ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ସିବିରେ ୪ ନୂଆ ବିଭାଗ ଖୋଲିବା ଯୋଜନା: ଚାଲିଛି ୩୯ ବିଭାଗ; ସବୁଠି ଡାକ୍ତର ଅଭାବ

କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ବି ୪ଟି ବିଭାଗରେ ପିଜି ଓ ଏମସିଏଚ୍‌ ପାଠ୍ୟକ୍ରମ ଖୋଲିପାରିନି। କାର୍ଡିଓଥୋରାସିସ୍‌ ବିଭାଗରେ ଏମସିଏଚ୍‌ ପାଠ୍ୟକ୍ରମ ଥିଲା। ତାହା କିନ୍ତୁ ୨୦୧୯ରୁ ବନ୍ଦ ହୋଇ ଯାଇଛି। ଏପଟେ ଅଧିକ ୪ଟି ନୂଆ ବିଭାଗ ଖୋଲିବାର ଆବଶ୍ୟକତା ରହିଥିବା କର୍ତ୍ତୃପକ୍ଷ ଅନୁଭବ କରୁଥିଲେ ହେଁ, ତାହା ବିଳମ୍ବିତ ହେବାରେ ଲାଗିଛି। ଏସ୍‌ସିବି କର୍ତ୍ତୃପକ୍ଷ ଖୁବଶୀଘ୍ର ସ୍ୱାସ୍ଥ୍ୟ ବିଭାଗକୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦେବେ ବୋଲି ସୂଚନା ମିଳିଛି।

କଟକ ବଡ଼ ଡାକ୍ତରଖାନାରେ ବର୍ତ୍ତମାନ ୩୯ଟି ବିଭାଗ ରହିଛି। ସେଥିରୁ ୩୨ଟି କ୍ଲିନିକାଲ୍‌ ଓ ୭ଟି ନନ୍‌ କ୍ଲିନିକାଲ୍‌ ବିଭାଗ। ଆନାଟୋମି, ଫିଜିଓଲୋଜି, ବାୟୋକେମେଷ୍ଟ୍ରି, ପାଥୋଲୋଜି, ମାଇକ୍ରୋବାୟୋଲୋଜି, କମ୍ୟୁନିଟି ମେଡିସିନ, ଏଫଏମ୍‌ଟି ଆଦି ୭ଟି ନନ୍‌ କ୍ଲିନିକାଲ ବିଭାଗ ରହିଛି। ଅନ୍ୟପକ୍ଷରେ ଏସ୍‌ସିବିରେ ଏବେ ୧୨୫୦ ଏମ୍‌ବିବିଏସ, ୬୫୦ ପିଜି ଓ ୧୨୦ ଡ଼ି ଏମ ଏମସିଏଚ୍‌ ସିଟ୍ ରହିଛି। କିନ୍ତୁ ରାଜ୍ୟର ସର୍ବ ପୁରାତନ ମେଡିକାଲ କଲେଜରେ ଏଯାଏ ବାୟୋମେଡ଼ିକାଲ ବିଭାଗ ନଥିବାରୁ ଘରୋଇ ସଂସ୍ଥା ଉପରେ ନିର୍ଭର କରୁଛନ୍ତି କର୍ତ୍ତୃପକ୍ଷ। ଏପଟେ ମେଡ଼ିକୋଲିଗାଲ ବ୍ୟବସ୍ଥାକୁ ସରକାର କଡାକଡ଼ି କରୁଥିଲେ ହେଁ ଏଫ୍‌ଏମଟି ବିଭାଗରେ ଡାକ୍ତର ଅଭାବ ରହିଥିବାରୁ ସେହି ମେଡ଼ିକୋଲିଗାଲ ବ୍ୟବସ୍ଥା ନେଇ ବି ସମସ୍ୟାର ସାମ୍ନା କରିବାକୁ ପଡୁଛି। ନୂଆ ବିଭାଗ ଖୋଲିବାଏବେ ଜରୁରୀ। ଏହାବ୍ୟତୀତ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ଆଇଟି ବିଭାଗ ଓ ମେଡିକାଲର ସ୍ୱତନ୍ତ୍ର ଇଂଜିନିୟରିଂ ବିଭାଗ ନଥିବାରୁ ସବୁବଳେ ପୂର୍ତ୍ତ ବିଭାଗ ଉପରେ ନିର୍ଭର କରୁଛନ୍ତି କର୍ତ୍ତୃପକ୍ଷ। ତେଣୁ ଏହି ୪ଟି ନୂଆ ବିଭାଗ ଖୋଲିବା ପାଇଁ କର୍ତ୍ତୃପକ୍ଷ ବିଚାର କରୁଥିବାବେଳେ ଏନେଇ ଖୁବ୍‌ଶୀଘ୍ର ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଆକର୍ଷଣ କରାଯିବାର ଯୋଜନା ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କାର୍ଡିଓଥୋରାସିସ୍‌(ସିଟିଭିଏସ), ଏଣ୍ଡୋକ୍ରାଇନ୍‌ ସର୍ଜରି, ଗ୍ୟାଷ୍ଟ୍ରୋସର୍ଜରି, ପେଡିଆଟ୍ରିକ୍‌ ସର୍ଜରି ବିଭାଗରେ ପିଜି ଓ ଏମସିଏଚ୍‌ ପାଠ୍ୟକ୍ରମ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି। କାର୍ଡିଓଥୋରାସିସ୍‌ ବିଭାଗରେ ଏମସିଏଚ୍‌ ପାଠ୍ୟକ୍ରମ ପାଇଁ ୨୦୧୩ରେ ଅନୁମତି ମିଳିଥିଲା। ଯେଉଁଥିରେ ୪ଟି ସିଟ୍‌ ଥିଲା। କିନ୍ତୁ ବିଶେଷଜ୍ଞ ଅଭାବରୁ ନ୍ୟାସନାଲ୍‌ ମେଡିକାଲ କମିସନ (ଏନଏମ୍‌ସି)ର ମାନଦଣ୍ଡ ପୂରଣ ନକରିବା ଫଳରେ ଗୋଟିଏ ସିଟ୍‌ କଟିଗଲା। ଏଥିସହିତ ୨୦୧୯ରୁ ବିଶେଷଜ୍ଞ ଅଭାବରୁ ଏନଏମ୍‌ସି ସଂପୂର୍ଣ୍ଣ ଭାବେ ଏହି ପାଠ୍ୟକ୍ରମକୁ କାଟି ଦେଇଥିଲେ। ଏହି ବିଭାଗରେ ତିନି ବର୍ଷରେ ୩ଜଣ ବିଶେଷଜ୍ଞ ଡାକ୍ତର ସୃଷ୍ଟି ହୋଇଥିଲେ। ଭୁବନେଶ୍ୱର ଏମ୍‌ସକୁ ଛାଡି ଦେଲେ ରାଜ୍ୟର ଅନ୍ୟ କୌଣସି ମେଡ଼ିକାଲ କଲେଜରେ କାର୍ଡିଓଥୋରାସିସ୍‌ ବିଭାଗରେ ଏମସିଏଚ୍‌ ପାଠ୍ୟକ୍ରମ ନାହିଁ। ଯାହାଫଳରେ ରାଜ୍ୟରେ କାର୍ଡିଓଥୋରାସିସ୍‌ ବିଶେଷଜ୍ଞ ସଂକଟ ଦେଖାଦେଇଛି। କେବଳ କଟକ ବଡ ଡାକ୍ତରଖାନାରେ ଜଣେ ପ୍ରଫେସର ଓ ଜଣେ ଆସିଷ୍ଟାଣ୍ଟ୍‌ ପ୍ରଫେସର ଅଛନ୍ତି ଏବଂ ଏମକେସିଜି ବ୍ରହ୍ମପୁରରେ ଜଣେ ଆସୋଟିଏଟ୍‌ ପ୍ରଫେସର କାର୍ଡିଓଥୋରାସିସ୍‌ ବିଭାଗରେ ଅଛନ୍ତି। ସେହିପରି କେବଳ ଏସ୍‌ସିବିରେ ଓପନ ହାର୍ଟ ସର୍ଜରି ହୋଇପାରୁଥିବା ବେଳେ ଏମ୍‌କେସିଜିରେ ଏଭଳି କୌଣସି ଅସ୍ତ୍ରୋପଚାର ହୋଇପାରୁନି। ସେହିଭଳି ଏସ୍‌ସିବିରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ୪ଜଣ ଡାକ୍ତର ତାଲିମ ପାଇଁ ଯାଇଛନ୍ତି। କିନ୍ତୁ ଏଣ୍ଡୋକ୍ରାଇନ ସର୍ଜରି, ଗ୍ୟାଷ୍ଟ୍ରୋସର୍ଜରି, ପେଡିଆଟ୍ରିକ ସର୍ଜରି ବିଭାଗରେ ପିଜି ପାଠ୍ୟକ୍ରମ ଆଜି ପର୍ଯ୍ୟନ୍ତ ଖୋଲିପାରୁନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।