ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏସିଆ କପ୍ ପୂର୍ବରୁ ପରସ୍ପରକୁ ଭେଟିଲେ କୋହଲି-ବାବର, ଫ୍ୟାନ୍ସ କହିଲେ ଏମିତି

ନୂଆଦିଲ୍ଲୀ, ୨୫|୦୮: ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଏହାର ପରଦିନ ଅର୍ଥାତ ୨୮ ତାରିଖରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ଯେଉଁ ମ୍ୟାଚ୍ ପାଇଁ ଫ୍ୟାନ୍ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲି ଓ ପାକ୍ ଅଧିନାୟକ ବାବର ଆଜମ ଭେଟିଛନ୍ତି । ଟ୍ରେନିଂ ସେସନ୍ ବେଳେ ଉଭୟ ପରସ୍ପର ସହ ଆଲୋଚନା କରିଥିଲେ ।

ସୂଚନାନୁସାରେ, ଚଳିତବର୍ଷ ଶ୍ରୀଲଙ୍କା ଏସିଆ କପର ଆୟୋଜନ କରୁଛି । ସବୁ ମ୍ୟାଚ୍ ୟୁଏଇରେ ଖେଳାଯିବ । ସମସ୍ତ ଟିମ୍ ୟୁଏଇରେ ପହଁଚିଛନ୍ତି । ଭାରତ, ପାକିସ୍ତାନ, ଆଫଗାନିସ୍ତାନ ସମେତ ସବୁ ଟିମ୍ ଏବେ ଟ୍ରେନିଂରେ ବ୍ୟସ୍ତ ଅଛନ୍ତି । ଟ୍ରେନିଂ ବେଳେ ଭାରତୀୟ ଖେଳାଳି ପ୍ରଥମେ ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଥିଲେ । ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ କୋହଲି ସମେତ ବାକି ଖେଳାଳି ଏଥିରେ ସାମିଲ ଥିଲେ ।

ଏହି ପରିପ୍ରେକ୍ଷୀରେ ବିରାଟ କୋହଲି ରଶିଦ ଖାନ୍ ଓ ବାବରଙ୍କୁ ଭେଟିଥିଲେ । ସେମାନଙ୍କ ହାଲଚାଲ ପଚାରି ବୁଝିଥିଲେ । ପରେ ଟ୍ରେନିଂ ପାଇଁ ଚାଲିଯାଇଥିଲେ । ଯାହା କ୍ୟାମେରାରେ କଏଦ ହୋଇଥିଲା । ଯାହାକୁ ବିସିସିଆଇ ନିଜେ ସେୟାର କରିଥିଲା । ଏହାସହ କ୍ୟାପ୍ସନରେ ଲେଖିଥିଲା ଯେ- କାନ୍ଧ ମିଳାଇଲେ, ହସିଲେ ଓ୍ୱାର୍ମ ଅଫ୍ ସହ ଏସିଆ କପ୍ ପାଇଁ ମଧ୍ୟ ପ୍ରସ୍ତୁତ ହେଲେ ।

ଏହି ଫଟୋ ପରେ ନେଟିଜେନ୍ସ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କିଛି ୟୁଜର କହିଛନ୍ତି ଯେ, କୋହଲିଙ୍କୁ ଭେଟିବା ପରେ ବାବର କୋମାକୁ ଚାଲିଯାଇଥିବେ । ଆଉ କେହି ଦୁଇ ମହାନ ପ୍ଲେୟାର ପରସ୍ପରକୁ ଭେଟିଛନ୍ତି ବୋଲି କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ