ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ଗୋଟାଏ ପରିବାରେ ଅଛି ଅନେକ ସୁଗୁଣ, ଦୈନିକ ଖାଆନ୍ତୁ ଓ ରୋଗକୁ ଦୂରେଇ ଦିଅନ୍ତୁ

ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ କଖାରୁ ରହିବା ଏକ ସାଧାରଣ କଥା। ଡାଲ୍‌ମା, ଭଜା, ଘାଣ୍ଟରୁ ନେଇ ଆହୁରି ଅନେକ ତରକାରୀ କରିବା ପାଇଁ ଗୃହିଣୀମାନେ କଖାରୁକୁ ଖୋଜିଥାନ୍ତି। କଖାରୁ ହେଉଛି ଏକ ଏପରି ପରିବା ଯାହା ଉଭୟ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଉପକାରୀ। କେବଳ ଭାରତ ନୁହେଁ, ଆମେରିକା, ଚୀନ, କାନ୍ନଡା ଏବଂ ମେକ୍ସିକୋ ଆଦିରେ ମଧ୍ୟ କଖାରୁର ଚାହିଦା ରହିଛି। କଖାରୁ ଖାଇବାର ସବୁଠାରୁ ବଡ଼ ଲାଭ ହେଉଛି ଏହା ଓଜନ ହ୍ରାସ ଘଟାଇଥାଏ। କଖାରୁରେ ସୋଡିୟମ୍‌, କୋଲେଷ୍ଟ୍ରଲ୍‌ ଏବଂ ଫ୍ୟାଟ୍‌ ଆଦି ଭାଗ କମ୍‌ ରହିଛି।

କଖାରୁରେ କ୍ୟାଲୋରି ପରିମାଣ ଖୁବ୍‌ କମ୍‌ ରହିଛି। ୧୦୦ ଗ୍ରାମ୍‌ କଖାରୁରେ ମାତ୍ର ୨୬ କ୍ୟାଲୋରି ରହିଛି। ସେହିପରି ୧୦୦ ଗ୍ରାମ୍‌ କଖାରୁରେ ମାତ୍ର ୦.୫ ଗ୍ରାମ୍‌ ଫାଇବର୍‌ ରହିଛି। ପ୍ରତ୍ୟେକ କପ୍‌ କଖାରୁରେ ୩ ଗ୍ରାମ୍‌ ଫାଇବର୍‌ ଏବଂ ୪୯ କ୍ୟାଲୋରି ରହିଛି।

କଖାରୁ ଖାଇବା ଦ୍ୱାରା ହଜମ ମଧ୍ୟ ଉତ୍ତମ ହୋଇଥାଏ। ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ତେବେ କଖାରୁ ନିଶ୍ଚୟ ଖାଆନ୍ତୁ। କଖାରୁ ଶରୀରରେ ଇମ୍ୟୁନିଟି ଶକ୍ତି ବଢ଼ାଇଥାଏ। କଖାରୁରେ ପଟ୍ଟାସିୟମ ପରିମାଣ ଭଲ ରହିଥାଏ। ଏହାଛଡ଼ା କଥାରୁରେ ଭରପୂର ପରିମାଣର ଭିଟାମିନ ‘ସି’ ରହିଛି।

ନିଜର ଓଜନ କମାଇବାକୁ ଚାହୁଁଥିଲେ ଦୈନିକ ତରକାରୀ କିମ୍ବା ଡାଲ୍‌ମା ନହେଲେ ବି ଆପଣ କଖାରୁ ସୁପ୍‌, ଖଟାମିଠା କଖାରୁ ଆଦି କରି ଖାଇପାରନ୍ତି। ଦୈନିକ କଖାରୁର କିଛି ନା କିଛି ଗୋଟେ ଖାଇବାକୁ ଚେଷ୍ଟା କରନ୍ତୁ। ଏହା ଉଭୟ ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ