ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏମିତି ଏକ ଗାଁ’ ଯେଉଁଠି ଆଜିପର୍ଯ୍ୟନ୍ତ ଜଣେ ବି ମାଟ୍ରିକ୍‌ ପାସ୍‌ କରିନାହାନ୍ତି

ଓଡ଼ଗାଁ : ସ୍ବାଧୀନତାର ୭୫ ବର୍ଷ ପରେ ଗାଁକୁ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଓ ପାନୀୟ ଜଳ ପହଞ୍ଚି ପାରିନଥିବା ବେଳେ ସରକାରୀ ଉଦାସୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଲୋକମାନେ ଦୁର୍ଗମ ଅଞ୍ଚଳରେ ସରକାରୀ ସୁବିଧା ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ଗାଁକୁ ସରକାରୀ ବାବୁଙ୍କ ପାଦ ପଡେନି। ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ନେପାଳ ଆଦିବାସୀ ଗାଁକୁ ଦେଖିଲେ ସହଜରେ ବୁଝିହେବ।

ସୂଚନାଯୋଗ୍ୟ, ବାଣ୍ଠପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ନେପାଳ ଗାଁ ଏବେ ବି ଅବହେଳିତ ହୋଇ ରହିଛି। ଗାଁକୁ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ହୋଇଚାଲିବା ପରେ ମନରେଗା ଯୋଜନାରେ ଗାଁକୁ ରାସ୍ତା ନିର୍ମାଣ ହୋଇଛି। ଅନ୍ୟ ସବୁ ଅବ୍ୟବସ୍ଥା ପ୍ରତି ପ୍ରଶାସନର ଦୃଷ୍ଟି ନାହିଁ। ଆଜି ପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ ସେବା ପହଞ୍ଚି ନ ଥିବା ବେଳେ ଲୋକମାନେ ଅନ୍ଧାରି ମୁଲକରେ ଜୀବନ ବିତାଉଛନ୍ତି। ଗାଁରେ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ି କିମ୍ବା ବିଦ୍ୟାଳୟ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। କେବଳ ସେତିକି ନୁହଁ, ଗାଁରେ ଜଣେ ବି ମାଟ୍ରିକ୍ ପାସ୍‌ କରିନାହାନ୍ତି। କିଛିଦିନ ତଳେ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ଅନୁଦାନ ପ୍ରଦାନ କରାଯାଇଥିଲା। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଆରମ୍ଭ ହେବା ପରେ ଠିକାଦାର ଦୁର୍ଘଟଣାଗ୍ରସ୍ତ ହେବାରୁ କାମ ଅଧପନ୍ତରିଆ ହୋଇ ପଡ଼ିରହିଛି। ଚୁପ୍ ବସିଛି ପ୍ରଶାସନ।

ଗାଁରେ ଶିଶୁମାନେ ବଣଜଙ୍ଗଲ ଭିତରେ ବୁଲି ପତ୍ର, ଝୁଣା, ମହୁ, ଜାଳେଣି କାଠ ଆଦି ସଂଗ୍ରହ କରୁଛନ୍ତି। ଗାଁରେ ପାନୀୟ ଜଳ ଯୋଗାଣ କଥା ନ କହିବା ଭଲ। ଗାଁରେ ଦୁଇଟି ନଳକୂପରୁ ଗୋଟିଏ ଅଚଳ ହୋଇ ପଡ଼ିଥିବା ବେଳେ ଆଉ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ। ସେହିପରି ସ୍ବାସ୍ଥ୍ୟସେବା ନ ପାଇ ଗାଁଲୋକେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏମିତି ବର୍ଷ ବର୍ଷ ଧରି ଦୁର୍ଦ୍ଦିନରେ ଜୀବନ ବିତାଉଥିଲେ ମଧ୍ୟ ପ୍ରଶାସନର କେବେ ନିଦ ଭାଙ୍ଗିବ, ଗାଁକୁ ବିଦ୍ୟୁତ୍, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ ହେବ ତାହା ଦେଖିବାକୁ ବାକି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି