କଳା ଓ ସଂସ୍କୃତି ଧର୍ମ

ଏମିତି କିଛି ମନ୍ଦିର ଯେଉଁଠାରେ ଶିବଲିଙ୍ଗର ରଙ୍ଗ ଦିନକୁ ୩ଥର ପରିବର୍ତ୍ତନ ହୋଇଥାଏ: ଆଜି ବି ରହିଛି ରହସ୍ୟ ଘେରରେ

ନୂଆଦିଲ୍ଲୀ ୨୫/୦୨ : ଭାରତରେ ଭଗବାନ ଶିବଙ୍କ ଅନେକ ମନ୍ଦିର ଅଛି ଯାହା କିଛି ନା କିଛି ଚମତ୍କାର ପାଇଁ ପ୍ରସିଦ୍ଧ। ଶିବଙ୍କ ଏହି ଚମତ୍କାର ଦେଖିବାକୁ ଦେଶ-ବିଦେଶରୁ ଭକ୍ତ ଆସିଥାନ୍ତି। ଏମିତି କିଛି ଶିବଲିଙ୍ଗ ସମ୍ପର୍କରେ ଜାଣନ୍ତୁ ଯାହା ଦିନକୁ ଅନେକଥର ରଙ୍ଗ ପରିବର୍ତ୍ତନ କରିଥାଏ।

ରାଜସ୍ଥାନ ଅଚଳେଶ୍ୱର ମହାଦେବ ମନ୍ଦିର – ରାଜସ୍ଥାନ ଧୌଲପୁରରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିରର ଶିବଲିଙ୍ଗ ଦିନକୁ ୩ଥର ରଙ୍ଗ ବଦଳାଇଥାଏ ବୋଲି କୁହାଯାଏ। ସକାଳ ସମୟରେ ଶିବଲିଙ୍ଗର ରଙ୍ଗ ଲାଲ, ଅପରାହ୍ନରେ ନାରଙ୍ଗୀ ଓ ସନ୍ଧ୍ୟା ସମୟରେ ଶ୍ୟାମଳ ରଙ୍ଗ ହୋଇଯାଇଥାଏ। ତେବେ ଏହି ମନ୍ଦିରର ଶିବଲିଙ୍ଗ ରଙ୍ଗ ବଦଳାଇବା ଆଜି ବି ଏକ ରହସ୍ୟ ହୋଇ ରହିଛି।

ନର୍ମଦେଶ୍ୱର ମହାଦେବ ମନ୍ଦିର – ଏହି ମନ୍ଦିର ଉତ୍ତର ପ୍ରଦେଶ ଲାଖିମପୁର ଖିରି ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରର ଶିବଲିଙ୍ଗ ନିଜ ରଙ୍ଗ ବଦଳାଇଥାଏ। ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ରହିଛି। ଏହା ଭାରତର ଏକମାତ୍ର ଏମିତି ମନ୍ଦିର ଯେଉଁଠି ବେଙ୍ଗକୁ ପୂଜା କରାଯାଏ। ଏହି ମନ୍ଦିରରେ ଭଗବାନ ଶିବ ବେଙ୍ଗ ପିଠିରେ ବିରାଜମାନ କରିଛନ୍ତି।

କାଳେଶ୍ଵର ମହାଦେବ ମନ୍ଦିର – ଏହି ମନ୍ଦିର ଉତ୍ତର ପ୍ରଦେଶ ଘାଟମପୁର ତହସିଲରେ ଅବସ୍ଥିତ। ସୂର୍ଯ୍ୟ କିରଣରୁ ମନ୍ଦିରର ଶିବଲିଙ୍ଗ ଦିନକୁ ୩ଥର ରଙ୍ଗ ବଦଳାଇଥାଏ।

ଲିଲୌଟି ନାଥ ଶିବ ମନ୍ଦିର – ଉତ୍ତର ପ୍ରଦେଶ ପିଲିଭିତ ଜିଲ୍ଲାରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିର ମହାଭାରତ ସମୟରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱାଥାମା ସ୍ଥାପନ କରିଥିଲେ ବୋଲି କୁହାଯାଏ। ଏହି ମନ୍ଦିରର ଶିବଲିଙ୍ଗ ବି ଦିନକୁ ୩ଥର ରଙ୍ଗ ବଦଳାଇଥାଏ। ସକାଳ ସମୟରେ କଳା, ଅପରାହ୍ନରେ ପାଉଁଶିଆ ଓ ରାତିରେ ହାଲୁକା ଧଳା ରଙ୍ଗ ହୋଇଥାଏ। ଏବେ ବି ମଧ୍ୟ ରାତ୍ରିରେ ଅଶ୍ୱାଥାମା ଓ ଆଲ୍ହା-ଉଦଲ ଏହି ମନ୍ଦିରକୁ ପୂଜା କରିବାକୁ ଆସନ୍ତି ବୋଲି କୁହାଯାଏ। ଯେତେବେଳେ ସେମାନେ ଆସନ୍ତି ହଠାତ ବିଜୁଳି ମରିଥାଏ ଓ ଅଦିନିଆ ବର୍ଷା ବି ହୋଇଥାଏ ବୋଲି କୁହାଯାଏ।

ଦୁଲ୍ହନ ଶିଵାଲୟ – ଏହି ମନ୍ଦିର ବିହାରର ନାଳନ୍ଦା ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରର ଶିବଲିଙ୍ଗ ମଧ୍ୟ ରଙ୍ଗ ବଦଳାଇଥାଏ। ସୂର୍ଯ୍ୟ କିରଣ ହିସାବରେ ଶିବଲିଙ୍ଗର ରଙ୍ଗ ବଦଳିଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ