ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଏହି ଦେଶରେ ମିଳିଲା ୯୯ ଟନ୍ ସୁନା, ଯାହାର ଦାମ୍ ହଜାର ହଜାର କୋଟିରୁ ବି ଅଧିକ

ନୂଆଦିଲ୍ଲୀ, ୨୪।୧୨: ତୁର୍କୀର ଏକ ସ୍ଥାନରେ ୯୯ ଟନ୍ ସୁନାର ସନ୍ଧାନ ମିଳିଛି । ଏହାର ମୂଲ୍ୟ ଅନେକ ଦେଶର ଜିଡିପିରୁ ମଧ୍ୟ ଅଧିକ । ସୁନାର ଏତେ ବଡ ଖଣିର ସନ୍ଧାନ କରିଥିବା ଫାହରେଟିନ୍ ପୋୟାର୍ଜ ଏନେଇ ସୂଚନା ଦେଇଛନ୍ତି । ପୋୟାର୍ଜ ତୁର୍କୀର ଏଗ୍ରିକଲଚର୍ କ୍ରେଡିଟ୍ କୋ ଅପରେସନର ମୁଖ୍ୟ ଅଟନ୍ତି । ଏକ ସ୍ଥାନୀୟ ନ୍ୟୁଜ ଏଜେନ୍ସି ସହ ଆଲୋଚନାରେ ସେ କହିଛନ୍ତି ଯେ, ୨ ବର୍ଷ ମଧ୍ୟରେ ସେ ଏହି ସୁନା ଖଣିର କିଛି ଅଂଶ ବାହାର କରିବାରେ ସଫଳ ହେବେ । ଏଥିରେ ତୁର୍କୀର ଅର୍ଥବ୍ୟବସ୍ଥାକୁ ଫାଇଦା ମିଳିବ ।

ଚଳିତ ବର୍ଷ ତୁର୍କୀ ରେକର୍ଡ ସ୍ତରରେ ସୁନା ଉତ୍ପାଦନ କରିଛି । ୨୦୨୦ରେ ଦେଶରେ ମୋଟ୍ ୩୮ ଟନ୍ ସୁନା ଉତ୍ପାଦନ ହୋଇଛି । ଏଟାକାର ଶକ୍ତିମନ୍ତ୍ରୀ ଫାଥ୍ ଡାନମେଜ୍ କହିଛନ୍ତି ଯେ, ସେପ୍ଟେମ୍ବରରେ ୧୦୦ ଟନର ସୁନା ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା ।

ଏବେ ଦେଶରେ ଏତେ ବଡ ସୁନା ଖଣି ମିଳିବା ପରେ ଏହାର ମୂଲ୍ୟ ବାବଦରେ ଅନେକ ଅନୁମାନ ଲଗାଯାଉଛି । ଏହାର ଦାମ୍ ୬ ବିଲିୟନ ଡଲାରରୁ ମଧ୍ୟ ଅଧିକ ହେବ । ଏହା ଅନେକ ଦେଶର ଜିଡିପିଠୁ ଢେର୍ ଅଧିକ । ମାଲଦୀପର ଜିଡିପି ୪.୮୭ ବିଲିୟନ ଡଲାର ଥିବା ବେଳେ ବୁରଣ୍ଡି, ବାରବାଡୋସ, ଗୁଏନା, ମାଣ୍ଟେନଗରୀ, ମୋରିସିୟାନାର ଜିଡିପି ୬ ବିଲିୟନ ଡଲାରରୁ ବହୁତ କମ୍ ।

ଅନ୍ୟଦିଗରେ ସିରିୟାରୁ ତୁର୍କୀ ଅସୁଥିବା ସମସ୍ତ ଶରଣାର୍ଥୀଙ୍କ ସାହାଯ୍ୟ ପାଇଁ ୟୁରୋପୀୟ ୟୁନିଅନ ୫୯୦ ଡଲାରର ସହାୟତା ପାଇଁ ଯୋଜନା କରୁଛି । ୟୁରୋପୀୟ ୟୁନିଅନ ୧୮ ଲକ୍ଷ ଶରଣାର୍ଥୀଙ୍କୁ ଅର୍ଥ ଦେବ । ଏହାସହ ୭ ଲକ୍ଷ ଶିଶୁଙ୍କ ପାଠପଢା ଖର୍ଚ୍ଚ ବହନ କରିବ । ଏହି ଯୋଜନାକୁ ତୁର୍କୀର ରେଡ୍ କ୍ରିସେଣ୍ଟ୍ ମ୍ୟାନେଜ୍ କରୁଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ