ଦେଶ ବିଦେଶ

ଏଲନ ମସ୍କଙ୍କୁ ପଛରେ ପକାଇ‌ଲେ ଜେଫ୍ ବେଜୋସ୍; ବନିଲେ ବିଶ୍ବର ସବୁଠାରୁ ଧନୀ

ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ତାଲିକାରେ ଶୀର୍ଷ ସ୍ଥାନ ହରାଇଛନ୍ତିି ଟେସ୍‌ଲାର ସିଇଓ ଏଲନ ମସ୍କ । ମସ୍କଙ୍କୁ ପଛରେ ପକାଇ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ବୁମବର୍ଗ କୋଟିପତି ତାଲିକାରେ ଏନେଇ ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଜେଫ୍ ବେଜୋସଙ୍କ ସମ୍ପତି ୨୦୦ ବିଲିୟନ ଡଲାର ଥିବା ବେଳେ ମସ୍କଙ୍କ ସମ୍ପତି ୧୯୮ ବିଲୟନ ଡଲାର ବୋଲି ଜଣାପଡ଼ିଛି । ୨୦୨୧ରେ ଜେଫ୍ ବେଜୋସଙ୍କୁ ପଛରେ ପକାଇ ୧୯୫ ବିଲିୟନ ଡଲାର ସହ ଶୀର୍ଷ ସ୍ଥାନରେ ରହିଥିଲେ ଏଲନ ମସ୍କ । ପରେ ଟେସଲା ସିଇଓ ଏଲନ ମସ୍କଙ୍କର ୩୧ ବିଲିୟନ ଡଲାର କ୍ଷତି ହୋଇଥିଲା। ମସ୍କଙ୍କର କ୍ଷତିି ହୋଇଥିବା ବେଳେ ଜେଫ୍ ବେଜୋସଙ୍କ ୨୩ ବିଲିୟନ ଡଲାର ଲାଭ ହୋଇଛି । ଯେଉଁଥିପାଇଁ ୯ ମାସ ପରେ ସବୁଠୁ ଧନୀ ତାଲିକା ଶୀର୍ଷରୁ ତଳକୁ ଆସିଛନ୍ତି ମସ୍କ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ