ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏହି ସବୁ ଦେଶକୁ ଛୁଇଁନି କରୋନା, ବାହାରିନି ଗୋଟିଏ ବି କେସ୍

ନୂଆଦିଲ୍ଲୀ, ୧୯।୦୨ : ସାରା ବିଶ୍ୱ କରୋନା ଭାଇରସର ମୁକାବିଲା କରୁଛି । ମାରାତ୍ମକ କରୋନା ଭାଇରସ ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ଜୀବନ ନେଇଛି । କୋଟି କୋଟି ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଭାଇରସର ମୁକାବିଲା କରିବାକୁ ଭାକସିନ୍ ନେଉଛନ୍ତି । କିନ୍ତୁ ଏପରି କିଛି ଦେଶ ଅଛି ଯେଉଁଠି ଗୋଟିଏ ହେଲେ କରୋନା ମାମଲା ସାମ୍ନାକୁ ଆସିନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ନୂଆ ତାଲିକା ପ୍ରକାଶ କରିଛି । ଏଥିରେ ଆଦୌ କରୋନା ମାମଲା ନଥିବା ଦେଶ ସ୍ଥାନ ପାଇଛି । ଯେଉଁଥିରେ ଜଣେ ହେଲେ କେହି ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ଏପରିକି କୋଭିଡ୍-୧୯ ଭାଇରସ ଗୋଟିଏ ହେଲେ ବି ଜୀବନ ନେଇନାହିଁ ।

କେଉଁ ଦେଶକୁ ଛୁଇଁନି କରୋନା

ପ୍ରଶାନ୍ତ ମହାସାଗରରେ ଥିବା ୪ଟି ଦ୍ୱୀପକୁ ନେଇ ଗଠିତ ମାଇକ୍ରୋନେସିଆ । ଏଠାରେ କେହି ବି ପଜିଟିଭ୍ ଚିହ୍ନଟ ନାହାଁନ୍ତି । ସେହିପରି ନାଉରାରେ ମଧ୍ୟ କେହି କରୋନା ସଂକ୍ରମିତ ହୋଇ ନାହାଁନ୍ତି । ଏଠାରେ ପ୍ରତି ୧୦୦ ଲୋକରେ ୬୮ ଜଣ ଭାକସିନ୍ ଲଗାଇ ସାରିଛନ୍ତି ।

ଏତତ୍ ବ୍ୟତୀତ ନିଉ, ପିଟକେରାନ୍ ଆଇଲାଣ୍ଡ, ସେଣ୍ଟ୍ ହେଲେନାରେ ମଧ୍ୟ କେହି ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ଏଠାରେ ୧୦୦ରେ ୫୮ରୁ ୭୯ ଜଣ ଲୋକଙ୍କୁ ଟିକା ଦିଆଯାଇଛି । ୧୫୦୦ ଜନ ସଂଖ୍ୟା ବିଶିଷ୍ଟ ଟୋକେଲାଉ ଦେଶରେ ମଧ୍ୟ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । ସେହିପରି ଟୁଭାଲୁ, ତୁର୍କମେନିସ୍ତାନ ଓ ଉତ୍ତର କୋରିଆରେ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ