ଦେଶ ବିଦେଶ ସ୍ୱାସ୍ଥ୍ୟ

ଏହି ଦେଶରେ ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍, କ୍ୱାରେଣ୍ଟାଇନ୍ ଅବଧି ୧୦ ଦିନ

ଲଣ୍ଡନ, ୨୪/୦୧: ଦେଶରେ ବଢ଼ୁଥିବା କୋଭିଡ୍ ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ବ୍ରିଟିଶ୍ ସରକାର ଲକଡାଉନ୍ ଅବଧିକୁ ଜୁଲାଇ ୧୭, ୨୦୨୧କୁ ବଢାଇଛନ୍ତି । ଏଥି ସହିତ ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଲୋକଙ୍କ କ୍ୱାରେଣ୍ଟାଇନ୍ ଅବଧିକୁ ୧୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିନକୁ ଦିନ ୟୁନାଇଟେଡ୍ କିଙ୍ଗଡମ୍ ରେ କୋଭିଡ୍-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଶନିବାର ଏକ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବ୍ରିଟିଶ୍ ସରକାର ଲକଡାଉନ୍ ଆଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଏନେଇ କାଉନ୍ସିଲ୍କୁ ପପ୍, ରେଷ୍ଟୁରାଣ୍ଟ, ଦୋକାନ-ବଜାର, ଏବଂ ପବ୍ଲିକ୍ ସ୍ଥାନଗୁଡ଼ିକୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ୟୁକେର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌ ଗତ ଶୁକ୍ରବାର ଏନେଇ କହିଥିଲେ ଯେ, ଦେଶରେ ଲକଡାଉନ୍ ନିୟମରେ କୋହଳ କରାଯିବ ନାହିଁ । କାରଣ ଏବେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷୀପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଦେଶରେ ଭ୍ୟାକ୍ସିନେସନ୍ ଚାଲୁ ରହିଛି । ନୂଆ ବ୍ରିଟେନ୍ ଭାଇରସ୍ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପହାଞ୍ଚାଇବ ବୋଲି ଅନୁମାନ କରାଯାଉଛି ।

ଯାହାକି ଶନିବାର ୯୭ ହଜାର ୩ ଶହ ୨୯ରେ ପହଞ୍ଚିଛି । ବର୍ତ୍ତମାନ ୩୮ ହଜାରରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କରୋନା ଭାଇରସ୍ର ପ୍ରଥମ ୱେଭ୍ ଠାରୁ ଅଧିକ ୭୮ ପ୍ରତିଶତ ଲୋକ ଏବେ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୬ ଶହରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବୋରିସ୍ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ