ଅପରାଧ ରାଜ୍ୟ

ଏସ୍‌ଟିଏଫ୍‌ର ଆକ୍ସନ : ବାଜ୍ୟାପ୍ତି ହେଲା ନିଶା ବେପାରୀଙ୍କ ସମ୍ପତ୍ତି, ରହିଛି ୫ କୋଠା- ୮ଟି ଜମି

ଭୁବନେଶ୍ୱର ୨୮।୦୭ : ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି । ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ । ଜବତ ହୋଇଥିବା ସମ୍ପତ୍ତି ଭିତରେ ରହିଛି ୫ ଟି କୋଠା , ୮ ଟି ଜମି , ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦୁଇଟି ଦାମୀ କାର ଓ ଲକରରୁ ମିଳିଥିବା ୫୯୫ ଗ୍ରାମ ସୁନା ଅଳଙ୍କାର ବାଜ୍ୟାପ୍ତି କରିଛି ଏସ ଟି ଏଫ । ଏହି ସମସ୍ତ ସମ୍ପତ୍ତି ନିଶା କାରବାରରୁ ଅର୍ଜିତ ଟଙ୍କାରୁ କିଣିଥିବା ଜଣା ପଡ଼ିଛି । ୨୦୨୨ ଏପ୍ରିଲ ୨୯ରେ ଏମାନଙ୍କ ନିକଟରୁ ୧୦୬ କେଜି ଗଞ୍ଜେଇ ଓ ୫୧୭ ଗ୍ରାମ ଅଫିମ ଜବତ କରାଯାଇଥିଲା । ଏହାସହ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସଟିଏଫ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।