କଳା ଓ ସଂସ୍କୃତି ଧର୍ମ

ଏହିଦିନ ପଡୁଛି ମାଘ ପୂର୍ଣ୍ଣିମା: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଏବଂ ଗଙ୍ଗା ସ୍ନାନର ମହତ୍ତ୍ୱ

ଭୁବନେଶ୍ୱର ୨୧/୦୨ : ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ୱ ରହିଛି। ପ୍ରତି ମାସ ଶୁକ୍ଳ ପକ୍ଷ ଅନ୍ତିମ ତିଥିକୁ ପୂର୍ଣ୍ଣମୀ କୁହାଯାଏ। ଏହି ତିଥିରୁ ନୂଆ ମାସ ଆରମ୍ଭ ହୋଇଥାଏ। ପୂର୍ଣ୍ଣିମା ଦିନ ପବିତ୍ର ନଦୀରେ ସ୍ନାନ କଲେ, ଦାନ ଧର୍ମ କଲେ ପୁଣ୍ୟ ଫଳ ପ୍ରାପ୍ତି ହୁଏ ବୋଲି କୁହାଯାଏ। ବର୍ଷକୁ ୧୨ଟି ପୂର୍ଣ୍ଣିମା ପଡେ କିନ୍ତୁ ମାଘ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଚଳିତ ବର୍ଷ ମାଘ ପୂର୍ଣ୍ଣିମା ଫେବୃଆରୀ ୨୭ ତାରିଖ ଶନିବାର ଦିନ ପଡୁଛି।

ମାଘ ପୂର୍ଣ୍ଣିମାରେ ଶୁଭ ମୁହୂର୍ତ୍ତରେ ଈଶ୍ୱରଙ୍କୁ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଶୁଭ ମୁହୂର୍ତ୍ତ :

ମାଘ ପୂର୍ଣ୍ଣିମା ଆରମ୍ଭ – ୨୬ ତାରିଖ ଶୁକ୍ରବାର ଅପରାହ୍ନ ୩ଟା ୪୯ ମିନିଟ

ପୂର୍ଣ୍ଣିମା ଶେଷ – ୨୭ ତାରିଖ ଶନିବାର ଅପରାହ୍ନ ଗୀତେ ୪୬ ମିନିଟ

ମାଘ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବାର ଭିନ୍ନ ମହତ୍ତ୍ୱ ରହିଛି। ଦାନ ପୁଣ୍ୟ କଲେ ଓ ଗଙ୍ଗା ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ମାଘ ପୂର୍ଣ୍ଣିମା ଦିନ କାଶୀ, ପ୍ରୟାଗରାଜ, ହରିଦ୍ୱାର ଭଳି ତୀର୍ଥ ସ୍ଥାନରେ ସ୍ନାନର ବିଶେଷ ମହତ୍ତ୍ୱ ରହିଛି। ଗଙ୍ଗା ସ୍ନାନ ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିବା ସହ ସୁଖ ସୌଭାଗ୍ୟ, ଧନ ଓ ସନ୍ତାନ ପ୍ରାପ୍ତି ସହ ମୋକ୍ଷ ପ୍ରାପ୍ତି ମଧ୍ୟ ହୋଇଥାଏ।

ମାଘ ପୂର୍ଣ୍ଣିମାରେ ଚନ୍ଦ୍ରମା ନିଜର ସମ୍ପୂର୍ଣ୍ଣ କଳାରେ ଭାରି ହୋଇଥାଏ। ସେଥିପାଇଁ ଏହି ଦିନ ଚନ୍ଦ୍ରମା ପୂଜା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ମାଘ ପୂର୍ଣ୍ଣିମାରେ ବିଶେଷକରି ଭୋକିଲା ଓ ଗରିବଙ୍କୁ ଭୋଜନ କରାଇବା ଉଚିତ। ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ମାଘ ପୂର୍ଣ୍ଣିମାରେ ଚନ୍ଦ୍ରମା ମାଘ ନକ୍ଷତ୍ର ଓ ସିଂହ ରାଶିରେ ଥାଆନ୍ତି। ଏହି ତିଥିରେ ଭଗବାନ ବିଷ୍ଣୁ ନଦୀରେ ବାସ କରନ୍ତି ବୋଲି କୁହାଯାଏ। ସେଥିପାଇଁ ଗଙ୍ଗା ସ୍ନାନ ଦ୍ୱାରା ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ