ଦେଶ ବିଦେଶ ମନୋରଞ୍ଜନ

ଏହି କାରଣରୁ ଭାଙ୍ଗିଯାଇଥିଲା ଐଶ୍ୱର୍ଯ୍ୟା-ସଲମାନଙ୍କ ସମ୍ପର୍କ..

ନୂଆଦିଲ୍ଲୀ ୧୯/୧୦: ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ’ରେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଯୋଡି କୋଟି କୋଟି ହୃଦୟରେ ସ୍ଥାନ ପାଇଥିଲା। ଏହି ଫିଲ୍ମର ସୁଟିଂ ସମୟରେ ସଲମାନ ଏବଂ ଐଶ୍ୱର୍ଯ୍ୟା ବାସ୍ତବ ଜୀବନରେ ମଧ୍ୟ ପରସ୍ପରକୁ ହୃଦୟ ଦେଇ ବସିଥିଲେ। କିନ୍ତୁ ସମୟ ସହିତ ଉଭୟଙ୍କ ସମ୍ପର୍କ ଦୁର୍ବଳ ହେବାକୁ ଲାଗିଲା ଏବଂ ଆଜି ପରିସ୍ଥିତି ଏପରି ହୋଇଯାଇଛି ଯେ ଉଭୟ ପରସ୍ପରର ନାମ ଶୁଣିବାକୁ ପସନ୍ଦ କରନ୍ତି ନାହିଁ।

ସୂଚନା ଅନୁଯାୟୀ, ୨୦୦୨ ମସିହାରେ, ଯେତେବେଳେ ଐଶ୍ୱର୍ଯ୍ୟା ସଲମାନ ଖାନଙ୍କ ଉପରେ ମାଡପିଟ କରିଥିବା ଅଭିଯୋଗ ଆଣିଥିଲେ ସେତେବେଳେ ସେମାନଙ୍କ ସମ୍ପର୍କ ସଂପୂର୍ଣ୍ଣ ଥରି ଉଠିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୦୧ ନଭେମ୍ବର ମାସରେ, ରାତି ପ୍ରାୟ ୩ ଟା ସମୟରେ ସଲମାନ ଐଶ୍ୱର୍ଯ୍ୟାଙ୍କ ବାସଭବନ ବାହାରେ ଅନେକ ନାଟକ କରିଥିଲେ। ଉପସ୍ଥିତ ଲୋକମାନେ କହିଥିଲେ ଯେ ସଲମାନ କ୍ରୋଧରେ ଐଶ୍ୱର୍ଯ୍ୟାଙ୍କ ଫ୍ଲାଟର କବାଟକୁ ବାରମ୍ବାର ପିଟୁଥିଲେ। କେବଳ ଏତିକି ନୁହେଁ, ସଲମାନ ମଧ୍ୟ ଏହା କହିଥିଲେ ଯଦି କବାଟ ଖୋଲିବ ନାହିଁ ତେବେ ମୁଁ ଆତ୍ମହତ୍ୟା କରିଦେବି। କବାଟକୁ ପିଟି ପିଟି ସଲମାନଙ୍କ ହାତରୁ ରକ୍ତ ବାହାରିବାକୁ ଲାଗିଥିଲା। ଅନେକ ଘଣ୍ଟା ପରେ ଐଶ୍ୱର୍ଯ୍ୟା କବାଟ ଖୋଲିଥିଲେ।

ବାସ୍ତବରେ ସଲମାନ ଖାନ ଐଶ୍ୱର୍ଯ୍ୟାଙ୍କ ଠାରୁ ବିବାହର ପ୍ରତିଶ୍ରୁତି ଚାହୁଁଥିଲେ କିନ୍ତୁ ଐଶ୍ୱର୍ଯ୍ୟା ବିବାହ ପାଇଁ ପ୍ରସ୍ତୁତ ନଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେହି ରାତିରେ ଦୁହିଁଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା। ସଲମାନ ଐଶ୍ୱର୍ଯ୍ୟାଙ୍କୁ କିଛି ନ ଜଣାଇ ସୋମି ଅଲିଙ୍କୁ ସାହାଯ୍ୟ କରିବାକୁ ଆମେରିକା ଯାଇଥିଲେ। ଶେଷରେ ଦୁହିଁଙ୍କ ସମ୍ପର୍କ ୨୦୦୨ ମସିହାରେ ସମ୍ପୂର୍ଣ୍ଣ ଭାଗିଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ