ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଏଯାବତ୍ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି, ଆଜି ଭୁବନେଶ୍ୱରରେ ୧୧ଟି ସ୍ଥାନରେ ୨୩୬୦ଜଣଙ୍କର ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଆସନ୍ତାକାଲି ସମସ୍ତ ଜିଲ୍ଲାରେ ପୁଣି ଟିକାକରଣ ହେବ । ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସେକେଣ୍ଡ ଡୋଜ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେକେଣ୍ଡ ଡୋଜ ପାଇଁ ୧ ଲକ୍ଷ ୭୩ ହଜାର ୬୬ ଜଣ ବାକି ଅଛନ୍ତି। କେତେକ ସ୍ଥାନରେ ମାଇନର ସାଇଡ ଇଫେକ୍ଟ ଦେଖାଯାଉଛି। ଯେଉଁ ସ୍ଥାନରେ ଟିକା ଦିଆଯାଉଛି ସେଠି ଫୁଲା ରହୁଛି। ଆଉ କିଛି କ୍ଷେତ୍ରରେ ଜ୍ଵର ଟିକିଏ ରହୁଛି।

ଗତ ୨୩ ତାରିଖରେ ନୂଆପଡ଼ାର ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତବାନ୍ତି କରିଥିଲେ। ତାଙ୍କୁ ବୁର୍ଲା ହସ୍ପିଟାଲ ପଠାଯାଇଥିଲା। ସେଠି ତାଙ୍କର ବ୍ରେନ ହାମରେଜ ହୋଇଥିବା ଜଣା ପଡ଼ିଲା। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ଟିକା ନେବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ ବି ତେବେ ଶବ ବ୍ୟବଚ୍ଛେଦ ପରେ ଏହା ଟିକାକରଣଜନିତ ମୃତ୍ୟୁ ନୁହେଁ ବୋଲି ଜଣାପଡ଼ିଛି। ଏଯାବତ୍ ମୋଟ ୧୯ ଜଣଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ସୂଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ।
ଦ୍ଵିତୀୟ ପର୍ଯ୍ୟାୟରେ ସେସନ ସିଡ୍ୟୁଲ ହେବ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମୟକୁ ବର୍ଦ୍ଧିତ କରାଯାଇଛି। ସେମାନଙ୍କ ତାଲିକା ଚଳିତ ମାସ ୩୧ ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ