ଦେଶ ବିଦେଶ ପର୍ଯ୍ୟଟନ

ଏମିତି ଏକ ପ୍ରାଣୀ ଉଦ୍ୟାନ, ଯେଉଁଠାରେ ପର୍ଯ୍ୟଟକଙ୍କୁ ପିଞ୍ଜରାରେ ବନ୍ଦୀ କରି ହିଂସ୍ର ପଶୁଙ୍କ ନିକଟରେ ଛାଡ଼ି ଦିଆଯାଏ

ନୂଆଦିଲ୍ଲୀ: ଯଦି ଆପଣ କେବେ ପ୍ରାଣୀ ଉଦ୍ୟାନକୁ ଯାଇଛନ୍ତି, ତେବେ ଆପଣ ନିଶ୍ଚୟ ପଶୁମାନଙ୍କୁ ସେଠାରେ ପିଞ୍ଜରାରେ ବନ୍ଦୀ ହୋଇ ରହିଥିବାର ଦେଖିଥିବେ । ତେବେ ଦୁନିଆରେ ଏମିତି ଏକ ପ୍ରାଣୀ ଉଦ୍ୟାନ ରହିଛି ଯେଉଁଠାରେ ମଣିଷମାନଙ୍କୁ ପିଞ୍ଜରାରେ ବନ୍ଦୀ କରି ଖୋଲାରେ ବୁଲୁଥିବା ସିଂହ, ଚିତା ଭଳି ପଶୁଙ୍କ ନିକଟରେ ଛାଡ଼ି ଦିଆଯାଇଥାଏ। ଏମିତି ଏକ ପ୍ରାଣୀ ଉଦ୍ୟାନ ଚୀନରେ ରହିଛି।

ଚୀନର ଏହି ସ୍ୱତନ୍ତ୍ର ପ୍ରାଣୀ ଉଦ୍ୟାନର ନାମ ହେଉଛି ‘ଲେହେ ଲେଡୁ ୱାଇଲ୍ଡ ଲାଇଫ୍’ । ବାସ୍ତବରେ ଏହି ପ୍ରାଣୀ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କୁ ପଶୁମାନଙ୍କୁ ଅତି ନିକଟରୁ ଦେଖିବା ପାଇଁ ପିଞ୍ଜରାରରେ ବନ୍ଦୀ କରି ଦିଆଯାଇଥାଏ। ଏହି ପ୍ରାଣୀ ଉଦ୍ୟାନ ଚାଇନାର ଚୋଙ୍ଗକିଙ୍ଗ ସହରରେ ଅବସ୍ଥିତ ।ଏହି ଅନନ୍ୟ ପ୍ରାଣୀ ଉଦ୍ୟାନ ୨୦୧୫ରେ ଖୋଲା ଯାଇଥିଲା |

ଏହି ପ୍ରାଣୀ ଉଦ୍ୟାନରେ ସାଧାରଣ ଲୋକଙ୍କୁ ସିଂହ, ବାଘ ଭଳି ପଶୁଙ୍କ ଅତି ନିକଟକୁ ଯିବାକୁ ସୁଯୋଗ ଦିଆଯାଇଥାଏ। ‌ସେମାନେ ଏଠାରେ ପଶୁମାନଙ୍କୁ ନିଜ ହାତରେ ଖାଇବାକୁ ଦେଇଥାଆନ୍ତି।

ଏହି ଅନନ୍ୟ ପ୍ରାଣୀ ଉଦ୍ୟାନର ପରିଚାଳକ କହିଛନ୍ତି ଯେ ପର୍ଯ୍ୟଟକମାନଙ୍କୁ ଏକ ରୋମାଞ୍ଚକର ଅନୁଭୂତି ଦେବା ପାଇଁ ସେମାନେ ଏହି ଅଦ୍ଭୁତ ଉପାୟ ଆପଣାଇଛନ୍ତି। ସମୟସମୟରେ ପର୍ଯ୍ୟଟକ ଏଭଳି ହିଂସ୍ର ପଶୁଙ୍କ କାର୍ଯ୍ୟକଳାପକୁ ଅତି ନିକଟରୁ ଦେଖି ଯେତିକି ମଜା ଉଠାନ୍ତି ସେତିକି ଭୟଭୀତ ବି ହୋଇଯାଇଥାନ୍ତି। କାରଣ ମଣିଷ ବନ୍ଦୀ ଥିବା ପିଞ୍ଜରା ଉପରକୁ ସମୟସମୟରେ ବାଘ, ସିଂହ ଚଢ଼ି ଯିବାର ବି ଦେଖିବାକୁ ମିଳିଥାଏ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ