ଦେଶ ବିଦେଶ ଧର୍ମ

ଏହି ରାଜ୍ୟର କୃଷକଙ୍କୁ ସ୍ମାର୍ଟଫୋନ୍ କିଣିଲେ ମିଳିବ ୧୫୦୦ ଟଙ୍କା, ଏପରି କରିବେ ଆବେଦନ

ଗାନ୍ଧୀନଗର: ଗୋଟେ ପଟେ ମୋଦୀ ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ଗୁଜୁରାଟ ସରକାର କୃଷକଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ଟଙ୍କା ଦେଉଛନ୍ତି । ଗୁଜୁରାଟ ସରକାର ରାଜ୍ୟର କୃଷକ ମାନଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ୧୫୦୦ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର କୃଷକ ବିଭାଗ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି ।

ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସ୍ମାର୍ଟଫୋନ୍ କିଣିବାକୁ ଉତ୍ସାହିତ କରିବା, ଯାହା ଦ୍ୱାରା ସେମାନେ କୃଷି କ୍ଷେତ୍ରରେ ଆୟ ବୃଦ୍ଧି କରିବାରେ ବ୍ୟବହାର କରିପାରିବେ । ଏହା ସହିତ କୃଷକ ମାନେ ଡିଜିଟାଲ ସେବା ସମ୍ପର୍କରେ ଜାଣିପାରିବେ ।

ରାଜ୍ୟ କୃଷି, କୃଷକ କଲ୍ୟାଣ ଏବଂ ସହଯୋଗ ବିଭାଗ ଦ୍ୱାରା ଶନିବାର ଜାରି କରାଯାଇଥିବା ଏକ ସରକାରୀ ପ୍ରସ୍ତାବରେ କୁହାଯାଇଛି ଯେ, ଗୁଜୁରାଟରେ ଜମି ଥିବା କୌଣସି କୃଷକ ସ୍ମାର୍ଟଫୋନର ମୋଟ ମୂଲ୍ୟର ୧୦ ପ୍ରତିଶତ (୧,୫୦୦ ରୁ ଅଧିକ ନୁହେଁ) ସହାୟତା ପ୍ରଦାନ କରିପାରିବେ। କୃଷକ ମାନେ ଏଥିପାଇଁ ଆଇ-ଖେଦୁତ୍ ୱେବସାଇଟ୍ ରେ ଆବେଦନ କରିପାରିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ