ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ପିଜିଙ୍କଠାରୁ ତାଲିମ୍ ନେବେ‌ ପିଏସ୍‌ଓ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ପରେ ଏବେ ଓଡ଼ିଶା ପୁଲିସ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସ୍‌ଓ)ମାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚିନ୍ତା ପ୍ରକଟ କରିଛି। ନବ ଦାସଙ୍କୁ ଗୁଳିମାଡ଼ ସମୟରେ ତାଙ୍କ ପିଏସ୍‌ଓ ମିତ୍ରଭାନୁ ଦେଓ ମନ୍ତ୍ରୀଙ୍କ ସହିତ ନ ରହି ଅନ୍ୟ ଏକ କାରରେ ବସିବା ଘଟଣାକୁ ଗୁରୁତ୍ବର ସହିତ ନେଇଛି ଓଡ଼ିଶା ପୁଲିସ। ପିଏସ୍‌ଓମାନେ ସେମାନଙ୍କ ଗାଇଡ୍ ଲାଇନ୍ ତଥା ଷ୍ଟାଣ୍ଡାର୍ଡ ଅଫ୍ ଅପରେଟିଂ ସିଷ୍ଟମକୁ ପାଳନ କରୁ ନାହାନ୍ତି। କେତେକ ପିଏସ୍‌ଓ ନେତା ଓ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେବା ବଦଳରେ ହାତରେ ମୋବାଇଲ ଫୋନ୍ ଧରି ନେତା, ମନ୍ତ୍ରୀ ଯୋଗ ଦେଉଥିବା ସଭା ସମିତି ଓ କାର୍ଯ୍ୟକ୍ରମର ଫଟୋ ଉଠାଉଛନ୍ତି। ଯେଉଁଭଳି ଭାବେ ପିଏସ୍‌ଓମାନେ ନେତା, ମନ୍ତ୍ରୀଙ୍କ ପାଖେପାଖେ ରହିବା କଥା ତାହା ମଧ୍ୟ କରୁ ନାହାନ୍ତି। ଏ ସବୁକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ପକ୍ଷରୁ ଏବେ ପିଏସ୍‌ଓମାନଙ୍କ କାର୍ଯ୍ୟଶୈଳୀର ଢାଞ୍ଚାରେ ପରିବର୍ତ୍ତନ କରାଯିବ। ଏଥିପାଇଁ ଓଡ଼ିଶା ପୁଲିସ କେନ୍ଦ୍ରର ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ୍(ଏସ୍‌ପିଜି)ଠାରୁ ତାଲିମ ନେବାକୁ ଯୋଜନା କରିଛି। ଏଥିପାଇଁ ଓଡ଼ିଶା ପୁଲିସ ଏସ୍‌ପିପିଜିର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଛି।

Odisha-Police

ଓଡ଼ିଶା ପୁଲିସଠାରୁ ମିଳିଥିବା ସୂଚନା ମୁତାବକ ଏବେ ପାଖାପାଖି ୨୦୦ ନେତାଙ୍କୁ ପିଏସ୍‌ଓ ଯୋଗାଇ ଦିଆଯାଇଛି। ସେଥିମଧ୍ୟରେ ଏକ୍ସ, ୱାଇ, ଜେଡ୍ ଓ ଜେଡ୍ ପ୍ଲସ୍ କାଟାଗୋରି ଅଛନ୍ତି। ସମସ୍ତ ବିଧାୟକ, ଲୋକସଭା ଓ ରାଜ୍ୟସଭା ସଦଦସ୍ୟଙ୍କୁ ଜଣେ ଜଣେ ପିଏସ୍‌ଓ ଯୋଗାଇ ଦିଆଯାଇଛି। ମାଓ ଅଧ୍ୟୁଷିତ ଜିଲ୍ଲାର ବିଧାୟକ ଓ ଲୋକସଭା ସଦସ୍ୟମାନଙ୍କୁ ଏକାଧିକ ପିଏସ୍‌ଓ ଦିଆଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ପିଏସ୍‌ଓମାନେ ଯେଉଁ ଭଳି ଢଙ୍ଗରେ କାମ କରିବା କଥା ତାହା କରୁ ନ ଥିବା ଜଣାପଡ଼ିଛି। ଏକାଧିକ ପିଏସ୍‌ଓ ବିଭିନ୍ନ ନେତା, ମନ୍ତ୍ରୀଙ୍କ ପାଖରେ ଦୀର୍ଘ ଦିନ ହେବ କାର୍ଯ୍ୟ କରୁଛନ୍ତି। ନିୟମ ଅନୁଯାୟୀ ପିଏସ୍‌ଓମାନେ ନେତା, ମନ୍ତ୍ରୀଙ୍କ କୌଣସି ଗସ୍ତ ପୂର୍ବରୁ କେଉଁଠି ବିରୋଧ କରାଯିବ, କେଉଁଠିକୁ ଗଲେ ନେତାଙ୍କ ଜୀବନ ପ୍ରତି ବିପଦ ରହିଛି ସେ ବାବଦରେ ଗୁଇନ୍ଦା ବିଭାଗଠାରୁ ଆଗୁଆ ଅବଗତ ହୋଇ ସୂଚନା ଦେବା କଥା। ପିଏସ୍‌ଓମାନେ ନେତା, ମନ୍ତ୍ରୀଙ୍କ ପାଖେପାଖେ ରହି ସଭାସ୍ଥଳରେ ବା କାର୍ଯ୍ୟକ୍ରମ ସ୍ଥାନରେ ଛଞ୍ଚାଣ ଭଳି ବିପରୀତ ଦିଗକୁ ଚାହିଁ ରହିବା କଥା। କିନ୍ତୁ ସଭା ଆରମ୍ଭ ହେବା ମାତ୍ରେ ପିଏସ୍‌ଓମାନେ ସେଭଳି ନ କରି ଗୋଟିଏ କୋଣରେ ବସି ପଡ଼ୁଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନେତା, ମନ୍ତ୍ରୀଙ୍କ ଯେଉଁ ସ୍ଥାନକୁ ଗସ୍ତ ରହୁଛି, ସେହି ସ୍ଥାନ ପାଖାପାଖି ହସ୍ପିଟାଲ, ହୋଟେଲ ଆଦି ସମ୍ପର୍କରେ ପିଏସ୍‌ଓମାନେ ଜାଣିବା ନିହାତ ଜରୁରୀ। କିନ୍ତୁ ଏବେ ପିଏସ୍‌ଓମାନେ ଏ ସବୁ ଗାଇଡ ଲାଇନ୍ ପାଳନ କରୁନାହାନ୍ତି।

Twitter

ସେହିପରି ପିଏସ୍‌ଓମାନଙ୍କ ଉପରେ ମଧ୍ୟ ଗୁଇନ୍ଦା ବିଭାଗ ନଜର ରଖିବା ଉଚିତ। ଯେହେତୁ ସେମାନଙ୍କ ହାତରେ ବନ୍ଧୁକ ରହୁଛି ସେମାନଙ୍କ ମାନସିକ ଅବସ୍ଥା ମଧ୍ୟ ଯାଞ୍ଚ ଜରୁରୀ। କାରଣ ୨୦୦୬ ମସିହା ଅକ୍ଟୋବର ମାସ ୨୪ ତାରିଖ ଦକ୍ଷିଣ-ପଶ୍ଚିମ ରେଂଜ୍ ଡିଆଇଜି ଜଶବିନ୍ଦର ସିଂହଙ୍କୁ ତାଙ୍କର ଦୁଇ ଜଣ ପିଏସଓ କୋରାପୁଟରେ ହତ୍ୟା କରିଥିଲେ।

ଏବେ ନବ ଦାସ ହତ୍ୟାକାଣ୍ଡ ଘଟିବା ପରେ ପିଏସ୍‌ଓମାନଙ୍କୁ ନେଇ ଓଡ଼ିଶା ପୁଲିସର ଚେତା ପଶିଛି। ଖୁବ୍‌ଶୀଘ୍ର ଓଡ଼ିଶାର ଆମ ରାଜ୍ୟର ପିଏସ୍‌ଓମାନଙ୍କୁ ଏସ୍‌ପିଜି ତାଲିମ୍ ଦେବା ଆରମ୍ଭ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।