ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବା ଉଚ୍ଚ ପ୍ରଯୁକ୍ତି କ୍ଷମତାସମ୍ପନ୍ନ ମେସିନ୍ ଜରିଆରେ ବର୍ତ୍ତମାନ ତୁରନ୍ତ ରୋଗ ଚିହ୍ନଟ ସହ ଚିକିତ୍ସା ହୋଇପାରୁଛି। ତାଇୱାନର ଚାଙ୍ଗ୍ ଗୁଙ୍ଗ୍ ବିଶ୍ୱବିଦ୍ୟାଳୟ ସହଯୋଗରେ ଏମ୍ସ ଭୁବନେଶ୍ବରରେ ଏହାର ପ୍ରୟୋଗ କରାଯିବ ବୋଲି ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍ ଆଶୁତୋଷ ବିଶ୍ବାସ।
ଏହି ପରିପ୍ରେକ୍ଷୀରେ ତାଇୱାନର ଚାଙ୍ଗ୍ ଗୁଙ୍ଗ୍ ବିଶ୍ୱବିଦ୍ୟାଳୟର ସୂଚନା ଇଞ୍ଜିନିୟରିଂ ବିଭାଗର ପ୍ରଫେସର୍ ତଥା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ନିର୍ଦ୍ଦେଶକ ପ୍ରଫେସର୍ ପ୍ରସନ୍ନ କୁମାର ସାହୁ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଛନ୍ତି। ଏ ସମ୍ପର୍କରେ ଆଇର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସାହୁ କହିଛନ୍ତି, ରୋଗର ନିରାକରଣ ପାଇଁ ଡାକ୍ତରମାନେ ହିଷ୍ଟୋପାଥୋଲୋଜିକାଲ୍, ସିଟି, ସିଟିଏ ଏବଂ ଏମ୍ଆରଆଇ ଭଳି ବିଭିନ୍ନ ପ୍ରକାରର ଚିତ୍ର ବ୍ୟବହାର କରନ୍ତି। ଉକ୍ତ ପ୍ରତିଛବିଗୁଡ଼ିକ ବିଭିନ୍ନ ଫର୍ମାଟ୍ରେ ଗଚ୍ଛିତ ଥାଏ। ବୈଷୟିକ ଛବିକୁ ଗଭୀର ଭାବେ ଅନୁଧ୍ୟାନ କରି ବିଶ୍ଳେଷଣ କରିବା ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏକ ଅଂଶ। ଏହି ଡାକ୍ତରୀ ଚିତ୍ରଗୁଡ଼ିକୁ ବର୍ଗୀକରଣ, ଚିହ୍ନଟ ଏବଂ ବିଭିନ୍ନ ବିଭାଗରେ ବ୍ୟବହାର ପାଇଁ ଚିତ୍ର ତଥ୍ୟର ବିଭିନ୍ନ ଫର୍ମାଟ୍କୁ ବିଶ୍ଳେଷଣ କରିବାରେ ଏଆଇ ମାନବ ମସ୍ତିଷ୍କର କାର୍ଯ୍ୟକୁ ଅନୁକରଣ କରିଥାଏ। ଇସ୍କେମିକ୍ ଷ୍ଟ୍ରୋକ୍, ଇଣ୍ଟାକ୍ରାନିଆଲ୍ ଷ୍ଟେନୋସିସ୍, କୋଲେଷ୍ଟ୍ରାଲ କର୍କଟ ଏବଂ ଫୁସଫୁସ୍ କର୍କଟ ଭଳି ରୋଗୀଙ୍କ ପ୍ରତିଛବି ତଥ୍ୟକୁ ବିଶ୍ଳେଷଣ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପଯୋଗୀ ହୋଇପାରିବ। ଏନେଇ ଅଧିକ ଗବେଷଣା ପାଇଁ ଏମ୍ସ ଭୁବନେଶ୍ୱର ଭଳି ଖ୍ୟାତିସମ୍ପନ୍ନ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଚାଙ୍ଗ୍ ଗୁଙ୍ଗ୍ ବିଶ୍ୱବିଦ୍ୟାଳୟ ପାଇଁ ନିଶ୍ଚିତ ପକ୍ଷେ ଏକ ଆନନ୍ଦର ବିଷୟ। ଉନ୍ନତ ରୋଗୀ ସେବା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହେବ ବୋଲି ପ୍ରଫେସର ସାହୁ ପ୍ରକାଶ କରିଛନ୍ତି।
ଏମ୍ସ ପକ୍ଷରୁ କୁହାଯାଇଛି, ତାଇୱାନ୍ର ଚାଙ୍ଗ୍ ଗୁଙ୍ଗ୍ ବିଶ୍ବବିଦ୍ୟାଳୟ, ଚାଙ୍ଗ୍ ଗୁଙ୍ଗ୍ ମେମୋରିଆଲ ହସ୍ପିଟାଲ କ୍ଲିନିକାଲ ଏବଂ ମେଡିକାଲ ଚିତ୍ରର ତଥ୍ୟ ବିଶ୍ଳେଷଣ କ୍ଷେତ୍ରରେ ଦୀର୍ଘ ବର୍ଷ ହେବ ନିଷ୍ଠାର ସହ ନିରନ୍ତର କାର୍ଯ୍ୟ କରିଆସୁଛି। ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଦିଲ୍ଲୀପ କୁମାର ପରିଡ଼ା ଏହି ଅବସରରେ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l