ରାଜ୍ୟ ସ୍ପେଶାଲ ରିପୋର୍ଟ

ଏମିତି ବି ମୃତ୍ୟୁ ଆସେ: ଗଛ ଡାଳ ପଡ଼ି ଯୁବକଙ୍କ ମୃତ୍ୟୁ, ଏକାସଙ୍ଗେ ଘରୁ ଉଠିଲା ବାପ ପୁଅଙ୍କ କୋକେଇ

ବୋରିଗୁମ୍ମା: ବାପାଙ୍କ ଶେଷକୃତ୍ୟ ପାଇଁ କାଠ ଯୋଗାଡ଼ କରୁଥିଲେ। କିନ୍ତୁ ମୃତ୍ୟୁ ରୂପରେ ଉପରୁ ଖସି ପଡ଼ିଲା ଗଛ ଡାଳ। ଆଜି ସକାଳେ କୋରାପୁଟ ଜିଲ୍ଲା ବୋରିଗୁମ୍ମା କାମତା ଗାଁର ଲକ୍ଷ୍ମଣ ମଣ୍ଡଳଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ପୁଅ ବେଣୁ ମଣ୍ଡଳଙ୍କ ମୃତ୍ୟୁ ଗ୍ରାମବାସୀଙ୍କୁ ହତ୍‌ବାକ କରିଦେଇଛି। ଘରୁ ଗୋଟିଏ ବଦଳରେ ଉଠିଲା ଦୁଇ ଦୁଇଟି କୋକେଇ। ଗାଁ ଶ୍ମଶାନରେ ବାପପୁଅଙ୍କ ଏକାସଙ୍ଗେ ଶବଦାହ ହୋଇଛି। ଏହି ଅଭାବନୀୟ ଘଟଣା ପରେ ପରିବାରଙ୍କ ଆଖିରୁ ଲୁହ ଶୁଖୁ ନଥିବା ବେଳେ ଛଟପଟ ହୋଇ କାନ୍ଦିବା ହୃଦୟ ବିଦାରକ ପରିବେଶ ସୃଷ୍ଟି କରିଛି।

କାମତା ଗାଁର ଲକ୍ଷ୍ମଣ ମଣ୍ଡଳ କିଛି ବର୍ଷ ହେଲା କୋରାପୁଟରେ ଜଳଖିଆ ଦୋକାନ କରି ପରିବାର ସହ ରହୁଥିଲେ। ଦୋକାନରେ ତାଙ୍କୁ ପତ୍ନୀ ସଂପୂର୍ଣ୍ଣ ସହଯୋଗ କରୁଥିଲେ। କିନ୍ତୁ ଲକ୍ଷ୍ମଣ ଅସୁସ୍ଥ ହୋଇ ଶଯ୍ୟାଶୟୀ ହୋଇଯିବାରୁ ପୁଅ ବେଣୁ ଜଳିଖିଆ ଦୋକାନକୁ ଚଲାଇଥିଲେ। ତେଣୁ ବାପା, ମା’ଙ୍କ ସହ ଭାଇ ଏବଂ ଭଉଣୀଙ୍କ ପାଇଁ ସାହାରା ପାଲଟି ଯାଇଥିଲେ। ଏହାବ୍ୟତୀତ ବେଣୁ ଅନେକ ସାମାଜିକ କାର୍ଯ୍ୟରେ ନି‌ଜକୁ ନିୟୋଜିତ କରି କୋରାପୁଟର ଯୁବବର୍ଗଙ୍କ ମଧ୍ୟରେ ଅତି ଜଣାଶୁଣା ଥିଲେ। ଏପରିକି ନିଜେ ରକ୍ତଦାନ କରିବା ସହ ଅନ୍ୟକୁ ରକ୍ତଦାନ କରିବାକୁ ଉତ୍ସାହିତ କରି ଆସୁଥିଲେ।

ଆଜି ସକାଳୁ ସକାଳୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଲକ୍ଷ୍ମଣ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ବାସ ତ୍ୟାଗ କରିଥିଲେ।‌ ଏହାପରେ ବାପାଙ୍କ ଶେଷଇଚ୍ଛା ଅନୁସାରେ ପୈତୃକ ଗାଁ କାମତାରେ ଶେଷକୃତ୍ୟ କରିବାକୁ ବେଣୁ ମରଶରୀର ନେଇ ଗାଁକୁ ଆସିଥିଲେ। ଶବଦାହ ପାଇଁ ଘର ପଛପଟ ରହିଥିବା ଗୋଟିଏ ଗଛକୁ ବି କଟାଉଥିଲେ। କିନ୍ତୁ ଗଛ କାଟିବା ସମୟରେ ଗୋଟିଏ ବିରାଟ ଡାଳ ବେଣୁଙ୍କ ମୁଣ୍ଡରେ ଅକସ୍ମାତ ଖସି ପଡ଼ିଥିଲା। ଫଳରେ ମୁଣ୍ଡ ଦୁଇ ଫାଳ ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର, ଗ୍ରାମବାସୀ ଏବଂ ସଂପର୍କୀୟ ସ୍ତବ୍ଧ ହୋଇଯାଇଥିଲେ। ବସିଂହପୁର ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା। ମରଶରୀର ଗାଁକୁ ଫେରିବା ପରେ ବାପାଙ୍କ ସହ ବେଣୁଙ୍କ କୋକେଇ ଏକାଠି ଉଠିଥିଲା। ସଂପର୍କୀୟ ଏବଂ ଗ୍ରାମବାସୀ ମିଳିତ ଭାବେ ବାପପୁଅଙ୍କ ଶେଷକୃତ୍ୟ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।