ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କେନ୍ଦୁଝର : ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁଗାଡ଼ିକୁ ଧରିବା ପାଇଁ ଗୋଡ଼ାଉଥିବା ଏସ୍ଟିଏଫ୍ ଟିମ୍ ଉପରେ ବୁଧବାର ଦିନ ଆଖିବୁଜା ଗୁଳିଚାଳନା କରିଛନ୍ତି ଗୋରୁମାଫିଆ। ୧୫ ରାଉଣ୍ଡ ଗୁଳି ଫୁଟାଇ ୩ଟି ଗୋରୁ ଗାଡ଼ିକୁ ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି। ତେବେ, ଏସ୍ଟିଏଫ୍ ପଞ୍ଝାରୁ ଆଉ ୨ଟି ଗୋରୁ ଗାଡ଼ି ଖସି ପାରି ନଥିଲା। ଘଟଣାରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି।
ଏସ୍ଟିଏଫ୍ର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନିୟମିତ ଭାବେ କେନ୍ଦୁଝର ସହର ଦେଇ ପଶ୍ଚିମବଙ୍ଗକୁ ବେଆଇନ ଗୋରୁ ଚାଲାଣ ହେଉଛି। ଆଜି ସୋହେଲାରୁ ୫ଟି ଗୋରୁ ବୋଝେଇ କଣ୍ଟେନର କେନ୍ଦୁଝର ସହର ଅତିକ୍ରମ କରୁଥିଲା। ପୂର୍ବରୁ ମିଳିଥିବା ସୂଚନା ଅଧାରରେ ଏସ୍ଟିଏଫ୍ ଟିମ୍ ଉକ୍ତ କଣ୍ଟେନର ଗୁଡ଼ିକର ପିଛା କରିଥିଲେ। ଏସ୍ଟିଏଫ୍ର ଜଣେ ଡିଏସ୍ପିଙ୍କ ନେତୃତ୍ବରେ ୩ଜଣ ଇନ୍ସପେକ୍ଟରଙ୍କ ସମେତ ୧୫ଜଣ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ। ୫ଟି କଣ୍ଟେନର ଜାତୀୟ ରାଜପଥରେ ଯାଉଥିବା ବେଳେ ୮ରୁ ୯ଟି ଗାଡ଼ିରେ ମାଫିଆମାନେ ଅତ୍ୟାଧୁନିକ ବନ୍ଧୁକ ଧରି ସେଗୁଡ଼ିକୁ ବାଟ କଢ଼େଇ ନେଉଥିଲେ।

ଏସ୍ଟିଏଫ୍ ଟିମ୍ ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆଘାଟି ଠାରେ ଗୋରୁ ବୋଝେଇ କଣ୍ଟେନର ଗୁଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହିସମୟରେ ଏସ୍କର୍ଟ କରୁଥିବା ମାଫିଆମାନେ ତଳକୁ ଓହ୍ଲାଇ ଏସ୍ଟିଏଫ୍ ଟିମ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ପ୍ରାୟ ୧୫ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାସତ୍ତ୍ବେ ଏସ୍ଟିଏଫ୍ ଟିମ୍ ଦୁଇଟି କଣ୍ଟେନରକୁ ଅଟକାଇବାରେ ସଫଳ ହୋଇଥିଲେ। ତେବେ, ଗୋରୁ ବୋଝେଇ କଣ୍ଟେନର ତିନିଟି କେନ୍ଦୁଝର ସହର ଦେଇ ଯିବାସହ ବାଟରେ ଟାଉନ ଥାନା, ଏସ୍ଡିପିଓଙ୍କ କାର୍ଯ୍ୟାଳୟ ଏବଂ ଏସ୍ପିଙ୍କ କାର୍ଯ୍ୟାଳୟ ଅତିକ୍ରମ କରିଥିଲା। ପରେ ଖିରେଇଟାଙ୍ଗିରିସ୍ଥିତ ଟୋଲ୍ପ୍ଲାଜାର ବୁମ୍ ବ୍ୟାରିଅର ଭାଙ୍ଗି ଜାତୀୟ ରାଜପଥ କଡ଼ରେ ଥିବା ତୁରୁମୁଙ୍ଗା ଥାନାକୁ ମଧ୍ୟ ସହଜରେ ଅତିକ୍ରମ କରି ଖସି ଯାଇଥିଲା।
ଏସ୍ଟିଏଫ୍ ଜବତ କରିଥିବା ଦୁଇଟି ଗୋରୁ ବୋଝେଇ କଣ୍ଟେନର (ଏନ୍ଏଲ୍-୦୧-ଏଏଫ-୮୧୭୬ ଏବଂ ଏନ୍ଏଲ୍-୦୧-ଏଏଫ୍-୮୩୩୦) ଏବଂ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଟାଉନ ଥାନାକୁ ହସ୍ତାନ୍ତର କରିଛି। ଅଭିଯୁକ୍ତମାନେ ହେଲେ, ପଶ୍ଚିମବଙ୍ଗ ହଳଦିଆ ଅନ୍ତର୍ଗତ ବ୍ରଜଲାଲଛକର ଡ୍ରାଇଭର ସେଖ୍ ରସିକ ଏବଂ ପଶ୍ଚିମବଙ୍ଗ ହାୱଡ଼ା ଭଲ୍ବେରିଆର ସେଖ୍ ରେଜାବୁଲ। ଦୁଇଟି କଣ୍ଟେନରେ ବୋଝେଇ ହୋଇଥିବା ୭୪ଟି ଗୋରୁକୁ ବଡ଼ବିଲ ଗୋଶାଳାରେ ଛଡ଼ାଯାଇଛି। ଏସ୍ଟିଏଫ୍ ଡିଏସ୍ପିଙ୍କ ଅଭିଯୋଗକ୍ରମେ ଟାଉନ ଥାନାରେ କେସ୍ ନମ୍ବର ୪୯୮/୨୦୨୨ ଦଫା ୪୨୯, ୩୦୭, ୧୨୦(ବି), ୩୪ ଆଇପିସି, ୧୧ ପ୍ରିଭେନ୍ସନ୍ ଅଫ୍ (କ୍ରୁଏଲିଟି) ଆନିମଲ ଆକ୍ଟ, ସେକ୍ସନ (୭) କାଓ ସ୍ଲଟର ଆକ୍ଟରେ ଏବଂ ୨୫ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l