ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଜ୍‌ରେ ରହିଛି ୨୦୦୦ କାର, ବିକ୍ରି କଲେ କିଣି ହେବ ଅନେକ ଦେଶ

ନୂଆଦିଲ୍ଳୀ ୩୧।୦୧: ଦୁନିଆରେ ଏଭଳି ବି ଲୋକ ଅଛନ୍ତି ଯିଏ ରୋଜଗାରରେ କମାଇଥିବା ଟଙ୍କାରେ ବହୁତ କିଛି କିଣିଥାନ୍ତି । ହେଲେ କିଛି କିଛି ଏମିତି ଧନୀ ଥାନ୍ତି ଯିଏ ତାଙ୍କ ଜୀବନଶୈଳୀ ସହ ସେମାନଙ୍କ ସୈଉକ୍‌ ପୁରା କରିବା ପାଇଁ ଏଭଳି କିଣା କିଣି କରନ୍ତି ଯେ ସୀମା ବାହାରକୁ ଟପି ଯାଆନ୍ତି । କେହି କେହି ଦାମୀ ଜିନିଷ ସହ ଗାଡି ତ ଆଉ କେହି ବଡ ବଙ୍ଗଳା କିଣି ଥାନ୍ତି । ଆଜି ଆମେ ଆପଣଙ୍କୁ ଏକ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଧନୀ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ପ୍ରଧାନମନ୍ତ୍ରୀଙ୍କ ପାଖରେ ଗୋଟିଏ, ଦୁଇ କିମ୍ବା ତିନି ନୁହେଁ ବରଂ ୨୦୦୦ ଦାମୀ କାରର କଲେକ୍ସନ ରହିଛି।

ବର୍ତ୍ତମାନ ବ୍ରୁନେଇର ପ୍ରଧାନମନ୍ତ୍ରୀ ଏବଂ ସୁଲତାନ ହସନଲ ବୋଲକିଆଙ୍କ ବିଷୟରେ କିଏ ବା ନଜାଣେ । ହସନଲ୍ ବୋଲକିଆ ପ୍ରସିଦ୍ଧ ଫୁଟବଲର୍ ଫେକ୍ ବୋଲକିୟାଙ୍କର ସମ୍ପର୍କୀୟ ଅଟନ୍ତି। ଫେକ୍ ମଧ୍ୟ ଦୁନିଆର ସବୁଠାରୁ ଧନୀ ଫୁଟବଲରମାନଙ୍କ ମଧ୍ୟରୁ ଅନ୍ୟତମ । ପ୍ରଧାନମନ୍ତ୍ରୀ ହସନଲ ବୋଲକିଆଙ୍କର ମହଙ୍ଗା କାରର ବହୁତ ସୌଉକ୍‌ । ଏହି କାରଗୁଡିକର ମୂଲ୍ୟର ଅନ୍ଦାଜ୍‌ କରାଗଲେ କୁହାଯିବ ଯେ ଦୁନିଆର ଅନେକ ଗରିବ ଦେଶକୁ କିଣାଯାଇପାରିବ। ହସନଲ ତାଙ୍କ ଗ୍ୟାରେଜରେ ଅଧିକରୁ ଅଧିକ ମୂଲ୍ୟର ଦୁଇ ହଜାର କାର ରହିଛି ।

ହସନଲ ବୋଲକିଆର ମୋଟ ସମ୍ପତ୍ତି ବିଷୟରେ କହିଲେ ୧୩ ବିଲିୟନ ୟୁରୋ ପାଖାପାଖି ୧୩ ଟ୍ରିଲିୟନ ୧୩ କୋଟି ୯୭ ଲକ୍ଷ ୫ ହଜାର୫ ଶହ। ଏଥିରୁ ତାଙ୍କ କାରର ମୂଲ୍ୟ ଚାରି ଟ୍ରିଲିୟନ ଅଟେ । ଦୁନିଆର ସବୁଠାରୁ ଧନୀ ଫୁଟବଲର୍, ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କୀୟ ଫେକ୍ ବୋଲକିୟା ମଧ୍ୟ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଫେକ୍‌ ଇଂଲଣ୍ଡରୁ ଅଧ୍ୟୟନ କରିଛନ୍ତି ଏବଂ ବର୍ତ୍ତମାନ ବ୍ରୁନେଇର ଅଣ୍ଡର-୧୯ ଏବଂ ଅଣ୍ଡର ୨୩ ଫୁଟବଲ ଟିମ୍‌ରେ ଅଛନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫେକ୍‌ଙ୍କ ପିତା ଜଣେ ପ୍ଲେ-ବଏ ଭାବରେ ଜଣାଶୁଣା । ସେ ଦୁନିଆର ସର୍ବାଧିକ ନଗଦ ଟଙ୍କା ରଖୁଥିବା ବ୍ୟକ୍ତି ଥିଲେ । କହିବାକୁ ଗଲେ ପୁରା ପରିବାର ଟଙ୍କା ଭରିଥାଏ ତେବେ ଏହା ଭୁଲ୍ ହେବ ନାହିଁ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ