ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ସବୁ ଖାଦ୍ୟ ମାତ୍ରାଧିକ ଖାଇବା ଶରୀର ପ୍ରତି କ୍ଷତିକାରକ

ଆଜିକାଲି ବିଭିନ୍ନ ପ୍ରକାରର ରୋଗ ଓ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଥିବାରୁ ଲୋକେ ଦିନକୁ ଦିନ ଖାଦ୍ୟକୁ ନେଇ ବେଶି ବେଶି ସଚେତନତା ଅବଲମ୍ବନ କରୁଛନ୍ତି। ଏମିତି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଦେହ ପାଇଁ ସୁସ୍ଥକର ଭାବି ଅଧିକାଂଶ ସମୟରେ ଖାଇଥାଉ। ତାହା କିନ୍ତୁ ଅସୁସ୍ଥକର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେସବୁ କ’ଣ।

ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି ବୋଲି ଆମେ ପ୍ରାୟ ସମସ୍ତେ ଜାଣନ୍ତି। ପ୍ରୋଟିନ୍‌ ସବୁ ମଣିଷଙ୍କ ଦେହ ପାଇଁ ଦରକାରୀ। ମାତ୍ର ଜାଣିରଖନ୍ତୁ ଯେ ଅଣ୍ଡା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍‌ ମଧ୍ୟ ବଢ଼ିଥାଏ। ତେଣୁ ପରିମାଣ ଭିତରେ ଅଣ୍ଡା ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

କଙ୍କଡ଼ା ଅଧିକାଂଶ ଲୋକଙ୍କର ପ୍ରିୟ ଆମୀଷ ଖାଦ୍ୟ ହୋଇଥାଏ। ମାତ୍ର ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି ଯେ କଙ୍କଡ଼ା ଖାଇବା ଦ୍ୱାରା ଶରୀରରେ ମୋଟାପା ବଢ଼ିଥାଏ।

କଫି ପିଇବା ଆଜିକାଲି ସମସ୍ତଙ୍କର ପ୍ରାୟ ଏକ ସଉକ। ମାତ୍ର ଡାକ୍ତମରମାନେ ପରାମର୍ଶ କରିଛନ୍ତି ଯେ କଫି ପିଇବା ସମୟରେ ଲେମ୍ବୁ ଚା’ ପିଇବା ଅଭ୍ୟାସ କରନ୍ତୁ। ଲେମ୍ବୁ ଚା’ ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ।

ଚକ୍‌ଲେଟ୍‌ରେ ଜଣାପଡୁନଥିଲେ ବି ପ୍ରବଳ ଫ୍ୟାଟ୍‌ ରହିଥାଏ। ଆପଣ ଯଦି ନିଜର ଓଜନ ହ୍ରାସ କରିବା ଲକ୍ଷରେ ଅଛନ୍ତି ତାହାଲେ ଆଦୌ ଚକ୍‌ଲେଟ୍‌ ଖାଆନ୍ତୁ ନାହିଁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ