ଦେଶ ବିଦେଶ

‘ଏମର୍ଜେନ୍ସି’ର ଟ୍ରେଲ୍‌ର ରିଲିଜ୍‌ ପରେ କଙ୍ଗନାଙ୍କୁ ମିଳିଲା ହତ୍ୟା ଧମକ

ଏମର୍ଜେନ୍ସି’ର ଟ୍ରେଲ୍‌ର ରିଲିଜ୍‌ ପରେ କଙ୍ଗନାଙ୍କୁ ହତ୍ୟା ଧମକ ଦେଲେ ଶିଖ୍‌ ସଂପ୍ରଦାୟର ଜଣେ ବ୍ୟକ୍ତି। ସିନେମାରେ ଯଦି ଜର୍ଣ୍ଣାଲ୍‌ ସିଂହ ଭିଣ୍ଡ୍ରନ୍‌ୱାଲେଙ୍କୁ ଆତଙ୍କବାଦୀ ଭାବେ ଚିତ୍ରିତ କରାଯାଇଥିବ ତ ଇନ୍ଦିରା ଗାନ୍ଧୀଙ୍କ ପରି ତୁମର ବି ଅବସ୍ଥା ହେବ ବୋଲି ‌କହି ଦେଲେ ଧମକ।

ମୁମ୍ବାଇ: ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ମିଳିଛି ହତ୍ୟା ଧମକ। ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ରେ ଅଭିନୟ କରିଥିବା ହେତୁ ତାଙ୍କୁ ଶିଖ୍‌ ଉଗ୍ରବାଦୀ ଗୋଷ୍ଠୀଙ୍କ ନିକଟରୁ ହତ୍ୟା ଧମକ ମିଳିଛି। ସୋସିଆଲ୍‌ ମିଡିଆରେ କଙ୍ଗନାଙ୍କ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ତାଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ରହିଛି।

ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ସାଂସଦ ଥିବା ଏହି ଅଭିନେତ୍ରୀ ଧମକ ପାଇବା ପରେ ପୁଲିସ୍‌ର ସହାୟତା ଲୋଡ଼ିଛନ୍ତି। ସୋସିଆଲ୍‌ ମିଡିଆରେ ଏକ ଭିଡିଓରେ ଖ୍ରୀଷ୍ଟିୟାନ୍‌ରୁ ଶିଖ୍‌ ବନିଥିବା ଥୋମାସ୍‌ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ସଂକର୍ପିତ କିଛି ତଥ୍ୟ ଉଲ୍ଲେଖ କରିଛନ୍ତି, ଯାହାଙ୍କ ଭୂମିତା କଙ୍ଗନା ନିଭାଇଛନ୍ତି।

ସେ କହିଛନ୍ତି, ‘‘ଯଦି ସିନେମାରେ ଜର୍ଣ୍ଣାଲ୍‌ ସିଂହ ଭିଣ୍ଡ୍ରନ୍‌ୱାଲେଙ୍କୁ ଆତଙ୍କବାଦୀ ଭାବେ ଚିତ୍ରିତ କରାଯାଇଥାଏ ତେବେ ମନେ ରଖ ସେହି ବ୍ୟକ୍ତି (ଇନ୍ଦିରା ଗାନ୍ଧୀ)ଙ୍କ ସହ କ’ଣ ହୋଇଥିଲା। କଙ୍ଗନା ଏକ ଏକ୍ସ ପୋଷ୍ଟ୍‌ କରି ଏହି ମାମଲାରେ ପୁଲିସ୍‌ର ସହାୟତା ଲୋଡ଼ିଛନ୍ତି। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ