ରାଜ୍ୟ

ଏସ୍‌ସିବିର ବିଶ୍ବସ୍ତରୀୟ ପ୍ରକଳ୍ପ କାର୍ଯ୍ୟ ୩୨% ସରିଛି

ଭୁବନେଶ୍ବର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ପାଇଁ ୪୪୭୯.୪୯ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ୨୦୨୨ ମସିହା ଜାନୁଆରି ମାସରୁ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ୨୦୨୫ ଡିସେମ୍ବର ସୁଦ୍ଧା କାର୍ଯ୍ୟ ଶେଷ ହେବ। ପ୍ରକଳ୍ପର ୩୨% କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଏସ୍‌ସିବିର ବିଶ୍ବସ୍ତରୀୟ ପ୍ରକଳ୍ପରେ ୪ଟି କ୍ଲିନିକାଲ ବ୍ଲକ୍ ସହ ୨ଟି ୟୁଟିଲିଟି ବିଲ୍ଡିଂ, ଆଇପିଡି ଓ ଆଇସିୟୁ ଶଯ୍ୟାର କାମ ଚାଲୁ ରହିଛି। କ୍ଲିନିକାଲ-୧ରେ ୧୦ମହଲା ବିଶିଷ୍ଟ ଜେନେରାଲ ମେଡିସିନ୍‌ରେ ୬ଶହ ଆଇପିଡି ଶଯ୍ୟା, କ୍ଲିନିକାଲ-୨ରେ ସ୍ପେଶାଲାଇଜ୍‌ଡ ମେଡିସିନ୍‌ରେ ୪୯୬ ଆଇପିଡି ଶଯ୍ୟା, କ୍ଲିନିକାଲ-୩ରେ ସ୍ପେଶାଲାଇଜ୍‌ଡ ସର୍ଜରିରେ ୪୫୬ ଆଇପିଡି ଶଯ୍ୟା ଓ କ୍ଲିନିକାଲ-୪ରେ ଜେନେରାଲ ସର୍ଜରି ଓ ଟ୍ରମାରେ ୫୦୬ ଆଇପିଡି ଶଯ୍ୟା ରହିଛି। ୟୁଟିଲିଟି ବ୍ଲକ୍‌-୧ରେ ରୋଷଶାଳ, ଲଣ୍ଡ୍ରି, ଡାଟା ସେଣ୍ଟର ଓ ସେଣ୍ଟ୍ରାଲ ଷ୍ଟୋର, ବ୍ଲକ୍‌-୨ରେ ଏଚ୍‌ଭିଏସି ପ୍ଲାଣ୍ଟ ରୁମ୍, ମେଡିକାଲ ଗ୍ୟାସ ପ୍ଲାଣ୍ଟ, ପ୍ଲମ୍ବିଂ, ଫାୟାର ପ୍ଲାଣ୍ଟ ରୁମ୍, ଇଲେକଟ୍ରିକାଲ ପ୍ୟାନେଲ ରୁମ୍, ଡିଜି ରୁମ୍, ବର୍ଜ୍ୟବସ୍ତୁ ପରିଚାଳନା ଓ ମର୍ଗ ରହିଛି। ଏସ୍‌ସିବିର କାର୍ଯ୍ୟକୁ ୨ଟି ପ୍ରମୁଖ ପ୍ୟାକେଜ୍ ଯଥା କ୍ଲିନିକାଲ ପ୍ୟାକେଜ୍, ରେ‌ସିଡେନ୍‌ସିଆଲ ପ୍ୟାକେଜ୍‌ରେ ସଂପାଦନ କରିବା ପାଇଁ ୨ଟି ଠିକା ସଂସ୍ଥା କାର୍ଯ୍ୟ କରୁଛି। ଏଲ ଏଣ୍ଡ ଟି ଓ ଏନ୍‌ସିସି ଚୁକ୍ତିବଦ୍ଧ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।