ଅପରାଧ ରାଜ୍ୟ

ଏମିତି ପ୍ରେମିକାକୁ ଦୁରୁଜୁହାର: ପ୍ରଥମ ପ୍ରେମିକଠୁ ମୁକ୍ତି ଲାଗି ଇଜ୍ଜତ ବିକିଦେଲେ ଯୁବତୀ

ଭୁବନେଶ୍ୱର ୨୧/୦୫: ପ୍ରେମିକା ହେବ ତ ଏମିତି । ପ୍ରେମିକ ସହ ହୋଟେଲ୍‌ରେ ଅନ୍ତରଙ୍ଗ ସମୟ କାଟିଲେ, ମଜା ନେଲେ । ହେଲେ ମଉକା ଦେଖି ଦୁର୍ବଳ ସମୟର ଭିଡିଓ ସୁଟିଂ ବି କଲେ । ନୂଆ ପ୍ରେମିକ ମିଳିବା ପରେ ପୁରୁଣା ପ୍ରେମିକଠାରୁ ପିଛା ଛଡାଇବାକୁ ଭିଡିଓ ଭାଇରାଲ୍‌ କଲେ ଯୁବତୀ ଜଣଙ୍କ । ଏମିତି ଘଟଣା ଦେଖିବାକୁ ମିଳିଛି ଫୁଲନଖରା ଅଞ୍ଚଳରେ ।

ଘଟଣାରେ ମହିଳା ଥାନା ପୁଲିସ୍‌ ଓ ଡିସିପି ଅଫିସ୍‌ ହସ୍ତକ୍ଷେପ ପରେ ଜେଲ୍‌ ଯିବାରୁ ବର୍ତ୍ତି ଯାଇଛନ୍ତି ଯୁବକ ଜଣଙ୍କ । ସୂଚନା ମୁତାବକ, ଯାଜପୁର ଜିଲ୍ଳା ବିଞ୍ଝାରପୁର ଅଞ୍ଚଳରେ ପ୍ରକାଶ ୨୮ ବର୍ଷୀୟ ପ୍ରକାଶ ମାଝି ନୟାପଲ୍ଲୀ ବେହେରା ସାହିରେ ରହନ୍ତି । ସେ ଆଚାର୍ଯ୍ୟ ବିହାରରେ ଥିବା ଏକ ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି । ୨୦୧୯ ଅଗଷ୍ଟରେ ଫୁଲନଖରାର ୨୭ ବର୍ଷୀୟ ପ୍ରୀତିଙ୍କ ପ୍ରେମରେ ପଡିଯାଇଥିଲେ । ଯିଏକି, ତାଙ୍କ ଅଫିସ୍‌ରେ ଚାକିରି କରିଥିଲେ ।

କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ସ୍ୱାମୀ-ସ୍ତ୍ରୀ ଭଳି ଚଳୁଥିଲେ । ଏ ବିଷୟରେ ପରିବାର ଲୋକ ମଧ୍ୟ ଜାଣିଥିଲେ । ବାହାଘର କରିବାକୁ ରାଜିଥିଲେ । ଅନେକ ଥର ଉଭୟ ହୋଟେଲ୍‌ ଯାଇ ସମୟ କାଟୁଥିଲେ । ଏହାରି ଭିତରେ ପ୍ରୀତିଙ୍କ ଜୀବନରେ ଆଉ ଜଣେ ଯୁବକ ଆସିଥିଲେ । ତେବେ ପ୍ରଥମ ପ୍ରେମିକ ପ୍ରକାଶ କିନ୍ତୁ ପ୍ରୀତିଙ୍କୁ ଛାଡି ପାରୁ ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ମଧ୍ୟ ହେଉଥିଲା ।

ତେବେ ପ୍ରକାଶଙ୍କଠାରୁ ପିଛା ଛଡାଇବାକୁ ପ୍ରୀ ତି ମୁଣ୍ଡରେ ଏକ ସଇତାନ ବୁଦ୍ଧି ଜୁଟିଲା । ପ୍ରକାଶଙ୍କୁ ଜେଲ୍‌ ପଠାଇ ସବୁଦିନ ପାଇଁ ପିଛା ଛଡାଇବାକୁ ପ୍ରୀତି ଯୋଜନା କଲେ । ଦୁହିଁଙ୍କର ହୋଟେଲ୍‌ ରୁମ୍‌ରେ ଥିବା ଅଶ୍ଳୀଳ ଭିଡିଓକୁ ଭାଇରାଲ୍‌ କରିଦେଲେ ନିଜେ ପ୍ରୀତି । ଆଉ ପରିବାର ଲୋକଙ୍କ ସାମନାରେ କୁମ୍ଭୀର କାନ୍ଦଣା କାନ୍ଦି ମହିଳା ଥାନାକୁ ଗଲେ ଅଭିଯୋଗ କରିବାକୁ ।

ଥାନାରେ ଏତଲା ପରେ ମହିଳା ଥାନା ପୁଲିସ୍‌ ପ୍ରକାଶଙ୍କୁ ଥାନାକୁ ଡକାଇଥିଲା । ତେବେ ଏସବୁ ଘଟଣା ସଂପର୍କରେ ନିଜ ଘରେ ଓ ପ୍ରୀତିଙ୍କ ଘର ଲୋକଙ୍କୁ କହିଥିଲେ ପ୍ରକାଶ । ଏଥିରେ ଉଭୟ ପରିବାର ହସ୍ତକ୍ଷେପ କରିଥିଲେ । ତୁରନ୍ତ ଉଭୟଙ୍କ ବାହାଘର କରିବାକୁ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ । ହେଲେ ପ୍ରୀତି ବାହା ହେବାକୁ ମନା କରି ଦେଇଥିଲେ । ଯାହାକୁ ନେଇ ପୁଲିସର ସନ୍ଦେହ ଘେରକୁ ଆସିଥିଲେ ପ୍ରୀତି ।

ମହିଳା ଥାନା ପୁଲିସ୍‌ କାଉନସେଲିଂ ପାଇଁ ଉଭୟଙ୍କୁ ଡିସିପି ଅଫିସ୍‌ରେ ଥିବା ‘ମାଧ୍ୟମ’କୁ ପଠାଇଥିଲା । ଦୁଇ ଦିନ କାଉନସେଲିଂ ପରେ ମଧ୍ୟ କିଛି ଲାଭ ହେଲାନାହିଁ । ତେବେ ପୁଲିସ୍‌ ଭାଇରାଲ ଭିଡିଓର ଗୁମର ଖୋଲିବାକୁ ଉଦ୍ୟମ ଜାରି ରଖିଥିଲାବେଳେ ହାତରେ ଲାଗିଥିଲା ସାଂଘାତିକ ତଥ୍ୟ । ଭାଇରାଲ ଭିଡିଓ ପାଇଥିବା ଲୋକଙ୍କୁ ଟାର୍ଗେଟ କରିଥିଲା ପୁଲିସ ।

ଜଣାପଡ଼ିଲା ଯେଉଁମାନଙ୍କ ପାଖକୁ ଭାଇରାଲ ଭିଡିଓ ଯାଇଛି ସେମାନେ ସବୁ ପ୍ରୀତିର ସହଯୋଗୀ ଓ ଗାଁ ଲୋକ । ସେମାନଙ୍କୁ ଜେରା କରିବା ପରେ ପ୍ରୀତିଙ୍କ ଏହି ସାଂଘାତିକ ପ୍ଲାନ୍‌ର ଗୁମର ଖୋଲିଥିଲା । ତେବେ ଏହି ଘଟଣା ଜଣାପଡିବା ପରେ ଦ୍ୱିତୀୟ ପ୍ରେମିକ ଏବେ ଆଉ ପ୍ରୀତିଙ୍କୁ ଆଉ ଧରାଛୁଆଁ ଦେଉନାହାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।