ଦେଶ ବିଦେଶ

ଏମ୍‌ସରେ କାମ କରୁଛନ୍ତି ବାହାର ଡାକ୍ତର! ତଦନ୍ତ ପାଇଁ କମିଟି ଗଠନ

ଭୁବନେଶ୍ବର: ଏମ୍‌ସରେ ବାହାର ଡାକ୍ତର କାର୍ଯ୍ୟ କରୁଥିବାର ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ। ଏନେଇ ଏକ କମିଟି ଗଠନ କରାଯାଇଛି। ୮ରୁ ୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଛି। ସୂଚନା ଅନୁଯାୟୀ, ଏମ୍‌ସ ହୃଦ୍‌ରୋଗ ବିଭାଗର କାଥୋଲ୍ୟାବ୍‌ରେ ଏମ୍‌ସ ବାହାରର ଜଣେ ବ୍ୟକ୍ତି କାର୍ଯ୍ୟ କରୁଥିବା ନେଇ ମେଡିକାଲ ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ାଙ୍କୁ ସୂଚନା ମିଳିଥିଲା। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ରୁ ୧୨ଟା ମଧ୍ୟରେ ସେ କାଥୋଲ୍ୟାବ୍‌ରେ ପହଞ୍ଚିଥିଲେ। ସେ ସେଠାରେ ଉପସ୍ଥିତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଆଟେଣ୍ଡାଣ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିଚୟ ପତ୍ର ଦେଖିଥିଲେ।

ମାତ୍ର ସେତେବେଳକୁ ସେଠାରେ କୌଣସି ବାହାର ବ୍ୟକ୍ତି ନଥିଲେ। ତେଣୁ ପ୍ରକୃତରେ କାଥୋଲ୍ୟାବ୍‌ରେ କୌଣସି ବାହାର ବ୍ୟକ୍ତି କାର୍ଯ୍ୟ କରୁଥିବା ଅଭିଯୋଗର ସତ୍ୟତା ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ସମୁଦାୟ ଘଟଣା ସନ୍ଦେହଜନକ ଥିବାରୁ ଏନେଇ ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ସୂଚନା ଦେଇଥିଲେ। ଏମ୍‌ସ ପକ୍ଷରୁ କୁହାଯାଇଛି, ଟିକେଟ ଦଲାଲି ପାଇଁ ବିଭିନ୍ନ ବାହାନାରେ କିଛି ବାହାର ବ୍ୟକ୍ତି ନିଜକୁ କର୍ମଚାରୀ କହି ଭିରକୁ ପଶି ଯାଉଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ପ୍ରତିଦିନ ଏମ୍‌ସ ଅଧୀକ୍ଷକଙ୍କ ନେତୃତ୍ବରେ ଏକ ଟିମ୍‌ ଅଚାନକ ବିଭିନ୍ନ ବିଭାଗକୁ ପରିଦର୍ଶନ କରିଥାଆନ୍ତି। ପ୍ରମାଣିତ ହୋଇ ପାରିନଥିଲେ ମଧ୍ୟ ଆଜିର ଏହି ଅଭିଯୋଗଟି ଅତି ସଙ୍ଗିନ ଥିବାରୁ ତାକୁ ଏମ୍‌ସ କର୍ତ୍ତୃପକ୍ଷ ଗୁରୁତ୍ବର ସହିତ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଏହା ସତ୍ୟ କି ନୁହେଁ ତାହା କୁହାଯାଇ ପାରିବ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ