓ ସଂସ୍କୃତି ଧର୍ମ

ଏହି ସ୍ଥାନରେ ଆଜି ବି ଅଛି ଭଗବାନ ଶିବଙ୍କ ପାଦ ଚିହ୍ନ, ପଢନ୍ତୁ ପୌରାଣିକ କଥା

ନୂଆଦିଲ୍ଲୀ ୦୯/୦୨ : ସନାତନ ଧର୍ମରେ ଭଗବାନ ଶିବ ତ୍ରିଦେବଙ୍କ ମଧ୍ୟରୁ ଜଣେ। ସେ ଆଜି ବି କୈଳାସ ପର୍ବତରେ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଶିବଙ୍କୁ ସଂହାରକର୍ତ୍ତା ବୋଲି ମଧ୍ୟ କୁହାଯାଏ। ଭଗବାନ ଶିବ କୈଳାସ ପର୍ବତରେ ବାସ କରି ମଧ୍ୟ ଆକାଶ ମାର୍ଗ ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି ବୋଲି କୁହାଯାଏ। ଭ୍ରମଣ ସମୟରେ ଭଗଵାନ ଶିବ ପୃଥିବୀରେ ଯେଉଁ ଯେଉଁ ସ୍ଥାନରେ ପାଦ ଦେଇଥିଲେ ସେହି ସ୍ଥାନରେ ଆଜି ମଧ୍ୟ ତାଙ୍କ ପାଦ ଚିହ୍ନ ଅଛି। ଭାରତରେ କେଉଁ କେଉଁ ସ୍ଥାନରେ ଶିବଙ୍କ ପାଦ ଚିହ୍ନ ରହିଛି ଜାଣନ୍ତୁ।

ଉତ୍ତରାଖଣ୍ଡ ଯୋଗେଶ୍ୱର ଧାମରେ ଭଗବାନ ଶିବଙ୍କ ପାଦ ଚିହ୍ନ ଅଛି – ଭାରତର ଦେବଭୂମି ଉତ୍ତରାଖଣ୍ଡ ଅଲମୋଡା ଜିଲ୍ଲାରୁ ୩୬ କିଲୋମିଟର ଦୂରରେ ଯୋଗେଶ୍ୱର ମନ୍ଦିର ନାମରେ ଏକ ପାହାଡ ଅଛି। ଏହି ପାହାଡ ଉପରେ ଜଙ୍ଗଲରେ ୪ କିଲୋମିଟର ଚାଲିବା ପରେ ଏକ ଜାଗାରେ ଶିବଙ୍କ ପାଦ ଚିହ୍ନ ଦେଖାଦେଇଥାଏ। ପୌରାଣିକ କଥା ଅନୁଯାୟୀ, ପଞ୍ଚୁ ପାଣ୍ଡବ ସ୍ୱର୍ଗ ଗଲାବେଳେ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଏବଂ ତାଙ୍କ ସାନ୍ନିଧ୍ୟରେ ରହିବାକୁ ଇଚ୍ଛା କରିଥିଲେ। ସେତେବେଳେ ଶିବ ଧ୍ୟାନ କରିବାକୁ କୈଳାସ ପର୍ବତ ଯିବାକୁ ଚାହୁଁଥିଲେ। କିନ୍ତୁ ପାଣ୍ଡବ ଏଥିରେ ସହମତ ନଥିଲେ। ଶିବ ପାଣ୍ଡବଙ୍କୁ ଚକମା ଦେଇ କୈଳାସ ଚାଲି ଯାଇଥିଲେ। ଯେଉଁଠାରୁ ଶିବ ପ୍ରସ୍ଥାନ କରିଥିଲେ ସେଠାରେ ତାଙ୍କର ପାଦ ଚିହ୍ନ ରହିଛି ବୋଲି କୁହାଯାଏ।

ତାମିଲନାଡୁର ଥେରୁବେଙ୍ଗଡୁରେ ଏକ ଶ୍ରୀସ୍ବେଦାରଣେଶ୍ୱର ମନ୍ଦିର ଅଛି। ଏହି ମନ୍ଦିରରେ ଶିବଙ୍କ ପାଦ ଚିହ୍ନ ଅଛି। ଏଠାରେ ଏହାକୁ ‘ରୁଦ୍ର ପଦମ୍’ ବୋଲି କୁହାଯାଏ। ତାମିଲନାଡୁ ଥିରୁବନ୍ନା ମଲାଇରେ ମଧ୍ୟ ଶିବଙ୍କ ପାଦ ଚିହ୍ନ ଅଛି।


ଆସାମ ତେଜପୁର ରୁଦ୍ରପଦ ମନ୍ଦିରରେ ଶିବଙ୍କ ଡାହାଣ ପାଦ ଚିହ୍ନ ଅଛି। ଏହି ମନ୍ଦିର ବ୍ରହ୍ମପୁତ୍ର ନଦୀ କୂଳରେ ନିର୍ମିତ ହୋଇଛି।


ଝାରଖଣ୍ଡ ରାଞ୍ଚି ରେଲୱେ ଷ୍ଟେସନରୁ ୭ କିଲୋମିଟର ଦୂରରେ ‘ରାଞ୍ଚି ହିଲ’ ନାମକ ପାହାଡ ଅଛି। ଏହି ପାହାଡ ଉପରେ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ଅଛି। ଏହି ମନ୍ଦିର ନାଗ ମନ୍ଦିର ଭାବେ ଜଣାଶୁଣା। ଏହି ମନ୍ଦିରରେ ଆଜି ବି ଭଗବାନ ଶିବଙ୍କ ପାଦ ଚିହ୍ନ ରହିଛି। ଶ୍ରାବଣ ମାସରେ ଏକ ନାଗ ଏହି ମନ୍ଦିରରେ ହିଁ ଡେରା ଜମେଇ ରୁହେ ବୋଲି କୁହାଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ