ଅପରାଧ ରାଜ୍ୟ

ଏମ.ଏଲ୍.ଏ ବାସଭବନରେ ଡାକ୍ତରଙ୍କୁ ମାଡ, ମହିଳା ସୁଇପର ଆଣିଲେ ଜାତିଆଣ ଆକ୍ଷେପ ଅଭିଯୋଗ

ଆନନ୍ଦପୁର ୧୭/୦୫: ଚର୍ଚ୍ଚାରେ ଆନନ୍ଦପୁର ଉପଖଣ୍ଡ ଫକିରପୁର ଗୋଷ୍ଟି ସ୍ବାସ୍ଥକେନ୍ଦ୍ର । କିଛିଦିନ ତଳେ ଏଠାକାର ମେଡିକାଲ ଅଫିସର ଜୟନ୍ତ ଦାସ କେତେକ କର୍ମଚାରୀ ଙ୍କୁ ନେଇ ନିକଟରେ ଥିବା ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଙ୍କୁ ତାଙ୍କ ବାସ ଭବନରେ ଭେଟିବାକୁ ଯାଇଥିଲେ । ମେଡିକାଲର କିଛି ଉନ୍ନତି ମୁଳକ କାମ ସମ୍ପର୍କରେ ଆଲୋଚନା ପାଇଁ ଥିଲା ଉଦେଶ୍ୟ ।

ତେବେ ବିଧାୟକଙ୍କ ବାସଭବନରେ ପହଁଞ୍ଚିବାପରେ ବିଧାୟକଙ୍କ ଅନୁପସ୍ଥିତିରେ ସେଠାରେ ଉପସ୍ଥିତ ଜଣେ ଯୁବକ ମହିଳା କର୍ମଚାରୀଙ୍କୁ ଗାଳି ଗୁଲଜ କରିବାସହ ମେଡିକାଲ ଅଫିସରଙ୍କୁ ଆକ୍ରମଣ କରିଥିଲା । ଏ ନେଇ ମେଡିକାଲ ଅଫିସର ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ବିଧାୟକ ଭାଗିରଥି ସେଠୀ ମେଡିକାଲ ର କୈଣସି ଅଫିସର କିମ୍ବା କର୍ମଚାରୀଙ୍କୁ ଆଲୋଚନା ପାଇଁ ଡାକିନଥିବା କହିଛନ୍ତି ।

ତେବେ ଘଟଣା ସମ୍ପର୍କରେ ସେ ପରେ ଅବଗତ ହୋଇଥିବା କହିଛନ୍ତି । ଅନ୍ୟପଟେ ଫକିରପୁର ମେଡିକାଲରେ କାର୍ଯ୍ୟରତ ଦୁଇ ମହିଳା ସୁଇପର କର୍ମଚାରୀ ସୀମା ସେଠୀ ଓ ରଶ୍ମିତା ନାୟକ ମେଡିକାଲ ଅଫିସର ଜୟନ୍ତ ଦାଶଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଜାତିଆଣ ଆକ୍ଷେପର ଅଭିଯେଗ କରିଛନ୍ତି ।

ବିଭିନ୍ନ ସମୟରେ ଜୟନ୍ତ ସେମାନଙ୍କୁ କାର୍ଯ୍ୟକ୍ଷେତ୍ରେରେ ମାନସିକ ନିର୍ଯାତନା ଦେବାସହ ତାଙ୍କ ପ୍ରତି କାର୍ଯ୍ୟକ୍ଷେତ୍ରରେ ହୀନ ମାନସିକତା ପ୍ରର୍ଦଶନ କରୁଥିବା ନେଇ ଥାନା ରେ ମାମଲା ରୁଜୁ କରିଛନ୍ତି । ଉଭୟ ମାମଲା ଆଧାରରେ ପେଲିସ୍ ଏବେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଗିରଫ କରିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।