ଖେଳ

ଏସୀୟ ଭାରୋତ୍ତୋଳନରେ ଝିଲ୍ଲୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଉଜ୍‌ବେକିସ୍ତାନର ତାସ୍‌କେଣ୍ଟ୍‌ରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। କନିଷ୍ଠ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜୟିନୀ ଝିଲ୍ଲୀ (୪୫ କେଜି) ରବିବାର ସ୍ନାଚ୍‌ରେ ୬୯ କେଜି ଏବଂ କ୍ଲିନ୍ ଓ‌ ଜର୍କ‌ରେ ୮୮ କେଜି ସହ ମୋଟ ୧୫୭ କେଜି ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗତ ସଂସ୍କରଣରେ ଝିଲ୍ଲୀ ୧୬୨ (୭୧+୯୧) କେଜି ଉଠାଇ ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ। ଏଥର ଏସୀୟ ପ୍ରତିଯୋଗିତାରେ ନିଜର ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି। ଚଳିତ ପ୍ରତିଯୋଗିତାରେ ଭାରତର ଏହା ଦ୍ବିତୀୟ ପଦକ। ସୂଚନାଯୋଗ୍ୟ ଯେ ‌ଝିଲ୍ଲୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ୪୫ କେଜି ଅଲିମ୍ପିକ୍ସ ଓଜନ ବର୍ଗରେ ନାହିଁ। ଫିଲିପାଇନ୍ସର ମେରି ଫ୍ଲୋର ଦିଆଜ୍‌ ମୋଟ ୧୩୫ (୬୦+୭୫) କେଜି ଉଠାଇ ଝିଲ୍ଲୀଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ।

ଏହା ପୂର୍ବରୁ ଶନିବାର ତାରକା ଭରୋତ୍ତୋଳିକା ମିରାବାଇ ଚାନୁ କ୍ଲିନ୍‌ ଓ ଜର୍କରେ ୧୧୯ କେଜି ଉଠାଇ ବିଶ୍ବ କୀର୍ତ୍ତିମାନ ସହ ଭାରତ ପାଇଁ କାଂସ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍‌ଯୋଗ୍ୟ ଚାନୁ ସ୍ନାଚ୍‌ରେ ୮୬ କେଜି ଏବଂ କ୍ଲିନ୍‌ ଓ ଜର୍କରେ ୧୧୯ କେଜି ସହ ମୋଟ ୨୦୫ କେଜି ଉଠାଇ ମଧ୍ୟ ନୂଆ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା। ନୂଆ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିବା ଚାନୁ ନିଜ ପ୍ରଦର୍ଶନରେ ବେଶ୍‌ ସନ୍ତୁଷ୍ଟ। ନିଜ ଖୁସି ନେଇ ସେ ଟ୍ବିଟ୍‌ କରିଥିଲେ ଏବଂ ତାଙ୍କ ପ୍ରତି ଭଲପାଇବା ଓ ସମର୍ଥନ ପାଇଁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ