ଲାଇଫ୍ ଷ୍ଟାଇଲ

ଏସବୁ ପିଇଲେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ!

ଏବେ କରୋନା ସଂକ୍ରମଣକୁ ନେଇ ଅନେକ ଲୋକ ଚିନ୍ତାରେ ଥିବା ପରିଲକ୍ଷିତ ହେଉଛି। ଏହାଛଡ଼ା କିଛି ଲୋକ ନିଜର ରୋଗ ପ୍ରତିରୋଧକ ଶକ୍ତି କମ୍ ବୋଲି ଅନୁଭବ କରୁଛନ୍ତି। ଯେଉଁମାନେ ଏଭଳି ଲକ୍ଷ୍ୟ କରୁଛନ୍ତି, ସେମାନେ ଖାଦ୍ୟରେ ଉପରୋକ୍ତ ଜିନିଷ ସାମିଲ୍ କରିଲେ, ତାହା ସେମାନଙ୍କ ପାଇଁ ଲାଭକାରୀ ହେବ।
ବିଟ୍ ଓ ଗାଜର ରସ:- ବିଟ୍ ରସରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟସ ଥାଏ, ଯାହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦିନରେ ଯଦି ଦୁଇ ବା ତିନି ଚାମଚ ବିଟ୍ ରସକୁ ଏକ ଗ୍ଲାସ୍ର ଗାଜର ରସ ସହିତ ମିଶାଇ ପିଇବେ,ତେବେ ରୋଗ ପ୍ରତିରୋଧକ ଶକ୍ତି ତୀବ୍ର ଗତିରେ ବୃଦ୍ଧିପାଇଥାଏ।
ଅମୃତଭଣ୍ଡା ଓ ତା’ର ପତ୍ର ରସ:- ଅମୃତ ଭଣ୍ଡା ଓ ଅମୃତ ଭଣ୍ଡା ପତ୍ରର ରସକୁ ମିଶାଇ ସେବନ କରିଲେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ବୃଦ୍ଧି ପାଇଥାଏ। ଆପଣ ଚାହିଁଲେ ଉଭୟ ଅମୃତ ଭଣ୍ଡା ଓ ତା’ର ପତ୍ରକୁ ଫୁଟାଇ ଚାହା ଭଳି ଛାଣି ଗ୍ରିନ୍ଟି ଭଳି ପିଇ ପାରିବେ।
କଖାରୁ ରସ:- ଅଧା ଗ୍ଲାସ କଖାରୁ ଜୁସ୍ରେ ଦୁଇ ଚାମଚ ମହୁ ମିଶାଇ ଦିନରେ ଦୁଇ ଥର ସେବନ କରିଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
ମୌସମ୍ବୀ ଜୁସ୍: ମୌସମ୍ବୀରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ। ସବୁଠୁ ବଡ଼ କଥା ହେଲା ମୌସମ୍ବୀ ଜୁସ୍ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ