ଭୁବନେଶ୍ବର ୩୦।୧: ମା’ ଲକ୍ଷ୍ମୀଙ୍କ କୃପା ସମସ୍ତେ ପାଇବା ପାଇଁ ଚାହିଁଥାନ୍ତି । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଜଣାନଥାଏ । ବର୍ତ୍ତମାନ ଇଣ୍ଟରନେଟ୍ ମାଧ୍ୟମରେ ମଧ୍ୟ ଲୋକମାନେ ଅନେକ ପ୍ରକାରର ଧାର୍ମିକ ସୂଚନା ପାଇପାରୁଛନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ସେଥିରୁ ମଧ୍ୟ ବଞ୍ଚିତ ରହିଯାଉଛନ୍ତି । ଆସନ୍ତୁ ଜାଣିବା, ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର କିଛି ସରଳ ବିଧି ।
ମା’ ଲକ୍ଷ୍ମୀଙ୍କର କିଛି ଏମିତି ମନ୍ତ୍ର ଅଛି ଯାହାକୁ ଜପିବା ଦ୍ବାର ମା’ଙ୍କଠାରୁ ଅପାର ଧନ ସମ୍ପତ୍ତି ଏବଂ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଧାର୍ମିକ ଶାସ୍ତ୍ରରେ ଧନ ଦେବୀ ଲକ୍ଷ୍ମୀଙ୍କୁ ଯଶର ଦେବୀ ମଧ୍ୟ କୁହାଯାଏ । କୁହାଯାଏ ମା’ ଲକ୍ଷ୍ମୀ ଦେବୀ ଦୁର୍ଗାଙ୍କର ତିନି ଶକ୍ତି ମଧ୍ୟରୁ ଗୋଟିଏ, ଯିଏ କି ପଦ୍ମ ଫୁଲ ଉପରେ ବିରାଜମାନ ରହିଥାନ୍ତି । ତାଙ୍କର ଖୋଲା ଥିବା ହସ୍ତ ଧନ ବର୍ଷାର ସଂକେତ ଦେଇଥାଏ ।
ମା’ ଲକ୍ଷ୍ମୀଙ୍କର ମନ୍ତ୍ର ଜପିବା ଦ୍ବାରା ଆପଣ ମଧ୍ୟ ମା’ଙ୍କୁ ପ୍ରସନ୍ନ କରିପାରିବେ…
ଓଁ ହ୍ଳୀଂ ଶ୍ରୀ କ୍ଳୀଂ ଶ୍ରୀ ଲକ୍ଷ୍ମୀ ମମ ଗୃହେ ଧନ ପୁରୟେ, ଧନ ପୁରୟେ, ଚିନ୍ତାଏଂ ଦୁରୟେ-ଦୁରୟେ ସ୍ବାହାଃ ।
ଓଁ ଶ୍ରୀଂ ହ୍ଳୀଂ କ୍ଳୀଂ ଶ୍ରୀ ସିଦ୍ଧ ଲକ୍ଷ୍ମୈ ନମଃ !
ପଦ୍ମାନନେ ପଦ୍ମ ପଦ୍ମାକ୍ଷ୍ମୀ ପଦ୍ମ ସମ୍ଭବେ ତନ୍ମେ ଭଜସି ପଦ୍ମାକ୍ଷୀ ଯେନ ସୌଖ୍ୟଂ ଲଭାମ୍ୟହମ୍ ।
ଓଁ ହ୍ଳୀଂ ହ୍ଳୀଂ ଶ୍ରୀ ଲକ୍ଷ୍ମୀ ବାସୁଦେବାୟ ନମଃ !
ଓମ୍ ଲକ୍ଷ୍ମୀ ନମଃ
ଲକ୍ଷ୍ମୀ ନାରାୟଣ ନମଃ
ଧନାୟ ନମୋ ନମଃ
ଓଁ ଧନାୟ ନମଃ
ଏହି ଦୁଇ ମନ୍ତ୍ରକୁ ଜପ କରିବା ଦ୍ବାରା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।

