ଦେଶ ବିଦେଶ ଧର୍ମ ରାଜ୍ୟ

ଏହି ଦେଶରେ ରହିଛି ଚମତ୍କାରୀ ଶିବ ମନ୍ଦିର: ସେଠାରେ କେବେବି ଲିଭୁନାହିଁ ଅଗ୍ନିକୁଣ୍ଡ, ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ

ପାକିସ୍ତାନ ଭଳି ବାଂଲାଦେଶ ରେ ବି ହିନ୍ଦୁ ଓ ସେମାନଙ୍କ ଧାର୍ମିକ ସ୍ଥାନକୁ ଟାର୍ଗେଟ କରାଯାଉଛି । କିନ୍ତୁ ଏହା ସତ୍ତ୍ୱେ ସେଠାରେ ଥିବା ପ୍ରାଚୀନ ଶିବ ମନ୍ଦିର ଲୋକଙ୍କ ଆସ୍ଥାର ପ୍ରତୀକ ହୋଇଛି । ବହୁ ଦୂରଦୂରାନ୍ତରୁ ଲୋକେ ଭଗବାନଙ୍କ ଶିବଙ୍କ ଦର୍ଶନ କରିବାକୁ ମନ୍ଦିରକୁ ଧାଇଁଆସନ୍ତି । ଏହି ପ୍ରାଚୀନ ମନ୍ଦିରରେ ସବୁଠାରୁ ଖାସ୍ କଥା ହେଉଛି ସେଠାରେ ସବୁବେଳେ ନିଆଁ ଜଳୁଛି, ଯାହାକୁ ଦେଖି ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ।

ବାଂଲାଦେଶ ହିନ୍ଦୁ ୟୁନିଟ୍ କାଉନସିଲ ମଙ୍ଗଳବାର ଦିନ ସମଗ୍ର ବିଶ୍ୱ ପାଇଁ ଆଶ୍ଚର୍ଯ୍ୟର କେନ୍ଦ୍ର ସାଜିଥିବା ଶିବ ମନ୍ଦିରର କିଛି ଫଟୋ ସେୟାର କରିଥିଲା । ଅଗ୍ନିକୁଣ୍ଡ ମହାଦେବ ମନ୍ଦିରର ସୂଚନା ଦେବାକୁ ଯାଇ କାଉନସିଲ ଲେଖିଛି ଯେ, ‘ଅଗ୍ନିକୁଣ୍ଡ ମହାଦେବ ମନ୍ଦିର । ଏହା ମହାଦେବଙ୍କ ପ୍ରାଚୀନ ମନ୍ଦିର, ଯାହାକି ଚିଟ୍ଟାଗାଁରେ ରହିଛି । ଏହି ମନ୍ଦିରରେ ସବୁବେଳେ ନିଆଁ ଜଳିଥାଏ ।

ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତ୍ନତତ୍ତ୍ୱବିତ୍ ଏହି ଅଗ୍ନିକାଣ୍ଡର ଉତ୍ସ ଖୋଜିପାରି ନାହାନ୍ତି ବୋଲି ପରିଷଦ କହିଛି । ସେୟାର ହୋଇଥିବା ଫଟୋରେ ମନ୍ଦିରର ଅଗ୍ନିକୁଣ୍ଡରେ ନିଆଁ ଜଳୁଥିବା ଦେଖିବାକୁ ମିଳୁଛି । ଏହି ଫଟୋକୁ ଦେଖି ଲୋକମାନେ ‘ହର ହର ମହାଦେବ’ ଲେଖି କମେଣ୍ଟ ଦେଉଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ