ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ, କେଶ ଝଡ଼ିବା ସମସ୍ୟାକୁ ଚୁଟ୍‌କିରେ ସମାଧାନ କରନ୍ତୁ

ଶୀତ ଦିନେ କେଶ ଝଡ଼ିବା ଏକ ମୁଖ୍ୟ ସମସ୍ୟା। ଆଜିକାଲି ପରିବେଶ ପ୍ରଦୂଷଣ କାରଣରୁ ପ୍ରାୟ ସବୁ ଋତୁରେ କେଶ ଝଡୁଥିଲେ ବି ଶୀତ ଦିନେ ବିଶେଷ ମାତ୍ରାରେ ଝଡ଼ିଥାଏ। ଏହାକୁ ନେଇ ପୁଅରୁ ଝିଅ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିିତ ରହିବା ଏକ ସ୍ବାଭାବିକ କଥା, କାରଣ ଆଜିକାଲି ଚନ୍ଦା ହେବାଟା ଆଉ ବଡ଼ କଥା ହୋଇ ନାହିଁ।

ମାତ୍ର ଆମେ ନିଜ କେଶର ଠିକ୍‌ ଭାବେ ଯତ୍ନ ନେଇପାରିଲେ ଚନ୍ଦା ସମସ୍ୟାରୁ ନିଜକୁ ଦୂରେଇ ରଖିପାରିବା। ଶତ ପ୍ରତିଶତ କେଶ ଝଡ଼ିବା ରୋକି ନପାରିଲେ ବି କିିଛି ମାତ୍ରାରେ ଏହାକୁ ଆୟତ୍ତ କରିପାରିବା।

ଯେଉଁଦିନ କେଶ ସଫା କରିବାର ଅଛି ତା’ର କିଛି ସମୟ ପୂର୍ବରୁ ପାଚିଲା କଦଳୀରେ ମହୁ ମିଶ୍ରଣ କରି ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ନିଜ ମୁଣ୍ଡରେ ଲଗାନ୍ତୁ। ଲଗାଇବା ପରେ କଦଳୀ କେଶରେ ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। କେଶ ଶୁଖିଯିବା ପରେ ମୁଣ୍ଡକୁ ସଫା କରିଦିଅନ୍ତୁ।

ଏହାବ୍ୟତୀତ ଆପଣ ମହୁରେ ଲେମ୍ବୁ ରସ ମିଶାଇ ମଧ୍ୟରେ କେଶରେ ଲଗାଇ ପାରିବେ। ଏହା ଦ୍ବାରା କେଶର ରୁକ୍ଷପଣ ଦୂର ହୋଇଥାଏ ଓ ଅପେକ୍ଷାକୃତ କେଶ ଝଡ଼ିବା କମ୍‌ ହୋଇଥାଏ।

ଆପଣ ଲଗାଇଉଥିବା ତେଲ ବୋତଲ୍‌ରେ କିଛି ମେଥି ଗୁଣ୍ଡ କରି ପକାଇ ଦିଅନ୍ତୁ। ମେଥି ନୂଆ ‌ଚୁଟି ଉଠାଇବାରେ ସାହାଯ୍ୟ କରିଥାଏ। ଆପଣଙ୍କର ଝଡ଼ି ଯାଇଥିବା କେଶ ସ୍ଥାନରୁ ନୂଆ କେଶ ଉଠାଇବାରେ ମେଥି ବିଶେଷ ସହାୟକ ହେବ। ଏହାବ୍ୟତୀତ ଆପଣ ନିଜ କେଶକୁ ଯେତେ ମଳିଧୂଳିଠାରୁ ଦୂରରେ ରଖିପାରିବେ। ସପ୍ତାହକୁ ଅତିକମ୍‌ର ୨ ଥର ‌ମୁଣ୍ଡ ଧୋଇବା ଅଭ୍ୟାସ କରନ୍ତୁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ