ଅପରାଧ ଦେଶ ବିଦେଶ

ଏମ୍ସ ସର୍ଭର ହ୍ୟାକିଂ ପରେ ପୁଣି ବଡ ସାଇବର ଆଟାକ୍, ଏବେ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭର ଉପରେ ସାଇବର ଆଟାକ୍ ପରେ ଏବେ କେନ୍ଦ୍ର ସରକାରଙ୍କ ଏକ ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଛି। ହ୍ୟାକର୍ସ ଗୁରୁବାର ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର ଏକ୍ସପର୍ଟ ମାମଲାର ତଦନ୍ତ କରୁଛନ୍ତି।

ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ୍ ହ୍ୟାକ୍ ହୋଇଥିବା ଜଣା ପଡିଛି। ତେବେ ବର୍ତ୍ତମାନ ଏହା ଠିକ୍ ହୋଇ ଯାଇଛି। ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ଏମିତି ସମୟରେ ହ୍ୟାକ୍ ହୋଇଛି ଯେବେ ନିକଟରେ ଦିଲ୍ଲୀ ଏମ୍ସର ସର୍ଭର ଉପରେ ସାଇବର ଆଟାକ୍ ହୋଇଥିଲା।

ଏମ୍ସର ସର୍ଭର ନଭେମ୍ବର ୨୩ ସକାଳ ୭ଟାରେ ଡାଉନ୍ ହୋଇଥିଲା। ୨୪ ଘଣ୍ଟା ପରେ ବି ସର୍ଭର ଠିକ୍ ହୋଇନପାରିବାରୁ ଅଧିକାରୀ ଦିଲ୍ଲୀ ପୋଲିସ୍ ସହ ଯୋଗାଯୋଗ କରିଥିଲେ। ଏମ୍ସର ଅଭିଯୋଗକ୍ରମେ ଦିଲ୍ଲୀ ପୋଲିସ୍ ମାମଲା ରୁଜୁ କରିଥିଲା। ମାମଲାର ତଦନ୍ତ ଦାୟିତ୍ଵ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ ୟୁନିଟ୍‌କୁ ପ୍ରଦାନ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ