ଦେଶ ବିଦେଶ ରାଜନୀତି

ଏମସିଡି ମେୟର ନିର୍ବାଚନ ମାମଲା: ରାସ୍ତାରେ ବିଜେପି ଓ ଆପ୍‌ର ଶକ୍ତି ପ୍ରଦର୍ଶନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ମେୟର ନିର୍ବାଚନକୁ ନେଇ ବିଜେପି ଓ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ରାସ୍ତାକୁ ଆସିଯାଇଛି। ଆଜି ଦୁଇଦଳ ପରସ୍ପର ବିରୋଧରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆପ୍‌ ସମର୍ଥକମାନେ ବିଜେପି ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସାମ୍ନାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ସେଠାରେ ବିକ୍ଷୋଭ ପାଇଁ ଠୁଳ ହୋଇଥିବା ବିଜେପି କର୍ମୀମାନଙ୍କ ଉପରକୁ ପୁଲିସ ପାଣିମାଡ଼ କରିଛି। ଗତ ଶୁକ୍ରବାର ଦିନ ମହାନଗର ନିଗମର ମୁଖ୍ୟାଳୟ ସିଭିକ ସେଣ୍ଟରରେ ଦୁଇ ଦଳର କାଉନସିଲରଙ୍କ ମଧ୍ୟରେ ସଂଘ‌ର୍ଷ ହୋଇଥିଲା।

୨୫୦ ଆସନ ବିଶିଷ୍ଟ ଦିଲ୍ଲୀ ମହାନଗର ନିଗମରେ ଆପ୍‌ ୧୩୫ ଆସନରେ ବିଜୟୀ ହୋଇଛି। ଏହାପରେ ସେଲି ଓବରାୟ ଏବଂ ଆଶୁ ଠାକୁରଙ୍କ ନାମ ମେୟର ପଦ ପାଇଁ ଦଳ ଘୋଷଣା କରିଛି। ଅନ୍ୟପକ୍ଷରେ ବିଜେପି ୧୦୪ଟି ଆସନରେ ଜିତି ରେଖା ଗୁପ୍ତାଙ୍କୁ ମେୟର ପାର୍ଥୀ କରିଛି। ତେବେ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍‌ସେନା ନିକଟରେ ଏମ୍‌ସିଡିକୁ ୧୦ ଜଣ ସଦସ୍ୟ ମନୋନୀତ କରିଛନ୍ତି। ଆପ୍‌ ଓ ବିଜେପି ମଧ୍ୟରେ ଏହା ବି ବିବାଦର ମୂଳ କାରଣ ପାଲଟିଛି। ଦିଲ୍ଲୀ ସରକାରଙ୍କ ସହ ବିଚାରବିମର୍ଶ ନକରି ଉପରାଜ୍ୟପାଳ ଏହି ନିଯୁକ୍ତି ଦେଇଛନ୍ତି ବୋଲି ଆପ୍‌ ଅଭିଯୋଗ କରୁଛି। କିନ୍ତୁ ଅନ୍ୟପକ୍ଷରେ ବିଜେପି କହୁଛି ସଦସ୍ୟ ନିଯୁକ୍ତି ଦେବା ଅଧିକାର ଉପରାଜ୍ୟପାଳଙ୍କର ରହିଛି। ଏହାସହିତ ମେୟର ନିର୍ବାଚନ ପରିଚାଳନା ପାଇଁ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ଉପରାଜ୍ୟପାଳ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହାକୁ ଆପ୍‌ ବିରୋଧ କରିଛି। ତେବେ ଉପରାଜ୍ୟପାଳ ସାକସେନା ଆଜି କେଜ୍ରିୱାଲଙ୍କୁ ଚିଠି ଲେଖି ଦିଲ୍ଲୀବାସୀଙ୍କୁ ନିର୍ବିଘ୍ନରେ ଶାସନ ପ୍ରଦାନ କରିବା ଲାଗି କହିଛନ୍ତି। ଦିଲ୍ଲୀର ଶାସନ ବ୍ୟବସ୍ଥା ସଂପର୍କରେ ଆଲୋଚନା ପାଇଁ ବୈଠକ କରିବେ ବୋଲି କହିଛନ୍ତି। କେଜ୍ରିୱାଲ ମଧ୍ୟ ଏହାର ପ୍ରତ୍ୟୁତ୍ତର ଦେଇଛନ୍ତି। ବୈଠକ ପାଇଁ ରାଜି ଥିଲେ ମଧ୍ୟ ଚିଠିର ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣକୁ ସେ ସମାଲୋଚନା କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର