ଖେଳ ଦେଶ ବିଦେଶ

ଏଯାଏଁ ଅବସର ନେଇନି: ଏହି ପଡିଆରେ ଶେଷ ମ୍ୟାଚ୍ ଖେଳିବେ Universe Boss

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ଓମ ଶାନ୍ତି ଓମରେ ଏକ ଡାଏଲଗ ଅଛି ପିକଚର ଅଭି ବାକି ହେଁ ମେରେ ଦୋସ୍ତ । ଏହି ଡାଏଲଗକୁ ନିଜ କ୍ୟାରିୟର ସହିତ ତୁଳନା କରିଛି କ୍ରିସ୍ ଗେଲ । ୟୁନିଭର୍ସ ବସ୍ କ୍ରିଷ୍ଟୋଫର ହେନରୀ ଗେଲ୍ ବା କ୍ରିସ୍ ଗେଲଙ୍କ ଅବସରକୁ ନେଇ ଚର୍ଚ୍ଚା । ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ସହିତ ଟି-୨୦ ବିଶ୍ୱକପରୁ ବିଦାୟ ନେଇଥିଲା । ଏହି ଅପ୍ରତ୍ୟାଶିତ ବିଦାୟ ପରେ ଷ୍ଟାର ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ ଅବସର ଘୋଷଣା କରିଥିଲେ । ଚଳିତ ବିଶ୍ୱକପର ସବୁଠାରୁ ବୟସ୍କ ଖେଳାଳି ଗେଲ୍ କିନ୍ତୁ ଅବସର ଘୋଷଣା କରିନଥିଲେ । ନିଜର ଶେଷ ବିଶ୍ୱକପ୍ ମ୍ୟାଚ ଖେଳୁଥିଲେ ହେଁ ଏହା ତାଙ୍କର ଅନ୍ତିମ ମ୍ୟାଚ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ୟୁନିଭର୍ସ ବସ୍ ।

ଆନ୍ତର୍ଜାତୀୟ ଟି-୨୦ରେ ୧୦୦୦ରୁ ଅଧିକ ଛକା ମାରିଥିବା ଗେଲ୍ ନିଜ ଅନ୍ତିମ ବିଶ୍ୱକପ୍ ମୁକାବିଲାରେ ୯ ବଲ ଖେଳି ୧୫ ରନ କରିଥିବା ବେଳେ ବୋଲିଂରେ ମିଚେଲ ମାର୍ଶଙ୍କ ୱିକେଟ ନେଇଥିଲେ । ତେବେ ନିଜ ଘରୋଇ କ୍ରିକେଟ ଷ୍ଟାଡିୟମରେ ନିଜର ଅନ୍ତିମ ମୁକାବିଲା ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଗେଲ । ଚଳିତ ବିଶ୍ୱକପ ନିରାଶା ଜନକ ରହିଥିଲେ ମଧ୍ୟ ସେ ଏହାକୁ ଉପଭୋଗ କରିବାକୁ ଚେଷ୍ଟା କରିଥିବା କହିଛନ୍ତି ଗେଲ । ଯଦି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଚାହେଁ ତେବେ ସେ ଜାମାଇକାରେ ନିଜର ଅନ୍ତିମ ମୁକାବିଲା ଖେଳିବେ । ଯଦି ଏହା ସମ୍ଭବ ନହୁଏ ତେବେ ସେ ବ୍ରାଭୋଙ୍କ ସହିତ ଯୋଗ ଦେବେ ଏବଂ ଉଭୟ ପରସ୍ପରକୁ ଧନ୍ୟବାଦ ଜଣାଇବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ